Posted inଖେଳ

୨୪୬ ରନ୍‌ରେ ଅଟକିଲା ଇଂଲଣ୍ଡ

ଲଣ୍ଡନ,୧୪।୭ : ଗୁରୁବାର ଲଡର୍‌ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଜବାବରେ ଇଂଲଣ୍ଡ ୪୯ ଓଭରରେ ସମସ୍ତ ଉଇକେଟ ହରାଇ ୨୪୬ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ୨୪୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ।

ଓପନିଂ କରିବାକୁ ଆସିଥିବା ଜାସନ ରୟ ଏବଂ ଜୋନି ବେୟାରଷ୍ଟୋ ଦଳକୁ ଭଲ ଷ୍ଟାଟ ଦେଇଥିଲେ। ହେଲେ ଜାସନ ରୟ ୩୩ ବଲ୍‌ରେ ୨୩ ରନ୍‌ (୨ ଚୌକା ଏବଂ ୧ ଛକା) କରି ପ୍ରଥମ ଉଇକେଟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି କିଛି ସମୟ ପରେ ଜୋନି ବେୟାରଷ୍ଟୋ ମଧ୍ୟ ୩୮ ବଲ୍‌ରେ ୩୮ ରନ୍‌(୬ ଚୌକା) କରି ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏଭଳି ସ୍ଥତିରେ ଦଳକୁ ସମ୍ଭାଳିବାରେ ବିଫଳ ହୋଇଥିଲେ ଟର୍ପ ଅର୍ଡର । ଜୋ ରୁଟ ୧୧ ରନ୍‌ କରି ପୁଣି ଦଳକୁ ନିରାଶ କରିଥିଲେ। ଅଧିନାୟକ ଜୋସ ବଟଲର ୪ ରନ୍‌ କରି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ବେନ ଷ୍ଟୋକ୍ସ ଭଳ ଆରମ୍ଭ କରିଥିଲେ ହେଁ ୨୧ ରନ୍‌ କରି ଚହଲଙ୍କ ଶିକାର ହୋଇଥିଲେ। ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଉଇକେଟରେ ୪୬ ରନ୍‌ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୨ଟି ଚୌକା ଏବଂ ୨ଟି ଛକା ସହ ୩୩ ରନ୍‌ କରିଥିଲେ। ମୋଇନ ଏବଂ ଡେଭିଡ ଓ୍ବିଲି ସପ୍ତମ ଉଇକେଟରେ ୬୨ ରନ୍‌ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ।

ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିଆମ ଲିଭିଂଷ୍ଟୋନ ଷଷ୍ଠ ଉଇକେଟରେ ୪୬ ରନ୍‌ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୩୩ ରନ୍‌ (୨ ଚୌକା ଏବଂ ୨ଟି ଛକା) କରିଥିଲେ। ପରବର୍ତ୍ତୀ ସମୟରେ ମୋଇନ ଅଲ୍ଲୀ ଏବଂ ଡାଭିଡ ଓ୍ବିଲି ସପ୍ତମ ଉଇକେଟରେ ୬୨ ରନ୍‌ ଯୋଡି ଦଳକୁ ୨୦୦ରେ ପହଞ୍ଚାଇ ଥିଲେ। ମୋଇନ ବଡ ସଟ ଖେଳିବାକୁ ଯାଇ ଚହଲଙ୍କ ଚତୁର୍ଥ ଶିକାର ହୋଇଥିଲେ। ଶେଷ ଆଡକୁ ଡେଭିଡ ଓ୍ବିଲି ୪୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଇଂଲଣ୍ଡ ୨୪୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ମହମ୍ମଦ ଶାମି ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷେ କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଭାରତ ଅତି ସହଜରେ ଜିତ ୧-୦ରେ ଅଗ୍ରଣୀ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?