Posted inଖେଳ

ଟି୨୦ ବିଶ୍ୱକପ୍‌ ଦଳରେ ଜଣେ ପେସରଙ୍କ ଅଭାବ

ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ। ଟି୨୦ ବିଶ୍ୱକପ୍‌ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ।

ଏହା ଏକ ଭଲ ଦଳ। କିନ୍ତୁ ମୋତେ ଲାଗୁଛି ଜଣେ ପେସରଙ୍କ ଅଭାବ ରହିଛି। କାରଣ ଆମେ ପ୍ରାୟତଃ ମ୍ୟାଚ୍‌ ଦୁବାଇ ଓ ଆବୁଧାବିରେ ଖେଳିବା। ଏଠାକାର ପିଚ୍‌ରେ ଜଣେ ଅତିରିକ୍ତ ପେସରଙ୍କୁ ଖେଳାଇବା ଦରକାର। ଆଉ ଦଳକୁ ମନେ ରଖିବାର ଅଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ ନାହିଁ। ମୋ ମତରେ ଏହା ଦଳ ଲାଗି ଚିନ୍ତାର କାରଣ ବୋଲି ୪୬ ବର୍ଷୀୟ ପୂର୍ବତନ କ୍ରିକେଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟି୨୦ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୨୪ ତାରିଖରେ ତା’ର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି: ସଞ୍ଜୁ ସାମସନଙ୍କ ଦ୍ୱିଶତକ

ଅଲୁର,୧୩।୧୦- ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଦିନିକିଆ ଟୁର୍ନାମେଣ୍ଟରେ ଗୋଆ ବିପକ୍ଷ ମ୍ୟାଚ୍‌ରେ କେରଳର ସଞ୍ଜୁ ସାମସନ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୨୯...

ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍‌)ରେ ଏକ ପୋଷ୍ଟ...

ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ

ଶାରଜା,୨୩।୧୦ (ପି.ଟି.): ପ୍ଲେ- ଅଫ୍‌ ପାଇଁ ସଂଘର୍ଷ କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ...

ଆଇପିଏଲ୍‌ ପୂର୍ବରୁ ଜୀବନର ଲକ୍ଷ୍ୟକୁ ନେଇ ଏଭଳି କହିଲେ ଏହି ଯୁବ ଭାରତୀୟ ବୋଲର୍‌; ସଫଳତାର ଶ୍ରେୟ ଦେଇ…

ନୂଆଦିଲ୍ଲୀ,୮।୪: ଭାରତର ଉଦୀୟମାନ କ୍ରିକେଟ ତାରକାଙ୍କ ମଧ୍ୟରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ୟତମ। ୨୭ ବର୍ଷୀୟ ଏହି କ୍ରିକେଟର ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ...

ଇଣ୍ଡିଆନ ସୁପରଲିଗ୍‌ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ

ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ମ୍ୟାଚ ହେବ।...

କାଉଣ୍ଟି କ୍ରିକେଟ ଖେଳିବେ ହନୁମା ବିହାରୀ

ନୂଆଦିଲ୍ଲୀ,୭ା୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦ୍ୱାରା ଅଲୋଡା ହୋଇପଡ଼ିଥିବା ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ଖେଳାଯିବାକୁ ଥିବା ଟେଷ୍ଟ...

ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ପ୍ରାଗ୍‌,୨୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ଚ୍ୟାଲେଞ୍ଜର ପ୍ରାଗ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଡବଲ୍ସ ଇଭେଣ୍ଟରେ ସବୁ ୩ ଭାରତୀୟ ଖେଳାଳି ପରାଜୟ ବରଣ...

ଆଡିଲେଡ୍‌ରେ ଭାରତୀୟ ଖେଳାଳି ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ

ମେଲବୋର୍ନ,୨୨।୭(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିମାନଙ୍କୁ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଭାରତ ଆଡିଲେଡ୍‌ରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବ...

Advertisement
Archives

Model This Week