Posted inଜାତୀୟ

ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍‌ ଶେୟାର ବଜାର ଭାବେ ପ୍ରତିଷ୍ଠାଲାଭ କରିଥିଲାବେଳେ ଭାରତର ସ୍ଥାନ ଏ କ୍ଷେତ୍ରରେ ୭ମ ସ୍ଥାନକୁ ଖସିଯାଇଛି। ଚଳିତ ବର୍ଷ ଦକ୍ଷିଣ କୋରିଆର ଅନେକ ବୈଷୟିକ କମ୍ପାନୀ କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ଚିପ୍‌ସ ନିର୍ମାଣ କରିବା କ୍ଷେତ୍ରକୁ ସୁଦୃଢ଼ କରିବା ପରେ ବିଦେଶୀ ନିବେଶକ ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ଷ୍ଟକ୍‌ ଏକ୍ସଚେଞ୍ଜରେ ଏହିସବୁ କମ୍ପାନୀରେ ବିପୁଳ ପୁଞ୍ଜି ନିବେଶ କରିଛନ୍ତି। ଫଳରେ ଦକ୍ଷିଣ କୋରିଆର କୋସ୍‌ପି, କୋସ୍‌ଡାକ୍‌ ଏବଂ କୋନେକ୍ସ ଭଳି ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜଗୁଡିକରେ ତାଲିକାଭୁକ୍ତ ହୋଇଥିବା କମ୍ପାନୀଗୁଡିକର ବଜାର ପୁଞ୍ଜି ( ମାର୍କେଟ କ୍ୟାପିଟାଲାଇଜେଶନ ) ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ଭାରତୀୟ ଶେୟାର ବଜାରରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଭଳି ଦୁଇଟି ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ରହିଥିଲାବେଳେ ଏନ୍‌ଏସ୍‌ଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ମୂଲ୍ୟ ୪.୮୫ ଟ୍ରଲିୟନ ଡଲାର ରହିଥିଲା। କିନ୍ତୁ ଏହା ମଧ୍ୟରେ ଦକ୍ଷିଣ କୋରିଆ ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ମୂଲ୍ୟ ୫.୦୧ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଫଳରେ ଭାରତୀୟ ଶେୟାର ବଜାର ସ୍ଥାନ ବିଶ୍ୱସ୍ତରରେ ଗୋଟିଏ ସ୍ଥାନକୁ ଖସି ୭ମ ସ୍ଥାନରେ ରହିଛି। ଏହାପୂର୍ବରୁ ମାସକ ତଳେ ଭାରତୀୟ ଶେୟାର ବଜାର ସ୍ଥିତି ତାଇଓ୍ବାନ୍‌ ଶେୟାର ବଜାର ତୁଳନାରେ ହ୍ରାସ ପାଇବା ସହ ଏହାର ସ୍ଥାନ ତଳକୁ ଖସିଥିଲା। ମାସକ ମଧ୍ୟରେ ଭାରତୀୟ ଶେୟାର ବଜାର କ୍ରମାଙ୍କ ଦୁଇଟି ସ୍ଥାନ ତଳକୁ ଖସିବା ପୁଞ୍ଜି ନିବେଶ ପ୍ରତି ଚିନ୍ତାଜନକ ହୋଇଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ପ୍ରାୟ ଦେଢ ବର୍ଷ ତଳେ ତାଇଓ୍ବାନ୍‌ ଏବଂ ଦକ୍ଷିଣ କୋରିଆ ଷ୍ଟକ୍‌ ଏକ୍ସଚେଞ୍ଜଗୁଡିକରେ ଯେତିକି ପରିମାଣର ଶେୟାର କାରବାର ହେଉଥିଲା, ସେ ତୁଳନାରେ ଭାରତୀୟ ଶେୟାର ବଜାରରେ ୩.୫ ଗୁଣ ଅଧିକ କାରବାର ହେଉଥିଲା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ତାଇଓ୍ବାନ ଏବଂ ଦକ୍ଷିଣ କୋରିଆ ଭାରତକୁ ଅତିକ୍ରମ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବକୁ ନେଇ ଗତ କିଛି ମାସ ଧରି ଭାରତୀୟ ଶେୟାର ବଜାର ଅସ୍ଥିର ରହିବା ସହ ବିଦେଶୀ ପୁଞ୍ଜିନିବେଶକମାନେ ବିପୁଳ ପରିମାଣର ଅର୍ଥ ଉଠାଇ ନେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

୧୮ ପ୍ରକାର ଯୁଦ୍ଧ ବିମାନ ଉଡ଼ାଇଥିବା ଏୟାର ମାର୍ଶଲଙ୍କ କାନ୍ଧରେ ଏବେ ରାମ ମନ୍ଦିର ପରିଚାଳନା ଭାର: ଜାଣନ୍ତୁ କିଏ ଏହି…

ଅଯୋଧ୍ୟା,୨।୯: ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ କ୍ରମାଗତ ବୃଦ୍ଧି ପାଉଥିବା ଭିଡ଼ର ସୁପରିଚାଳନା ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଶ୍ରୀରାମ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri