Posted inଖେଳ

ଭାରତର ସିରିଜ୍‌ ସୁଇପ୍‌

ହରାରେ,୨୩ା୮: ଓପ୍‌ନର ଶୁବମନ ଗିଲ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ସହାୟତାରେ ଭାରତ ସୋମବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ୍‌ ଜିତିବା ସହ ଜିମ୍ବାଓ୍ବେ ବିପକ୍ଷ ସିରିଜ୍‌କୁ ସୁଇପ୍‌ କରିଛି। ଭାରତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୮୯ ରନ୍‌ କରିଥିଲା। ଜବାବରେ ସିକନ୍ଦର ରାଜାଙ୍କ ଲଢୁଆ ଶତକ ସତ୍ତ୍ୱେ ଜିମ୍ବାଓ୍ବେ ୪୯.୩ ଓଭରରେ ୨୭୬ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ ଘରୋଇ ଦଳ ବିଜୟଠାରୁ ୧୩ ରନ୍‌ ଦୂରରେ ରହିଥିଲା।
କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତିଥିବା ବେଳେ ପ୍ରଥମଥର ପାଇଁ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶିଖର ଧାଓ୍ବନ(୪୦) ଓ ଅଧିନାୟକ ଲୋକେଶ ରାହୁଲ(୩୦) ପ୍ରଥମ ଉଇକେଟରେ ୬୩ ରନ୍‌ ଯୋଡ଼ିଥିଲେ। ପ୍ରଥମେ ରାହୁଲ ଓ ୧୯ ରନ୍‌ ବ୍ୟବଧାନରେ ଧାଓ୍ବନ ପାଭିଲିୟନ ଫେରିଥିଲେ। ଚତୁର୍ଥ ଉଇକେଟରେ ଶୁବମନ ଗିଲ୍‌(୧୩୦) ଓ ଇଶାନ୍‌ କିଶନ୍‌(୫୦) ୧୪୦ ରନ୍‌ ଭାଗୀଦାରି ଗଢ଼ି ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ୯୭ ବଲ୍‌ ଖେଳି ୧୫ ଚୌକା ଓ ୧ ଛକା ସହିତ ଗିଲ୍‌ ୧୩୦ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ଜିମ୍ବାଓ୍ବେ ମାଟିରେ ସର୍ବକନିଷ୍ଠ ବ୍ୟାଟର ଭାବେ ଶତକ ହାସଲ କରି ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। କିଶନ ୬୧ଟି ବଲ୍‌ ଖେଳି ୬ ଚୌକା ମାରିଥିଲେ। ତେବେ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଭାରତ ୩୦୦ ରନ୍‌ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲା। ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ ଇଭାନ୍ସ ୫ ଉଇକେଟ ସଫଳତା ପାଇଥିବା ବେଳେ ଲ୍ୟୁକ୍‌ ଜଙ୍ଗଓ୍ବେ ଓ ଭିକ୍ଟର ନାୟୁଚି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ॥
୨୯୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେକୁ ମ୍ୟାଚର ତୃତୀୟ ଓଭରରେ ପ୍ରଥମ ଝଟକା ଦେଇଥିଲେ ଦୀପକ ଚହର। ଇନୋସେଣ୍ଟ କାଇଆ ୬ ରନ୍‌ କରି ଆଉଟ ହୋଇଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଅନ୍ୟତମ ଓପ୍‌ନର କାଇଟାନୋ। ସିନ୍‌ ଓ୍ବିଲିୟମ୍ସ(୪୫) ଓ ଟୋନି ମୁନିଓଙ୍ଗା(୧୫)ଙ୍କ ମଧ୍ୟରେ ୭୫ ରନ୍‌ର ଭାଗୀଦାରି ହୋଇଥିଲେ ହେଁ ମାତ୍ର ୨ ରନ୍‌ ବ୍ୟବଧାନରେ ଉଭୟ ପାଭିଲିୟନ୍‌ ଫେରିଥିଲେ। ଗୋଟିଏପଟେ ସିକନ୍ଦର ରାଜା(୧୧୫) ଇନିଂସ ସମ୍ଭାଳିବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପାର୍ଶ୍ୱରୁ ଗୋଟିଏ ପରେ ଗୋଟିଏ ଉଇକେଟ ପଡ଼ିଚାଲିଥିଲା। ଦଳୀୟ ସ୍କୋର ୧୬୯ରେ ଲୁକ୍‌ ଜଙ୍ଗଓ୍ବେ(୧୪) ସପ୍ତମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ରାଜା ଆକ୍ରମଣ ଆରମ୍ଭ କରିଥିଲେ। ବ୍ରାଡ୍‌ ଇଭାନ୍ସ(୨୮)ଙ୍କୁ ସାଥିକରି ମାତ୍ର ୧୨.୧ ଓଭରରେ ଯୋଡ଼ିଥିଲେ ୧୦୪ ରନ୍‌। ୯୫ ବଲ୍‌ ଖେଳି ୯ ଚୌକା ଓ ୩ ଛକା ସହିତ ୧୧୫ ରନ୍‌ କରିଥିବା ରାଜା ମ୍ୟାଚ୍‌ର ୪୯ତମ ଓଭରରେ ଆଉଟ ହେବା ସହିତ ଜିମ୍ବାଓ୍ବେର ବିଜୟ ଆଶା ମଉଳି ଯାଇଥିଲା। ଭାରତ ପକ୍ଷରୁ ଆଭେଶ ଖାନ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ମିଳିଥିଲା ୨ଟି ଲେଖାଏ ଉଇକେଟ। ସିକନ୍ଦର ରାଜାଙ୍କ ପ୍ରାଇଜ୍‌ ଉଇକେଟ୍‌ଟି ଶାର୍ଦ୍ଦୂଳ ଠାକୁରଙ୍କ ଖାତାକୁ ଯାଇଥିଲା। ଶୁବମନ ଗିଲଙ୍କୁ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର୍‌ ଅଫ୍‌ ଦି ସିରିଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?