Posted inଖେଳ

ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ତୃତୀୟ ଦିନିକିଆ ମ୍ୟାଚ୍‌

କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ ରହିଛି। ଟି-୨୦ ସିରିଜ ପୂର୍ବରୁ ଉଭୟ ଦଳ ଶେଷ ଦିନିକିଆରେ ବୁଧବାର ମୁହାଁମୁହିଁ ହେବେ। ଭାରତୀୟ ଦଳ ଏହାର ବୋଲିଂରେ ଉନ୍ନତି ଆଣିବା ଫିଲ୍ଡିଂ ସୁଧାରିବାକୁ ଚାହୁଁଥିବାବେଳେ ଅଷ୍ଟ୍ରେଲିଆ ଦଳ ବିଜୟର ଗତି ବଜାୟ ରଖିବାକୁ ଚେଷ୍ଟା କରିବ।
ମ୍ୟାଚ କେବେ ଏବଂ କେଉଁଠାରେ ହେବ?
କାନବେରାରେ ଖେଳାଯିବାକୁ ଥିବା ତୃତୀୟ ଦିବାରାତ୍ର ମ୍ୟାଚ ଭାରତୀୟ ସମୟ ସକାଳ ୯.୧୦ରେ ଆରମ୍ଭ ହେବ। ସୋନି ପିକ୍ଚର୍ସ ସ୍ପୋର୍ଟସ ନେଟୱାର୍କ କ୍ରିକେଟ ଅଷ୍ଟ୍ରେଲିଆର ସମସ୍ତ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ପାଇଛି। ।ଭାରତୀୟ ଉପମହାଦେଶରେ ମ୍ୟାଚର ସିଧା ପ୍ରସାରଣ ସୋନି ସିକ୍ସ, ସୋନି ଟେନ-୧ ଏବଂ ସୋନି ଟେନ-୩ରେ ହେବ। ମ୍ୟାଚର ଅନ୍ଲାଇନ ଷ୍ଟ୍ରିମିଂ ସୋନି LIVରେ ହେବ। ଏୟାରଟେଲ ପୋଷ୍ଟପେଡ ଏବଂ ଜିଓ ଗ୍ରାହକମାନେ ମଧ୍ୟ ଏହାକୁ ଉପଭୋଗ କରିପାରିବେ।
ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍ସି ସର୍ଟ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କାରେ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋଶ ହେଜେଲଉଡ, ସିନ ଆବଟ, ଏଷ୍ଟୋନ ଏଗର୍‌, କ୍ୟାମେରନ ଗ୍ରୀନ, ମୋଇସ ହେନେରିକ୍ସ, ଆଣ୍ଡ୍ରିୟୁ ଟାଇ, ଡାନିଏଲ ସାଇମସ, ମାଥ୍ୟୁ ୱେଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ରୀନ ୩ ମାସ ବାସନ୍ଦ

ସିଡ୍‌ନୀ, ୯।୧ (ଏଏଫ୍‌ପି)- ଅଷ୍ଟ୍ରେଲୀୟ କ୍ରିକେଟର ତଥା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ଅଫ୍‌ ସ୍ପିନର କ୍ରିସ୍‌ ଗ୍ରୀନ ୩...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଚିଙ୍କି, ତୋମାରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୫।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତୀୟ ମହିଳା ଶୁଟରମାନେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ୨୫ ମି. ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଶୁଟରମାନେ ସବୁ...

ପରାଜୟ ମୁହାଁ ଇଂଲଣ୍ଡ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍‌...

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି...

ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି

ସିଡ୍‌ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ...

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ...

ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍‌

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ...

କାନାଡାରେ ଖେଳିବେ ପ୍ରତିଭାଶାଳୀ ଭାରତୀୟ ମହିଳା ଫୁଟ୍‌ବଲର

ନୂଆଦିଲ୍ଲୀ,୧୦।୮- ଚଳିତବର୍ଷର ସାଫ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ଗୋଲ ପୋଷ୍ଟଠାରୁ ୪୦ ଫିଟ୍‌ ଦୂରରୁ ଫ୍ରି କିକ୍‌ ଜରିଆରେ ସ୍କୋର କରି ଡାଲିମା ଚିବର ସୋସିଆଲ...

Advertisement
Archives

Model This Week