ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇପାରେ ବୋଲି ଆମେରିକୀୟ ଅର୍ଥଶାସ୍ତ୍ରୀ ଜେଫ୍ରି ସାକ୍ସ କହିଛନ୍ତି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ବୈଶ୍ୱିକ ଅର୍ଥନୀତିର କେନ୍ଦ୍ରବିନ୍ଦୁ ନିଶ୍ଚିତ ଭାବେ ଏସିଆ ଆଡ଼କୁ ଗତି କରୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ତଥା ଭାରତ-ଚାଇନା ମଧ୍ୟରେ ସୁଦୃଢ଼ ସମ୍ପର୍କ ପ୍ରତିଷ୍ଠାକୁ ସମର୍ଥନ କରିଆସିଥିବା ସାକ୍ସ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଏହି ଦୁଇ ଏସୀୟ ମହାଶକ୍ତି ଆସନ୍ତା ୨୫ ବର୍ଷରୁ କମ୍‌ ସମୟ ମଧ୍ୟରେ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛନ୍ତି, ଯେଉଁଥିରେ ଆମେରିକା ତୃତୀୟ ସ୍ଥାନକୁ ଖସିଯିବ। ଏହି ଶତାବ୍ଦୀର କୌଣସି ଏକ ସମୟରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ପାଲଟିବ। ସେ କହିଛନ୍ତି ଯେ, ଭାରତ ଅନ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ତୁଳନାରେ ଅଧିକ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରୁଛି ଏବଂ ଚାଇନା ସହିତ ଅଧିକ ନିବିଡ଼ ଆର୍ଥିକ ତଥା ପ୍ରଯୁକ୍ତିବିଦ୍ୟାଗତ ସହଭାଗିତା ମାଧ୍ୟମରେ ଏହି ଗତିକୁ ଆହୁରି ତ୍ୱରାନ୍ବିତ କରିପାରିବ।
ଚାଇନାର ଜନସଂଖ୍ୟା ତୁଳନାରେ ଭାରତର ଜନସଂଖ୍ୟାଭିତ୍ତିକ ସୁବିଧାକୁ ମଧ୍ୟ ସାକ୍ସ ସୂଚାଇଛନ୍ତି। ବର୍ତ୍ତମାନ ଭାରତର ଜନସଂଖ୍ୟା ପ୍ରାୟ ୧୫୦ କୋଟି ରହିଥିବାବେଳେ ଚାଇନାର ଜନସଂଖ୍ୟା ୧୪୦ କୋଟି ରହିଛି। କିନ୍ତୁ ଚାଇନାର ଜନସଂଖ୍ୟା ହ୍ରାସ ପାଉଛି ଏବଂ ଭାରତ ପରବର୍ତ୍ତୀ ସମୟରେ ସର୍ବାଧିକ ଜନବହୁଳ ଦେଶ ହୋଇପାରେ ବୋଲି ସେ କହିଛନ୍ତି। ଭାରତ ଅତି ଦ୍ରୁତ ବିକାଶ ପଥରେ ଗତି କରୁଥିବାରୁ ଆଗାମୀ ଦିନରେ ଏକ ବୃହତ୍‌ ଦେଶରେ ପରିଣତ ହେବାକୁ ଯାଉଥିବା ସାକ୍ସ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?