Posted inଜାତୀୟ

ରୁଷିଆ ଉପରେ ବର୍ଷିଲା ଭାରତ: ସିଧା ସିଧା ଶୁଣାଇ ଦେଇ କହିଲା…

ନୂଆଦିଲ୍ଲୀ,୨୧।୭: ୟୁକ୍ରେନୀୟ ଉପକୂଳ ନିକଟରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣରେ ଚାରି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଭାରତ ରୁଷିଆର ରାଜଦୂତ ତଥା ଚାର୍ଜ ଡି’ଆଫେୟର୍ସଙ୍କ ନିକଟରେ ଆକ୍ରମଣ ବିରୋଧରେ ଦୃଢ଼ ପ୍ରତିବାଦ ଜଣାଇଛି। ସୂତ୍ର ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରୁଷିଆ କୂଟନୀତିଜ୍ଞଙ୍କୁ ଜଣାଇଛି ଯେ, ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ଫଳରେ ଭାରତୀୟଙ୍କ ଜୀବନହାନି ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।

ୟୁକ୍ରେନୀୟ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯେ, ରୁଷିଆ ରବିବାର ୟୁକ୍ରେନର ସାମୁଦ୍ରିକ କରିଡର ଦେଇ ଯାଉଥିବା ଏକ ସାଧାରଣ ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିଲା। ଜାହାଜର କର୍ମଚାରୀଙ୍କ ମଧ୍ୟରେ ସିରିଆ ଏବଂ ଭାରତର ନାଗରିକ ଥିଲେ। ଏହା ରୁଷିଆ-ୟୁକ୍ରେନୀୟ ଯୁଦ୍ଧ ସମୟରେ ପ୍ରଥମ ଘଟଣା, ଯେଉଁଥିରେ ଭାରତୀୟ ନାବିକମାନେ ପ୍ରାଣ ହରାଇଛନ୍ତି।
ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ଗିନି-ବିସାଉ ପତାକାଯୁକ୍ତ ମାଲବାହୀ ଜାହାଜ ‘ଏମ୍ଭି ଗୋଲଡେନ ଲିଓ’ ରୁଷିଆ କ୍ରୁଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ, ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୧୭ ଜଣ କ୍ରୂ ସଦସ୍ୟ ଥିଲେ। ଏହି ଭାରତୀୟଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି,୧୯ ଜୁଲାଇ ସନ୍ଧ୍ୟାରେ ଏମଭି ଗୋଲଡେନ ଲିଓ ଓଡେସା ବନ୍ଦରରୁ ଯାତ୍ରା କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲା। ସେହି ସମୟରେ ଏଥିରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଏଥିରେ ପାଞ୍ଚ ଜଣ ଭାରତୀୟ ନାଗରିକ ଥିଲେ। ୪ ଜଣ ଭାରତୀୟ ନାଗରିକ ଦୁଃଖଦ ଭାବରେ ପ୍ରାଣ ହରାଇଛନ୍ତି। ଜଣେ ଭାରତୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଯଥାସମ୍ଭବ ପ୍ରୟାସ କରୁଛି। ଆମେ ମୃତ ଭାରତୀୟ ନାଗରିକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ ଏବଂ ଆହତ ଭାରତୀୟ ନାଗରିକଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛୁ।

ସେହି ସମୟରେ, ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛି ଯେ, ବାଣିଜ୍ୟ ଜାହାଜକୁ ଟାର୍ଗେଟ କରିବା ଏବଂ ନିର୍ଦ୍ଦେଷ ନାଗରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା ଅତ୍ୟନ୍ତ ନିନ୍ଦନୀୟ। ମନ୍ତ୍ରଣାଳୟ ଏହାର ସରକାରୀ ବିବୃତ୍ତିରେ ରୁଷିଆର ନାମ ସ୍ପଷ୍ଟ ଭାବରେ ନେଇ ନ ଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାର ଅନ୍ଧକାରରେ ଦୀପାବଳିର ଆଲୋକ ବାଣ୍ଟିଲେ ଜିଲାପାଳ, ବିପନ୍ନଙ୍କ ଘରେ ପହଞ୍ଚି…

ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ…

ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ PM: କହିଲେ, “ନକ୍ସଲବାଦର ଅନ୍ତ ଘଟିଛି, କିନ୍ତୁ …

ରାୟପୁର/ନୂଆଦିଲ୍ଲୀ,୮ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଦୀପାବଳି ଅବସରରେ ଛତିଶଗଡର ବସ୍ତର ପହଞ୍ଚି ସୁରକ୍ଷାବଳର ଯବାନମାନଙ୍କ ଗହଣରେ ଆଲୋକର ପର୍ବ ପାଳନ କରିଛନ୍ତି। ନକ୍ସଲବାଦର ଅନ୍ତ…

ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?