Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ପାଇଁ ସଂଗ୍ରାମ … ୧.୮୬ କୋଟିରେ ପହଞ୍ଚିଲା ମୂଲ୍ୟ

ନୂଆଦିଲ୍ଲୀ, ୪ା୩: ଚଳିତ ବର୍ଷ ଆଇସିସି ଟ୍ରଫି ଜିତିବା ପାଇଁ ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି୨୦ ବିଶ୍ୱକପ୍ ଖେଳାଯିବ। ଏଥିରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ୫ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବ।

ଦ୍ୱିତୀୟ ମ୍ୟାଚ୍ ଜୁନ୍ ୯ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜୁନ୍ ୧୨ ରେ ଆମେରିକା ବିପକ୍ଷରେ ହେବ। ଏହି ତିନୋଟି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସୁଛି। ଆଇସିସି ଫେବୃଆରୀ ପ୍ରଥମ ସପ୍ତାହରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ କରିଛି।

ଏହି ସମୟ ମଧ୍ୟରେ ଭାରତ ଏବଂ ପାକିସ୍ତାନ ସମେତ ପ୍ରାୟ ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇଛି। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ କିଛି ରିସେଲ ପ୍ଲାଟଫର୍ମରେ ସମସ୍ତ ମ୍ୟାଚ୍‌ର ଟିକେଟ୍ ପୁଣି ବିକ୍ରି କରିବା ଆରମ୍ଭ ଲକରିଛନ୍ତି। ଏହି ଟିକେଟ୍ ଗୁଡିକ StubHub ଏବଂ SeatGeek ପ୍ଲାଟଫର୍ମରେ ଉପଲବ୍ଧ।

କିନ୍ତୁ ଏଥିରେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ୟୁଏସ୍ ଟୁଡେ ଅନୁଯାୟୀ ଭାରତୀୟ ଦଳର ଦୁଇଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ କୋଟିଏ ଛୁଇଁଛି। ଏଥିରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୧.୮୬ କୋଟିରେ ପହଞ୍ଚିଛି।

ଆଇସିସି ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ଟିକେଟ୍ ବିକ୍ରି ସମୟରେ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୪୯୭ ଟଙ୍କା ଥିଲା। ଯେଉଁଠାରେ ସର୍ବାଧିକ ମୂଲ୍ୟ ୩୩,୧୪୮ ଟଙ୍କା (ବିନା ଟ୍ୟାକ୍ସ) ରଖାଯାଇଥିଲା। ଏହା ବ୍ୟତୀତ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଇନଥିବା କୁହାଯାଇଥିଲା।

ତେବେ ଏହି ରିସେଲ ପ୍ଲାଟଫର୍ମରେ ଦିଆଯାଇଥିବା ଭିଆଇପି ଟିକେଟ୍ ମୂଲ୍ୟ ପ୍ରାୟ ୩୩.୧୫ ଲକ୍ଷ ଟଙ୍କା ଥିଲା। ଯଦି ଏହି ରିସେଲ ପ୍ଲାଟଫର୍ମର ଫି ମଧ୍ୟ ଏଥିରେ ଯୋଗ କରାଯାଏ, ଏହାର ମୂଲ୍ୟ ପ୍ରାୟ ୪୧.୪୪ ଲକ୍ଷରେ ପହଞ୍ଚିବ।

ଏଥି ସହିତ ଷ୍ଟବ୍ ହବରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ଶସ୍ତା ଟିକେଟ୍ ୧.୦୪ ଲକ୍ଷ ଟଙ୍କା ହୋଇଥିବାବେଳେ ସିଟ୍ ଜିକ୍ ରେ ସବୁଠାରୁ ମହଙ୍ଗା ଟିକେଟ୍ ୧.୮୬ କୋଟି ଟଙ୍କା ରହିଛି। ଯାହାକି ଏହି ପ୍ଲାଟଫର୍ମଗୁଡିକର ଫି ମଧ୍ୟ ରହିଛି। ଆପଣଙ୍କୁ କହିରଖୁ ଯେ ଦିନିକିଆ ବିଶ୍ୱକପ ୨୦୨୩ ରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ମହଙ୍ଗା ଟିକେଟ ୫୭.୧୫ ଲକ୍ଷ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?