Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଜାନୁୟାରୀ ୧୪ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ କାରିବିୟାନ ଦେଶ(ଓ୍ବେଷ୍ଟଇଣ୍ଡିଜ)ରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଏଥିଲାଗି ରବିବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିଲ୍ଲୀ ବ୍ୟାଟର ୟଶ ଧୂଲଙ୍କୁ ଦିଆଯାଇଛି ଏହି ଦଳର ନେତୃତ୍ୱଭାର। ୪ ଥର ଚାମ୍ପିୟନ ଭାରତୀୟ ଦଳ ସହ ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା, ଆୟରଲାଣ୍ଡ ଓ ଉଗାଣ୍ଡା ଭଳି ଦଳ ରହିଛି।

ପୂର୍ବରୁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ଧୂଲ। ତାଙ୍କୁ ଉପ ଅଧିନାୟକ ଭାବେ ଆନ୍ଧ୍ରାର ଶେଖ ରଶିଦ ସହଯୋଗ କରିବେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଟ୍ରଫି ପାଇଁ ୧୬ଟି ଦଳ ଖେଳିବେ। ପୂରା ଟୁର୍ନାମେଣ୍ଟରେ ୪୮ ମ୍ୟାଚ୍‌ ଖେଳାଯିବ। ସର୍ବାଧିକ ୪ ଥର (୨୦୦୦, ୨୦୦୮, ୨୦୧୨ ଓ ୨୦୧୮) ଟାଇଟଲ ଜିତିଥିବା ଭାରତ ୨୦୧୬ ଏବଂ ୨୦୨୦ରେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା।

ଡାହାଣହାତୀ ବ୍ୟାଟର ଧୂଲ ଜଣେ ମଧ୍ୟକ୍ରମର ବ୍ୟାଟର। ଚଳିତ ବର୍ଷ ବିନୁ ମଙ୍କଡ଼ ଟ୍ରଫିରେ ସେ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ ଓ କ୍ରିକେଟ ଆସୋସିଏଶନ (ଡିଡିସିଏ) ପାଇଁ ସେ ୫ ମ୍ୟାଚ୍‌ରେ ୭୫.୫୦ ହାରରେ ୩୦୨ ରନ୍‌ କରିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ପରେ ଦିଲ୍ଲୀର ଦ୍ୱିତୀୟ ଖେଳାଳି ଭାବେ ଧୁଲ ବିଭିନ୍ନ ବୟସ ବର୍ଗରେ ଭାରତୀୟ ଦଳର ନେତୃତ୍ୱ ନେବାର ଗୌରବ ନିଜ ନାମରେ କରିବାକୁ ଯାଉଛନ୍ତି। ସେ ପୂର୍ବରୁ ୧୬ ବର୍ଷ, ୧୯ ବର୍ଷ ଓ ଇଣ୍ଡିଏ ଏ’ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।

ଭାରତୀୟ ଦଳ : ୟଶ ଧୂଲ (ଅଧିନାୟକ), ହାରନୁର ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ଶେଖ ରଶିଦ (ଉପଅଧିନରାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦୀନେଶ ବାନା, ଆରାଧ୍ୟ ଯାଦବ (ଉଇକେଟକିପର), ରାଜ ଅଙ୍ଗଦ ବାଓ୍ବା, ମାନବ ପାରାଖ, କୌଶଲ ତାମ୍ବେ, ଆର୍‌ ଏସ୍‌ ହାଙ୍ଗାର୍ଗେକର, ବାସୁ ଭଟ୍ସ, ଭିକି ଓସ୍ତ୍ବାଲ, ରବି କୁମାର, ଗର୍ବ ସାଙ୍ଗଓ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri