Posted inଖେଳ

ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି

କାନବେରା, ୧।୧୨ : ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ ବ୍ୟାଟ୍ସମ୍ୟାନ ଏବେ ଅନ୍ତର୍ଜାତୀୟ ଦିନିକଆ ଫର୍ମାଟରେ ୧୨ ହାଜର ରନ୍‌ ଠାରୁ ମାତ୍ର ୨୩ ରନ୍‌ ଦୂରରେ ରହିଛନ୍ତି। ବୁଧବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ କୋହଲି ଯଦି ସେତିକି ରନ୍‌ କରିବାକୁ ସଫଳ ହୁଅନ୍ତି , ତେବେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ପୂରଣ କରିବେ ୧୨ ହଜାର ରନ୍‌। ଏହା କୋହଲିଙ୍କ ଦିନିକିଆ କ୍ୟାରିୟରର ୨୫୧ତମ ମ୍ୟାଚ୍‌ ।

 

ଏହି ରେକର୍ଡ ବର୍ତ୍ତମାନ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ୩୦୯ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନରେ ପହଞ୍ଚିଥିଲେ। ତାଙ୍କ ପଛକୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୩୨୩ ମ୍ୟାଚ୍‌), ଶ୍ରୀଲଙ୍କାର କୁମାର ସଙ୍ଗକାରା (୩୫୯), ସନଥ ଜୟସୁରିୟା (୩୯୦) ଓ ମହେଲା ଜୟବର୍ଦ୍ଦନେ (୪୨୬)ଙ୍କ ଭଳି ମହାନ ମ୍ୟାଟ୍ସମ୍ୟାନ ରହିଛନ୍ତି।

ଏହା ବ୍ୟତୀତ କୋହଲିଙ୍କ ନିକଟରେ ଆଉ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି। ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୯ଟି ଦିନିକଆ ଶତକ ହାସଲ କରିଛନ୍ତି। ଆଉ ଏହି ରେକର୍ଡର ସମକକ୍ଷ ହେବା ପାଇଁ କୋହଲିଙ୍କୁ ଆଉ ଗୋଟେ ଶତକ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri