Advertisement
Posted inଖେଳ

ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ଜାରି ରହିଥିବା ପରାଜୟ ଧାରା ଭାଙ୍ଗିଥିଲା ପାକିସ୍ତାନ। ଟିମ୍‌ ଇଣ୍ଡିଆର ଏହି ପରାଜୟ ପଛରେ ଅତ୍ୟଧିକ ଚାପକୁ ଦାୟୀ କରିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌।

“ମୋ ମତରେ ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷାରୁ ବୁଝା ପଡ଼ୁଥିଲା, ସେମାନେ ମ୍ୟାଚ୍‌ ଆରମ୍ଭରୁ ଭୟଭୀତ ଥିଲେ। ଟସ୍‌ ବେଳେ ବିରାଟ କୋହଲି ଓ ବାବର ଆଜାମଙ୍କ ସାକ୍ଷାତ୍‌କାରକୁ ଦେଖିଲେ, କିଏ ଚାପରେ ଅଛି ସ୍ପଷ୍ଟ ଜଣାପଡ଼ୁଛି। ସେମାନଙ୍କ ଠାରୁ ଢ଼େର ଭଲ ଥିଲା ଆମ ଖେଳାଳିଙ୍କ ଶାରୀରିକ ଭାଷା। କେବଳ କୋହଲି ନୁହନ୍ତି ଓପନର ରୋହିତ ଶର୍ମା ମଧ୍ୟ ଚାପରେ ଥିଲେ। ଏହା ଦର୍ଶାଉଛି ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଚାପରେ ଥିଲେ” ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜିମାମ କହିଛନ୍ତି।

ଭାରତୀୟ ଦଳ ଏଭଳି କଦାପି ଖେଳେ ନାହିଁ। ସେମାନେ ଟି୨୦ ଫର୍ମାଟରେ ଭଲ ଖେଳନ୍ତି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ୨ରୁ ୩ ବର୍ଷର ପ୍ରଦର୍ଶନ ଦେଖିଲେ, ସେମାନେ ବଡ଼ ଇଭେଣ୍ଟ ହାତେଇବା ପାଇଁ ଫେଭରାଇଟ୍‌। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସେମାନଙ୍କ ଉପରେ ଚାପ ଲଦି ଦେଇଥିଲା। ପାକିସ୍ତାନଠାରୁ ହାରିବା ପରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ। ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ସେମାନଙ୍କ ପାଖରେ ପ୍ରସ୍ତୁତି ଲାଗି ୭ ଦିନ ଥିଲା। ଏହାସତ୍ତ୍ୱେ ସେମାନେ ଏତେ ଚାପର ସମ୍ମୁଖୀନ ହୋଇଥିଲେ ଯେ, ମିଚେଲ ସାଣ୍ଟନର ଓ ଇଶ ସୋଧିଙ୍କ ଭଳି ସ୍ପିନରଙ୍କୁ ଖେଳିପାରି ନ ଥିଲେ ବୋଲି ଇଞ୍ଜିମାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ବିଶ୍ୱ ଦରବାରରେ ଓଡ଼ିଆ ଛାତ୍ର ସଫଳତା ହାସଲ କରିଛନ୍ତି। ଜର୍ମାନୀ ଷ୍ଟୁଟଗାର୍ଟରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା (ୱାଲର୍‌ଡ ସ୍କିଲ୍‌ କମ୍ପିଟିଶନ)ରେ...

ମାଙ୍କଡ଼ ଆକ୍ରମଣ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରୁ ବାଦ୍‌ପଡ଼ିଲେ ଖେଳାଳି

ପୋଚେଫ୍ସଟ୍ରୁମ,୨୯।୧- ଅଷ୍ଟ୍ରେଲିଆନ ଓପନର ଜ୍ୟାକ ଫ୍ରାସର ମ୍ୟାକଗର୍କ ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ମୁହଁକୁ ମାଙ୍କଡ଼ ରାମ୍ପୁଡି ଦେଇଛି। ନେଚର...

ରାଜସ୍ଥାନକୁ ୧୫୮ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟାର-୨ ମୁକାବିଲା ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ...

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା...

ପାକିସ୍ତାନକୁ ୨୦୨୦ ଏସିଆ କପ୍‌ ଟି୨୦ ଆୟୋଜନ ଅଧିକାର

ନୂଆଦିଲ୍ଲୀ, ୩୦।୫(ପି.ଟି.)- ୨୦୨୦ ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନକୁ ପ୍ରଦାନ କରାଯାଇଛି। ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବା ଏସିଆନ କ୍ରିକେଟ କାଉନସିଲ୍‌...

୪ ପ୍ରସିଦ୍ଧ କ୍ରିକେଟରଙ୍କ ଭବିଷ୍ୟବାଣୀ: ପ୍ଲେ-ଅଫ୍‌ରେ ପହଞ୍ଚି ପାରିବ ନାହିଁ ଚେନ୍ନାଇ

ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ...

ଜାତୀୟ ସିନିୟର ଟେନିସ କ୍ରିକେଟ: ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୫ମ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ...

କାନ୍ଧରେ ଅସ୍ତ୍ରୋପଚାର କରାଇବେ ମାରାଡୋନା

ବୁଏନ୍‌ସ ଏରିଜ,୨୧ା୫- ଆର୍ଜେଣ୍ଟିନା ଫୁଟ୍‌ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ବାମ କାନ୍ଧରେ ଅସ୍ତ୍ରୋପଚାର କରାଇବେ। ଏ ନେଇ ୫୮ ବର୍ଷୀୟ ପୂର୍ବତନ ଷ୍ଟାର ଆର୍ଜେଣ୍ଟିନା ରାଜଧାନୀ...

Advertisement
Archives

Model This Week