Posted inଖେଳ

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଦିନ ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ। ସେହିପରି ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆମେରିକାର ପାଓ୍ବାର ହାଉସ୍‌ ବ୍ରାଜିଲକୁ ଭେଟିବ ଭାରତ। ଆୟୋଜକ ଦଳ ଭାବେ ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ଏହାର ପ୍ରଥମ ୨ଟି ମ୍ୟାଚ୍‌ ହାରି କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି।

ସ୍ବିଡେନ୍‌ର ଥୋମାସ ଡେନର୍ବିଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ଶୋଚନୀୟ ଭାବେ ୦-୮ ଗୋଲରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମର୍‌କ୍କୋଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ଭାରତ ଏହି ପ୍ରତିଯୋଗିତାରେ କେବଳ ପରାଜିତ ହୋଇନାହିଁ ଗୋଟିଏ ହେଲେ ଗୋଲ ମଧ୍ୟ ସ୍କୋର କରିବାରେ ସକ୍ଷମ ହୋଇନାହିଁ। ତେଣୁ ଫୁଟ୍‌ବଲ ସଂସ୍କୃତିସମ୍ପନ୍ନ ଦେଶ ବ୍ରାଜିଲର ଖେଳାଳିଙ୍କୁ ମୁକାବିଲା କରିବା ନିଶ୍ଚିତ କଷ୍ଟକର ହେବ।

ପୂର୍ବରୁ ଏପରି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳିବାର ଅଭିଜ୍ଞତା ନ ଥିବାରୁ ଭାରତୀୟ ଦଳ ଶକ୍ତିଶାଳୀ ଦଳ ଆମେରିକା ବିପକ୍ଷରେ ଅତ୍ୟନ୍ତ ଅସହାୟ ମନେହୋଇଥିଲା। ସେମାନଙ୍କ ସ୍ପିଡ୍‌, ଷ୍ଟାମିନା ଓ ଟେକ୍ନିକ୍‌ ତୁଳନାରେ ଭାରତୀୟ ଖେଳାଳି ବହୁ ପଛରେ ପଡ଼ିଯାଇଥିଲେ। ଗୋଟିଏ ଦୁଇଟି ଗୋଲ ହେବା ପରେ ଘରୋଇ ଖେଳାଳିମାନେ ନର୍ଭସ ହୋଇପଡ଼ିଥିଲେ। ଫଳରେ ସେଥିରୁ ଶେଷପର୍ଯ୍ୟନ୍ତ ମୁକୁଳି ପାରି ନ ଥିଲା ଡେନର୍ବିଙ୍କ ଦଳ। ପୂର୍ବ ମ୍ୟାଚ୍‌ର ତ୍ରୁଟିରୁ ଦଳ ଅନେକ କିଛି ଶିକ୍ଷାଲାଭ କରିଛି। ବ୍ରାଜିଲ ବିପକ୍ଷ ମ୍ୟାଚ୍‌ ମଧ୍ୟ ପିଲାମାନଙ୍କୁ ଅନେକ ଅଭିଜ୍ଞତା ଦେବ। ତେବେ ଦୃଢ଼ ରକ୍ଷଣଭାଗ ସହିତ ଭାରତ ଶକ୍ତିଶାଳୀ ବ୍ରାଜିଲକୁ ମୁକାବିଲା କରିବାକୁ ଯିବ। ଶେଷ ମ୍ୟାଚ୍‌ରେ ଦଳ ନିଶ୍ଚିତ ପ୍ରଦର୍ଶନର ଛାପ ଛାଡ଼ିବ ବୋଲି ଡେନର୍ବି ଆଶା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ବ୍ରାଜିଲ ମଧ୍ୟ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ କରି ପାରିନାହିଁ। ଦଳ ୨ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛି। ବିଶେଷକରି ମର୍‌କ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିଲେ ହେଁ ସ୍କୋର ଲାଇନ୍‌ ମାତ୍ର ୧-୦ ରହିଥିଲା। ଆମେରିକା ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲରେ ଡ୍ର ରଖିଥିବାରୁ ଦଳର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଭାରତକୁ ହରାଇ ପାରିଲେ ଏହି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ୟିବ। ଭାରତ ପ୍ରଥମ ଏବଂ ବ୍ରାଜିଲ ୬ଷ୍ଠ ଥରପାଇଁ ଏହି ବିଶ୍ୱକପ ଖେଳୁଛି।
ସୋମବାର ରାତି ୮ଟାରେ ଗୋଆର ମାର୍ଗାଓରେ ଆମେରିକା ଓ ମର୍‌କ୍କୋ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ର ମଧ୍ୟ ବହୁ ଗୁରୁତ୍ୱ ରହିଛି। ଆମେରିକା ଯଦି ବିଜୟ ହାସଲ କରେ ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଥ୍ରୁ କରିବ। ଡ୍ର ରଖିଲେ ବି ଆଗକୁ ବଢ଼ିବ। ମାତ୍ର ମର୍‌କ୍କୋ ଯଦି କୌଣସି ପ୍ରକାରେ ଏହି ମ୍ୟାଚ୍‌ ଯିତିଯାଏ ଏବଂ ଏପଟେ ଭାରତକୁ ବ୍ରାଜିଲ ହରାଇଦିଏ ତେବେ ଆମେରିକାର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଯିବ। ତେବେ ଏପରି ସମ୍ଭାବନା ଖୁବ୍‌ କ୍ଷୀଣ। କାରଣ ଏପର୍ଯ୍ୟନ୍ତ ଆମେରିକା ଯେପରି ପ୍ରଦର୍ଶନ କରିଆସିଛି ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ଫେଭରାଇଟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?