Posted inଖେଳ

ଭାରତୀୟ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଲେ କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଖେଳାଳି

ନୂଆଦିଲ୍ଲୀ, ୧୨ା୯- ଟିମ୍‌ ଇଣ୍ଡିଆର ମିଡ୍‌ଲ ଅର୍ଡରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦେବା ଉଚିଚ୍‌। ଏହା ଦ୍ୱାରା ମଧ୍ୟକ୍ରମ ଶକ୍ତିଶାଳୀ ହେବ। ଭାରତର ଏହି ଭେଟରାନ ଅଫ୍‌ ସ୍ପିନର ଅଲରାଉଣ୍ଡର ନିଜକୁ ସମସ୍ତ କଣ୍ଡିଶନରେ ଜଣେ ମ୍ୟାଚ୍‌ ଓ୍ବିନର ପ୍ରମାଣ କରି ସାରିଛନ୍ତି। ତାଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଇଆନ ଚାପେଲ।

ଭାରତୀୟ ଦଳରେ ବହୁ ଅଲରାଉଣ୍ଡର ଅଛନ୍ତି। ଅଷ୍ଟ୍ରେଲିଆରେ କ୍ରମାଗତ ଦୁଇଟି ସିରିଜ ଜିତିବା ଏବଂ ବର୍ତ୍ତମାନ ଇଂଲଣ୍ଡରେ ସଫଳତା ହେଉଛି ଏହାର ପ୍ରମାଣ। ଭାରତକୁ ନିଜ ଦେଶରେ ପରାସ୍ତ କରିବା ସହଜ ନୁହେଁ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ଲାଗି ଅଶ୍ୱିନଙ୍କ ପରିବର୍ତ୍ତେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇଥିଲା। ଜାଡେଜା, ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ଉପସ୍ଥିତ ରହିଲେ ଭାରତର ଲୋୟର ମିଡ୍‌ଲ ଅର୍ଡର ଖୁବ୍‌ ଶକ୍ତିଶାଳୀ ହୋଇପାରିବ। ଓଭାଲ ଟେଷ୍ଟ ପାଇଁ ମିଡ୍‌ଲ ଅର୍ଡରରେ ଡାହାଣ ଓ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଯାଇ ହୁଏତ ଟିମ୍‌ ମ୍ୟାନେଜମେଣ୍ଟ ଜାଡେଜାଙ୍କୁ ୫ମ ସ୍ଥାନରେ ବ୍ୟାଟିଂ ପାଇଁ ମନୋନୀତ କରିଥାଇପାରନ୍ତି। ଲଣ୍ଡନର ଓଭାଲଠାରେ ଭାରତ ଓ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଜାଡେଜା ଯଦି ତାଙ୍କ ସ୍ଥାନରେ ଉପଯୁକ୍ତ ମନେ ହୁଅନ୍ତି ତେବେ ଦଳରେ ଯେଉଁ ସିମ୍‌ ବୋଲର ଅଲରାଉଣ୍ଡରଙ୍କୁ ନିଆଯିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଏକ୍ଷେତ୍ରରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଉପଯୁକ୍ତ ମନେହୁଅନ୍ତି। ସେମାନଙ୍କ ପାଇଁ ଦ୍ୱିତୀୟ ବିକଳ୍ପ ରହିଛନ୍ତି ଶାର୍ଦ୍ଦୁଳ ଠାକୁର। ମିଡ୍‌ଲ ଅର୍ଡରରେ ଜାଡେଜା, ରିଷଭ ପନ୍ତ ଓ ଅଶ୍ୱିନ ରହିଲେ ଏମାନଙ୍କଠାରୁ ଭଲ ସ୍କୋର ଆଶା କରାଯାଇ ପାରିବ। ଏହା ପରେ ୩ ଫାଷ୍ଟ ବୋଲର ବ୍ୟାଟିଂ କରିବାକୁ ଆସିବେ। ଦଳ ବେଶ୍‌ ସନ୍ତୁଳିତ ହୋଇପାରିବ ବୋଲି ଚାପେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri