Posted inଖେଳ

ପିଚ୍‌ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍‌ ଖରାପ୍‌ କରୁଥିବାବେେଳେ ସେ ଧରାପଡିଛନ୍ତି। ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆ ସମ୍ମୁଖରେ ବିଜୟ ପାଇଁ ୪୦୭ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଚମ ଦିନରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରାଙ୍କ ସର୍ବୋତ୍ତମ ଇନିଂସ ଆଧାରରେ ଭାରତ ଧୀରେ ଧୀରେ ବିଜୟ ଆଡକୁ ଗତି କରୁଛି। ଅଷ୍ଟ୍ରେଲୀୟ ବୋଲର ବିଶେଷକରି ନାଥନ ଲିଅନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଆୟୋଜକ ଦଳ ଏହି ଯୋଡିକୁ ଭାଙ୍ଗିବା ପାଇଁ ଶତ ଚେଷ୍ଟା କରିଥିଲେ, ଏହି ସମୟରେ ସ୍ମିଥ୍‌ ପିଚ୍‌ ଖରାପ୍‌ କରୁଥିତ୍ବା ଏକ କ୍ୟାମେରାରେ କଏଦ ହୋଇଯାଇଥିଲା।
ମ୍ୟାଚ୍‌ର ଶେଷ ଅର୍ଥାତ୍‌ ପଞ୍ଚମ ଦିନର ପ୍ରଥମ ଅଧିବେଶନରେ ଡ୍ରିଙ୍କ୍ସ ବ୍ରେକ୍‌ ସମୟରେ ଖେଳ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ କରୁଥିତ୍ବା ପିଚ୍‌ ଚିହ୍ନକୁ ଗୋଡରେ ଲିଭାଇ ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ପନ୍ତ ଉଇକେଟ ନେଇଥିଲେ। ୪୯ ନମ୍ବର ଜର୍ସି ଥିବା ପ୍ଲେୟାର ଷ୍ଟମ୍ପ କ୍ୟାମେରାରେ ତାଙ୍କ ଗୋଡରେ ମାର୍କ ଲିଭାଉଥିବା ଦେଖାଯାଉଛି ଏବଂ ଏହି ଜର୍ସି ନମ୍ବର ସ୍ମିଥଙ୍କ ବ୍ୟତୀତ ଅନ୍ୟ କାହାର ନୁହେଁ। ଏହା ପରେ ସ୍ମିଥଙ୍କ ଖେଳ ଭାବନା ଉପରେ ପ୍ରଶ୍ନ ଉଠିଛି। କେବଳ ଏତିକି ନୁହେଁ, ଏହା ଆଇସିସି ନିୟମର ଉଲ୍ଲଂଘନ ମଧ୍ୟ ଅଟେ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ନର ବଲ୍‌ ଘଷୁଥିବା ଦେଖାଯାଇଥିଲା। ସେତେବେଳେ ଉଭୟ ଯଥାକ୍ରମେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଏବଂ ଉପ-ଅଧିନାୟକ ଥିଲେ। ଏହା ପରେ ଉଭୟ ଖେଳାଳିଙ୍କୁ ନିଲମ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଉରକେଲାରେ ଜାତୀୟ ସବ୍‌ଜୁନିୟର ହକି ଚାମ୍ପିୟନଶିପ୍‌

ଭୁବନେଶ୍ୱର,୩ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାତୀୟ ସବ୍‌ ଜୁନିୟର ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ହକି ବିଶ୍ୱକପ ଓ ଏଫ୍‌ଆଇଏଚ୍‌...

ଏନ୍‌ବିଏ: ୪୮ ଖେଳାଳି କରୋନା ପଜିଟିଭ

ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍‌ ମାର୍କେଟକୁ ଫେରିବା ନଭେମ୍ବର...

ପରଲୋକରେ ଚୁନିି ଗୋସ୍ବାମୀ

କୋଲକାତା, ୧ା୫ (ପି.ଟି.)-ଭାରତର ପୂର୍ବତନ ଆଇକନିକ୍‌ ଫୁଟ୍‌ବଲର ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଚୁନି ଗୋସ୍ବାମୀଙ୍କର ହୃଦ୍‌ଘାତରେ ସ୍ଥାନୀୟ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ...

ଟି୨୦ ବିଶ୍ୱକପ୍‌ ପରେ ବାଜିବ ଆଇପିଏଲ୍‌ ବିଗୁଲ୍‌

ନୂଆଦିଲ୍ଲୀ,୨୩।୯: ଟି୨୦ ବିଶ୍ୱକପ୍‌ ପରେ ବାଜିପାରେ ଆଇପିଏଲ୍‌ର ଆଗାମୀ ସିଜନର ବିଗୁଲ୍‌। ଡିସେମ୍ବରରେ ଆଇପିଏଲ୍‌-୨୦୨୩ ଲାଗି ଅକ୍ସନ କରାଯାଇପାରେ। ଏହା ଏକ ମିନି ଅକ୍ସନ ହେବାକୁ...

କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି

ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ...

ଗେଲ୍‌ଙ୍କୁ ଜରିମାନା

ଆବୁଧାବି: ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଏଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ କିଙ୍ଗ୍ସ ଇଲେଭେନ...

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରେ କରୋନାରେ ଚାଲିଗଲେ ପୁଅ  

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ...

ନରିନ୍ଦର ବାତ୍ରା ସମ୍ମାନିତ

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.)-କ୍ରୀଡ଼ା ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି। ରବିବାର ବିଶିଷ୍ଟ ବିଚାରପତି...

Advertisement
Archives

Model This Week