ଭାରତ-ଶ୍ରୀଲଙ୍କା ଫାଇନାଲ

କଲମ୍ବୋ,୧୫ା୯: ଏସିଆ କପ୍‌ ଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଶ୍ରୀଲଙ୍କା। ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ବର୍ଷା କାରଣରୁ ମ୍ୟାଚ୍‌ଟି ୪୨ ଓଭର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍‌ କରିଥିଲା। ଡର୍କଓ୍ବର୍ଥ ଲୁଇସ୍‌ ନିୟମରେ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଶ୍ରୀଲଙ୍କା ୮ ଉଇକେଟ ହରାଇ ଅନ୍ତିମ ବଲ୍‌ରେ ଜିତିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଅପରାଜିତ ୮୬ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ୍ଲା ଶଫିକ୍‌ ୫୨ ଓ ଇଫତିଖାର ଅହମଦ ୪୭ ରନ୍‌ କରିଥିଲେ। ପାକିସ୍ତାନ ୧୩୦ ରନ୍‌ରେ ୫ ଖେଳାଳିଙ୍କ ଉଇକେଟ ହରାଇବା ପରେ ଟପ୍‌ ସ୍କୋରର ମହମ୍ମଦ ରିଜଓ୍ବାନ (୮୬* ରନ) ଓ ଇଫତିଖାର ଅହମଦ(୪୭ ରନ୍‌) ଷଷ୍ଠ ଉଇକେଟରେ ୧୦୮ ରନ୍‌ ଯୋଡିଥିଲେ। ରିଜଓ୍ବାନ ୭୩ ବଲ୍‌ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଇଫତିଖାର ୪୦ ବଲ୍‌ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥୀଷା ପଥିରାନା ସର୍ବାଧିକ ୩ ଉଇକେଟ ନେଇଥିଲେ। ଜବାବରେ କୁଶାଲ ମେଣ୍ଡିସଙ୍କ ୯୧ ରନ୍‌ ବଳରେ ଶ୍ରୀଲଙ୍କା ମ୍ୟାଚ୍‌କୁ ଜିତି ନେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୪୯* , ସାଦିରା ସମରବିକ୍ରମା ୪୮, ପାଥୁମ ନିଶଙ୍କା ୨୯ ଓ କୁଶାଲ ପରେରା ୧୭ ରନ୍‌ ସ୍କୋର କରିଥିଲେ। ମେଣ୍ଡିସ୍‌ ୮୬ ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଇଫତିଖାର ଅହମଦ ୩ ଓ ଶାହିନ ଆଫ୍ରିଦି ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୪୨ ଓଭରରେ ୨୫୨/୭(ମହମ୍ମଦ ରିଜଓ୍ବାନ-୮୬*, ଅବଦୁଲ୍ଲା ଶଫିକ୍‌-୫୨, ଇଫତିଖାର ଅହମଦ-୪୭, ମଥୀଷା ପଥିରାନା-୩/୬୫, ପ୍ରମୋଦ ମଦୁଶାନ-୨/୬୫, ଦୁନିଥ ଓ୍ବେଲାଲାଗେ-୧/୪୦)।
ଶ୍ରୀଲଙ୍କା୪୨ ଓଭରରେ ୨୫୨/୮(କୁଶାଲ ମେଣ୍ଡିସ୍‌-୯୧, ସାଦିରା ସମରବିକ୍ରମା-୪୮, ଚରିଥ୍‌ ଅସଲଙ୍କା-, ଶଦାବ ଖାନ୍‌-୧/୫୫,ଇଫତିଖାର ଅହମଦ-୩/୫୦, ଶାହିନ୍‌ ଆଫ୍ରିଦି-୨/୫୨)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?