Posted inଖେଳ

ସେମିଫାଇନାଲରେ ଭାରତ

ଜିକ୍ୱେବର୍‌ହା (ଦକ୍ଷିଣ ଆଫ୍ରିକା), ୨୦।୨: ଚଳିତ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ଡକ୍‌ଓ୍ବର୍ଥ ଲୁଇସ ନିୟମରେ ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏଥିସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ କରିଥିଲା। ଜବାବରେ ଆୟର୍ଲାଣ୍ଡ ୮.୨ ଓଭରରେ ୨ ଉଇକେଟ ହରାଇ ୫୪ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଆଉ ଖେଳ ସମ୍ଭବ ନ ହେବାରୁ ଫଳାଫଳ ପାଇଁ ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମ ପ୍ରଣୟନ କରାଯାଇଥିଲା। ଏଥିରେ ଆୟର୍ଲାଣ୍ଡ ୫ ରନ ପଛରେ ରହିଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଓପନିଂ ଯୋଡ଼ିରେ ୫୭ ବଲ୍‌ରୁ ୬୨ ରନ ଯୋଗକରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ମ୍ୟାଚର ୧୦ମ ଓଭରରେ ଶେଫାଳି ବ୍ୟକ୍ତିଗତ ୨୪ (୨୯ ବଲ, ୩ ଚୌକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଆୟର୍ଲାଣ୍ଡ ଅଧିନାୟିକା ଲୌରା ଡେଲାନି ଦଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ମନ୍ଧାନା କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଧିନାୟିକା ହରମନପ୍ରୀତ କୌରଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଥିଲା। ସେ ୨୦ ବଲ୍‌ରୁ ମାତ୍ର ୧୩ ରନ କରି ପାରିଥିଲେ। ତେବେ ପ୍ରଥମ ଭାରତୀୟ ମହିଳା ଭାବେ ସେ ଟି୨୦ ଅନ୍ତର୍ଜାତୀୟରେ ୩୦୦୦ ରନ ପୂରଣ କରିଥିଲେ। ସେହିପରି ୧୫୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ପ୍ରଥମ ଓଭରରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆମି ହଣ୍ଟର ୧ ରନକରି ରନ୍‌ଆଉଟ ହୋଇଥିବା ବେଳେ ଓର୍ଲା ପ୍ରେଣ୍ଡରଗାଷ୍ଟଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇଥିଲେ ରେଣୁକା ସିଂ। ତେବେ ୮.୨ ଓଭରରେ ଆୟର୍ଲାଣ୍ଡ ୨ଉଇକେଟ ହରାଇ ୫୪ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମ ଅନୁସାରେ ଏହା ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ କମ୍‌ ଥିଲା। ବିଜୟୀ ହେବାପାଇଁ ଦଳକୁ ଏହି ସମୟରେ ଅତିକମ୍‌ରେ ୫୯ ରନ କରିବା ଆବଶ୍ୟକ ହେଉଥିଲା। ସୂଚନାଯୋଗ୍ୟ, ଭାରତ ୪ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ସମସ୍ତ ୪ଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି। ମଙ୍ଗଳବାର ଇଂଲଣ୍ଡ-ପାକିସ୍ତାନ ମ୍ୟାଚପରେ ଗ୍ରୁପ୍‌ ‘ବି’ରୁ କେଉଁ ଦଳ ଶୀର୍ଷସ୍ଥାନ ଅଧିକାର କରିବ ସ୍ପଷ୍ଟ ହେବା ପରେ ସେମିଫାଇନାଲ ଲାଇନ୍‌ଅପ୍‌ ସ୍ଥିର ହେବ। ଇଂଲଣ୍ଡ ୩ ମ୍ୟାଚରୁ ୬ ପଏଣ୍ଟ ପାଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ...

୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର

ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍‌...

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା...

ଭାରତୀୟ ଦଳକୁ ଶକ୍ତ ଧକ୍କା

ଖ୍ରୀଷ୍ଟଚର୍ଚ୍ଚ,୨୮।୨- ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ଏବେ ସମସ୍ୟାରେ ଘେରି ହୋଇଯାଇଛି। ଆହତ ସମସ୍ୟା କାରଣରୁ ମୁଖ୍ୟ ବୋଲର ଈଶାନ୍ତ...

ରାଜସ୍ଥାନ ଦଳରେ ବିଶ୍ୱର ଶ୍ରେଷ୍ଠ ବୋଲର

ନୂଆଦିଲ୍ଲୀ,୨୫।୮ : ଚଳିତ ଆଇପିଏଲ ସିଜନ୍‌ର ପରବର୍ତ୍ତୀ ଭାଗରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ତାବରିଜ ଶାମସି। ଏହି...

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

କୋହଲିଙ୍କ ନିଆରା ପ୍ରଶଂସକ, ହାତରେ ଦୀପ ଧରି ଏମିତି ଜାଳିଲେ

ଆଇପିଏଲର ୧୩ ସଂସ୍କରଣର ତୃତୀୟ ମ୍ୟାଚ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଏବଂ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଏହି...

ସ୍ପେଶାଲ୍‌ ପାର୍ଟନରଙ୍କ ସହ ବସି ୬ ବଲ୍‌ରୁ ୬ ଛକା ଭିଡିଓ ଦେଖିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ...

Advertisement
Archives

Model This Week