Posted inଜାତୀୟ

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶ ସମେତ ଅନେକ ସ୍ଥାନରେ ଜି-୨୦ ବୈଠକ ଆୟୋଜନ କରାଯାଇଛି।

ଭାରତର ସଂସ୍କୃତି ଏବଂ ବିବିଧତା ଦେଖାଇବା ପାଇଁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜି-୨୦ ବୈଠକ ଆୟୋଜନ କରିଥିଲେ। ଏହି ସଭାଗୁଡ଼ିକ ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚାଇନା ଏବଂ ପାକିସ୍ତାନ ଏହାକୁ ବିରୋଧ କରିଥିଲେ କାରଣ ଚାଇନା ଅରୁଣାଚଳ ପ୍ରଦେଶ ଏବଂ ପାକିସ୍ତାନ ଜମ୍ମୁ-କଶ୍ମୀରକୁ ବିବାଦୀୟ ବୋଲି ବିବେଚନା କରୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଚାଇନା, ପାକିସ୍ତାନର ଆପତ୍ତିକୁ ଖଣ୍ଡନ କରି କହିଛନ୍ତି ଯଦି ଆମେ ସେହି ସ୍ଥାନରେ ବୈଠକ କରିବାକୁ ବାରଣ କରିଥାନ୍ତୁ ତେବେ ଏହି ପ୍ରଶ୍ନ ବେଆଇନ ହୋଇଥାନ୍ତା। ଆମ ଦେଶ ବିସ୍ତୃତ ଏବଂ ବିବିଧତାରେ ପରିପୂର୍ଣ୍ଣ। ଯେତେବେଳେ ଦେଶରେ ଜି -୨୦ ବୈଠକ ଅନୁଷ୍ଠିତ ହୁଏ, ସେତେବେଳେ ଏହା ସ୍ବାଭାବିକ ଦେଶର ପ୍ରତ୍ୟେକ ଭାଗରେ ଏହା ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି -୨୦ର ଭାରତର ଅଧ୍ୟକ୍ଷତା ଶେଷ ହେବା ବେଳକୁ ଦେଶର ୬୦ ଟି ସହର ଏବଂ ୨୮ଟି ରାଜ୍ୟରେ ୨୨୦ ରୁ ଅଧିକ ବୈଠକ ହେବ। ଏହି ଅବଧି ମଧ୍ୟରେ, ୧୨୫ଟି ଦେଶରୁ ଏକ ଲକ୍ଷରୁ ଅଧିକ ପ୍ରତିନିଧୀ ଏହି ସଭାଗୁଡ଼ିକରେ ଅଂଶଗ୍ରହଣ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?