ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ କରୋନା ମୃତ୍ୟୁର ହିସାବ ମାଗିବ ଭାରତ…

ନୂଆଦିଲ୍ଲୀ/ଡାଭୋସ, ୨୩।୫ : ଭାରତରେ ଅଧିକ କରୋନା ମୃତ୍ୟୁହାର ନେଇ ସ୍ବିଜରଲାଣ୍ଡର ଡାଭୋସରେ ଚାଲିଥିବା ବିଶ୍ୱ ଅଥନୈତିକ ଫୋରମରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧୀଙ୍କ ସହ ଏନୌପଚାରିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବର୍ତ୍ତମାନ ଜେନେଭାରେ ଅଛନ୍ତି ଏବଂ ତାଙ୍କର କିଛି କ୍ୟାବିନେଟ ସହକର୍ମୀ ବିଶ୍ୱ ଅଥନୈତିକ ଫୋରମରେ ଯୋଗଦେବେ।

ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବାଦୀୟ ଦାବି ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି କୁହାଯାଉଛି। କିଛି ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ପ୍ରକାଶ କରିଥିଲା, ଯାହା ଭାରତ ସରକାରଙ୍କ ଆକଳନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଥିରେ କୁହାଯାଇଥିଲା ଯେ କରୋନା ଯୋଗୁ ୧ ଜାନୁଆରୀ ୨୦୨୦ ରୁ ୩୧ ଡିସେମ୍ବର ୨୦୨୧ ମଧ୍ୟରେ ଭାରତରେ ୪୭ ଲକ୍ଷ ଜଣଙ୍କ ମୃତ୍ୟୁ ଘଟିଛି। ଭାରତ ସରକାରଙ୍କ ସରକାରୀ ଆକଳନ ଅନୁଯାୟୀ ଏହି ସଂଖ୍ୟା ପ୍ରାୟ ୫ ଲକ୍ଷ ୨୦ ହଜାର ବୋଲି କୁହାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହି ପରିସଂଖ୍ୟାନ ପ୍ରକାଶ ପାଇବା ପରେ ଭାରତ ସରକାର ସ୍ପଷ୍ଟ ଭାବରେ କହିଥିଲେ ଯେ କରୋନା ଆକ୍ରାନ୍ତଙ୍କ ଅଧିକ ମୃତ୍ୟୁହାର ଆକଳନ ନେଇ ସହମତ ନୁହନ୍ତି। ଭାରତ ବର୍ତ୍ତମାନ ଏହି ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହିତ ଆଲୋଚନା କରିବ ବୋଲି କୁହାଯାଉଛି। ୫ ମେ’ରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଭାରତରେ କରୋନା ଯୋଗୁ ହେତୁ ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ପ୍ରକାଶ ପାଇଥିଲା।

ଏହି ମୃତ୍ୟୁ ସଂଖ୍ୟା ଭାରତ ସରକାରଙ୍କ ରିପୋର୍ଟର ପ୍ରାୟ ୧୦ ଗୁଣାଥିଲା। ଭାରତ ସରକାର, ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୂଲ୍ୟାଙ୍କନକୁ ବିରୋଧ କରି କହଥିଲେ ଯେ, ପ୍ରକ୍ରିୟା, ପଦ୍ଧତି ଏବଂ ପରିଣାମ ଅନେକ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ପ୍ରକାଶ ପାଇବା ପରେ ନୀତି ଆୟୋଗ ସଦସ୍ୟ ବି.କେ ପାଲ କହିଥିଲେ ଯେ ଭାରତ ଏହି ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି। ଏହି ତଥ୍ୟ ସତ୍ୟ ନୁହେଁ ବୋଲି ଭାରତ ସରକାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri