Posted inଖେଳ

ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ଜୋଶ୍‌ରେ ଏମିତି ଟୁଇଟ୍‌ କରିଦେଲେ ମହାନ କ୍ରିକେଟର୍‌

ଲଣ୍ଡନ,୬।୮: ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ବ୍ୟାହତ ହୋଇଥିଲା ଏବଂ ଦିନସାରା କେବଳ ୩୩.୪ ଓଭର ବୋଲିଂ କରାଯାଇପାରେ। ତେବେ ଏହି ୨୦୨ ବଲରେ ବହୁତ କିଛି ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ପ୍ରଶଂସକମାନେ କେ.ଏଲ ରାହୁଲ ଏବଂ ରୋହିତ ଶର୍ମା ମଧ୍ୟରେ ଭଲ ଓପନିଂ ଭାଗିଦାରୀ ହୋଇଥିଲା। କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ ପରେ ଭାରତର ୪ଟି ବଡ ବ୍ୟାଟ୍ସମ୍ୟାନ ମାତ୍ର ୧୫ ରନ ମଧ୍ୟରେ ଆଉଟ୍‌ ହୋଇଥିଲେ। ଟିମ ଇଣ୍ଡିଆର ପ୍ରଥମ ଉଇକେଟ ୯୭ରନ୍‌ରେ ପଡିଥିଲା, କିନ୍ତୁ ୧୧୨ ରନ ପୂର୍ବରୁ ଦଳ ଚେତେଶ୍ୱର ପୂଜାରା, ବିରାଟ କୋହଲି ଏବଂ ଅଜିଙ୍କେ ରାହାନେଙ୍କ ଉଇକେଟ ହରାଇଥିଲା। ଏହା ପରେ ଉଇକେଟ କିପର ରିଷଭ ପନ୍ତ କ୍ରିଜରେ ପାଦ ଦେଇଥିଲେ ଏବଂ ସେ ପହଞ୍ଚିବା ମାତ୍ରେ ଇଂଲଣ୍ଡ ଉପରେ ଆକ୍ରମଣ ନୀତି ଆପଣେଇଥିଲେ। ପନ୍ତଙ୍କ ଏହି ଚିନ୍ତାଧାରା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ସେ ଟୁଇଟ୍‌କରି ଏହା ମଧ୍ୟ ପ୍ରକାଶ କରିଥିଲେ।
ବ୍ରାଏନ ଲାରା ଟୁଇଟ୍‌ କରି ଲେଖିଥିଲେ- ଠିକ ଏହି ପରି ରିଷଭ ପନ୍ତ। ସେମାନଙ୍କ ଉପରେ ଆକ୍ରମଣ କରି ସ୍କୋର ବୋର୍ଡକୁ ଆଗକୁ ବଢାନ୍ତୁ। ଜେମ୍ସ ଆଣ୍ଡରସନ କ୍ରମାଗତ ଦୁଇଟି ବଲରେ ଚେତେଶ୍ୱର ପୂଜାରା ଏବଂ ବିରାଟ କୋହଲିଙ୍କୁ ପାଭିଲିୟନକୁ ପଠାଇଥିଲେ। ରାହାନେ ମଧ୍ୟ ଆଉଟ ହୋଇଥିଲେ। ସମସ୍ତେ ଭାବୁଥିଲେ ଯେ ପନ୍ତ କ୍ରିଜରେ ସ୍ଥିର ହେବାକୁ ଚେଷ୍ଟା କରିବେ କିନ୍ତୁ ସେ ନିଜ ଶୈଳୀରେ ଦେଖାଦେଇଥିଲେ। ବର୍ଷା ଯୋଗୁ ଖେଳ ବନ୍ଦ ହେବା ପର୍ଯ୍ୟନ୍ତ ପନ୍ତ ଗୋଟିଏ ଚୌକା ୮ ଟି ବଲରେ ୭ ରନ ସଂଗ୍ରହ କରିଥିଲେ। ଏଥି ସହ କେଏଲ ରାହୁଲ ମଧ୍ୟ ୫୭ ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri