Posted inଖେଳ

ଶ୍ରୀଲଙ୍କା ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ କଲା ଭାରତ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୮ ଉଇକେଟ ହରାଇ ମାତ୍ର ୮୧ ସ୍କୋରରେ ସୀମିତ ରଖିଥିଲା। ଶ୍ରୀଲଙ୍କା ବିପକ୍ଷ ଟି -୨୦ ମ୍ୟାଚରେ ଏହା ଭାରତର ସର୍ବନିମ୍ନ ସ୍କୋର। ଉଲ୍ଲେଖଥାଉ କି, ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହା ହେଉଛି ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ଟି-୨୦ରେ ଭାରତର ସର୍ବନିମ୍ନ ରେକର୍ଡ ହେଉଛି ୭୪, ଯାହା ୨୦୦୮ ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲା ଭାରତ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚ କଲମ୍ବୋରେ ଖେଳାଯାଇଥିଲା। ଭାରତୀୟ ଅଧିନାୟକ ଶିଖର ଧାୱନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ବୋଲରମାନେ ଭାରତୀୟ ଦଳକୁ ଏତେ କମ ସ୍କୋରରେ ସୀମିତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଭାରତୀୟ ଦଳ ଏହି ମ୍ୟାଚରେ ୨୦ ଓଭରରେ ୮ ଉଇକେଟ୍‌ ହରାଇ ମାତ୍ର ୮୧ ରନ୍‌ କରିଥିଲା। କୁଲଦୀପ ଯାଦବ ଭାରତ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ୨୮ ବଲରୁ ୨୩ ରନରେ ଅପରାଜିତ ରହିଥିଲେ। ଦଳର ଦ୍ୱିତୀୟ ଶ୍ରେଷ୍ଠ ସ୍କୋରର ମଧ୍ୟ ବୋଲିଂ ପାଇଁ ଜଣାଶୁଣା ଭୁବନେଶ୍ୱର କୁମାର ଥିଲେ। ସେ ୩୨ ବଲରୁ ୧୬ ରନର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୦ରେ ଆଖିବୁଜିଛନ୍ତି ଏହି ସବୁ ଖେଳାଳି

ଜନ୍ମ ଏବଂ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ୨୦୨୦ରେ ମହାମାରୀ କରୋନା ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷ ଆମକୁ ଏତେ ଖରାପ...

ବରାହୀପୁର ଫୁଟବଲ: ଗଣ୍ଡରପୁର ଚାମ୍ପିୟନ

କଣ୍ଟାପଡା, ୨।୧(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବରାହୀପୁର ଗୋପୀନାଥ ଆଥଲେଟିକ ଆସୋସିଏଶନ ପକ୍ଷରୁ ଆୟୋଜିତ ୪୦ ତମ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ଦହି ଗଁା...

ମାଲିଙ୍ଗାଙ୍କ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ପାଲେକେଲେ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ରେ କ୍ରମାଗତ ୪ ବଲରେ ୪ ଉଇକେଟ ନେଇଥିବା ଭେଟେରାନ ଶ୍ରୀଲଙ୍କା ପେସର ଲାସିଥ ମାଲିଙ୍ଗାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ...

ଦୁର୍ଘଟଣାର ଶିକାର ହେଲେ ଭାରତର ଏହି ପୂର୍ବତନ ଅଧିନାୟକ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ମହମ୍ମଦ ଆଝାରୁଦ୍ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ ସୌଭାଗ୍ୟ ବଶତଃ ତାଙ୍କର...

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ...

ଟେଷ୍ଟ କ୍ରିକେଟରୁ ଷ୍ଟେଇନଙ୍କ ଅବସର

ଜୋହାନ୍ସବର୍ଗ, ୬ା୮(ଏଏଫ୍‌ପି)-ଆଧୁନୀକ ଯୁଗର ଅନ୍ୟତମ ମହାନ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେଇନ୍‌ ସୋମବାର ଟେଷ୍ଟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ସୀମିତ...

ବିସିସିଆଇକୁ ଅନୁରୋଧ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୬।୧: ଶ୍ରୀଲଙ୍କା କ୍ରିକେଟ ଦଳର ଆଗାମୀ ଭାରତ ଗସ୍ତ କାର୍ଯ୍ୟସୂଚୀରେ ସମ୍ଭବତଃ ପରିବର୍ତ୍ତନ ହୋଇପାରେ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଗସ୍ତ ଦୁଇଟି ଟେଷ୍ଟ ମ୍ୟାଚ୍‌...

ଓସିଏ କାଉନ୍‌ସିଲ ବୈଠକ : ‘ଭିଜନ୍‌-୨୦୨୪’ ଉପରେ ଗୁରୁତ୍ୱ

କଟକ ଅଫିସ,୨୯।୧୦- କ୍ରିକେଟ ତୃଣମୂଳସ୍ତରରୁ ବିକାଶ ହେବ। ଗାଁ ଗହଳିରୁ ଭଲ କ୍ରିକେଟ ଖେଳାଳି ଖୋଜାଯିବେ। ଏ ଦିଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମସ୍ତ ପ୍ରଚେଷ୍ଟା...

Advertisement
Archives

Model This Week