Posted inଖେଳ

ପୁଣି ବାଂଲାଦେଶଠାରୁ ହାରିଲା ଭାରତ

ଢାକା,୭।୧୨: ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଭାରତକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ସିରିଜ୍‌ ବିଜୟ ହାସଲ କରିଛି। ଢାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୭୧ ରନ୍‌ କରିଥିଲା। ମେହେଦି ହାସନ ମିରାଜ ୮୩ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ମହମୁଦୁଲ୍ଲା ୭୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଭାରତୀୟ ଦଳ ନଅ ଉଇକେଟ ହରାଇ ୫୦ ଓଭରରେ ୨୬୬ ରନ ସ୍କୋର କରିପାରିଥିଲା। ଏହି ମ୍ୟାଚ ଆରମ୍ଭରେ ରୋହିତ ଶର୍ମା ଆହତ ହୋଇଥିଲେ। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ରୋହିତଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଥିଲା। ପରେ ସେ ପଡିଆକୁ ଫେରିଥିଲେ, କିନ୍ତୁ ତାଙ୍କ ବାମ ଆଙ୍ଗୁଠିକୁ ବ୍ୟାଣ୍ଡେଜ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନ ଥିଲେ। ରୋହିତ ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଆହତ ଆଙ୍ଗୁଠି ପରେ ମଧ୍ୟ ରୋହିତ ତିନୋଟି ଚୌକା ଓ ପାଞ୍ଚ ଛକା ସହାୟତାରେ ୨୮ଟି ବଲରେ ଅପରାଜିତ ୫୧ ରନ କରି କରିଥିଲେ। ଶେଷ ଓଭରରେ ଭାରତକୁ ୨୦ ରନ ଆବଶ୍ୟକ ଥିଲା। ବଲଟି ମୁସ୍ତାଫିଜୁର ରହମାନଙ୍କ ହାତରେ ଥିଲା ଏବଂ ରୋହିତ ଷ୍ଟ୍ରାଇକରେ ଥିଲେ।
ପ୍ରଥମ ବଲରେ କୌଣସି ରନ ସ୍କୋର ହୋଇ ନ ଥିଲା। ଦ୍ୱିତୀୟ ଏବଂ ତୃତୀୟ ବଲରେ ରୋହିତ ଲଗାତାର ଦୁଇଟି ଚୌକା ମାରିଥିଲେ। ଏହା ପରେ ଚତୁର୍ଥ ବଲରେ କୌଣସି ରନ ସ୍କୋର କରାଯାଇ ନ ଥିଲା। ଜିତିବା ପାଇଁ ଭାରତ ଶେଷ ଦୁଇଟି ବଲରୁ ୧୨ ରନ ଆବଶ୍ୟକ କରିଥିଲା। ରୋହିତ ପଞ୍ଚମ ବଲରେ ଛକା ମାରିଥିଲେ। ମୁସ୍ତାଫିଜୁର ଶେଷ ବଲରେ ଏକ ୟର୍କର ବଲ ବୋଲିଂ କରିଥିଲେ ଏବଂ କୌଣସି ରନ ସ୍କୋର କରାଯାଇ ନ ଥିଲା। ଏହିପରି ଭାବେ ବାଂଲାଦେଶ ଜିତିଥିଲା। ମ୍ୟାଚର ଟର୍ନିଂ ପଏଣ୍ଟ ୪୮ ତମ ଓଭରରେ ଥିଲା, ଯେଉଁଥିରେ ମହମ୍ମଦ ସିରାଜ ଷ୍ଟ୍ରାଇକ ନେଇଥିଲେ। ରହମାନଙ୍କ ଏହି ଓଭରରେ କୌଣସି ରନ ସ୍କୋର କରାଯାଇ ନ ଥିଲା।
ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ ମଧ୍ୟ ୨-୦ ଅଗ୍ରଣୀ ହାସଲ କରିଛି। ୨୦୧୫ ପରଠାରୁ ବାଂଲାଦେଶ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?