Posted inଖେଳ

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ଅପରିବର୍ତ୍ତିତ

ଦୁବାଇ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ୍‌ ସହ ଦୀର୍ଘ ୪ ମାସର ବ୍ୟବଧାନ ପରେ ପଡ଼ିଆକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍‌। ମହାମାରୀ କରୋନା ଭାଇରସ୍‌ ଲାଗି ଗତ ମାର୍ଚ୍ଚ ୧୫ରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ତେବେ ସାଉଥାମ୍ପଟନର ରୋଜ୍‌ ବାଉଲରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ୍‌ ଜିତିନେଇଛି। ଏହି ବିଜୟ ସହ ଜାସନ ହୋଲ୍ଡରଙ୍କ ଦଳ ୪୦ ପଏଣ୍ଟ ହାସଲ କରିଛି। ଏଥିସହ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ତାଲିକାରେ ଓ୍ବେଷ୍ଟଇଣ୍ଡିଜ ୭ମ ସ୍ଥାନରେ ରହିଛି। ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ ହେବା ପରଠାରୁ ଓ୍ବେଷ୍ଟଇଣ୍ଡିଜର ଏହା ପ୍ରଥମ ଟେଷ୍ଟ ବିଜୟ। ଅପରପକ୍ଷରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ମୋଟ୍‌ ୧୪୬ ପଏଣ୍ଟ ସହ ତାଲିକାର ୪ର୍ଥ ସ୍ଥାନରେ ସ୍ଥିର ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। କୋହଲିଙ୍କ ଦଳ ବର୍ତ୍ତମାନ ସୁଦ୍ଧା ଚାମ୍ପିୟନଶିପ୍‌ରେ ମୋଟ୍‌ ୯ ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୩୬୦ ପଏଣ୍ଟ ଲାଭ କରିଛି। ଯେଉଁଥିରେ ଭାରତ ୩ଟି ଟେଷ୍ଟ ସିରିଜ ଜିତିଛି। ଅଷ୍ଟ୍ରେଲିଆ (୨୯୬) ଓ ନ୍ୟୁଜିଲାଣ୍ଡ (୧୮୦) ଯଥାକ୍ରମେ ଟେବୁଲର ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ୧୦ ମ୍ୟାଚ୍‌ ଖେଳି ୭ ବିଜୟ, ୨ ପରାଜୟ ଓ ଗୋଟିଏ ଟେଷ୍ଟ ଡ୍ର ରଖିଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆ ୨ଟି ସିରିଜ ହାତେଇବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri