Posted inଜାତୀୟ

ଚାରଣ ଭୂମି ହରାଇଛି ଭାରତ

ନୂଆଦିଲ୍ଲୀ,୧୮।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପରେ ଭାରତ ପାଟ୍ରୋଲିଂ ପଏଣ୍ଟ ୧୬ (ପିପି-୧୬)ରୁ ହଟିବା ସହ କେତେକ ଚାରଣ ଭୂମି ହରାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ଅକ୍ତିଆର କରି ରଖିଥିବା ୩ କିଲୋମିଟର ଅଞ୍ଚଳରୁ ପଛକୁ ଫେରିଯାଇଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି।

୨୦୨୦ରେ ଭାରତୀୟ ସୈନ୍ୟ ପାଟ୍ରୋଲିଂ କରୁଥିବା ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା ସୈନ୍ୟ ବୃହତ୍‌ ଘାଟି ନିର୍ମାଣ କରିଥିଲେ। ଏହାକୁ ସେମାନେ ଭାଙ୍ଗିଦେଇଥିବା ଦେଖାଯାଇଛି। ସାଟେଲାଇଟ୍‌ ଚିତ୍ର ବିଶେଷଜ୍ଞ ମାକ୍ସାର କେବଳ ଚାଇନା ପୋଜିଶନଗୁଡ଼ିକୁ ଦେଖାଇଥିବାବେଳେ ବଫର ଜୋନ୍‌ ସମ୍ପର୍କିତ ଚିତ୍ର ଦର୍ଶାଇନାହିଁ। ଆତ୍ମବିଶ୍ୱାସ ବୃଦ୍ଧି ପଦକ୍ଷେପ ସ୍ବରୂପ ଉକ୍ତ ବଫର ଜୋନ୍‌ ବା ନୋ-ମ୍ୟାନ୍‌ ଲ୍ୟାଣ୍ଡକୁ ପାଟ୍ରୋଲିଂ ପାଇଁ ଅନୁମତି ଦିଆଯାଇ ନାହିଁ।

ସେନା ପ୍ରତ୍ୟାହାର ପୂର୍ବରୁ ଗତ ଅଗଷ୍ଟ ୧୨ରେ ମିଳିଥିବା ସାଟେଲାଇଟ୍‌ ଚିତ୍ରକୁ ଦେଖିଲେ ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠି ଭାରତୀୟ ସେନା ବିବାଦ ପୂର୍ବରୁ ପାଟ୍ରୋଲିଂ କରୁଥିଲା, ସେଠାରେ ଚାଇନା ସୈନ୍ୟ ବୃହତ୍‌ ବିଲ୍ଡିଂ ନିର୍ମାଣ କରିଥିବା ଦେଖାଯାଇଛି। ଉକ୍ତ ବିଲ୍ଡିଂ ଚାରିପଟେ ଖାଇ ନିର୍ମାଣ ହୋଇଥିଲା। ତେବେ ସେପ୍ଟେମ୍ବର ୧୫ ସାଟେଲାଇଟ୍‌ ଚିତ୍ରକୁ ଦେଖିଲେ, ଉକ୍ତ ବିଲ୍ଡିଂ ଓ ଖାଇ ଭାଙ୍ଗିଦିଆଯାଇଥିବା ଦେଖାଯାଇଛି।

ତେବେ ଚାଇନା ସୈନ୍ୟବାହିନୀ ସହ ହୋଇଥିବା ରାଜିନାମା ଅନୁଯାୟୀ ଭାରତୀୟ ସୈନ୍ୟ ନିଜ ଅଞ୍ଚଳରେ ଥିତ୍ବା କେତେକ ଘାଟି ହଟାଇଥିବା ଲଦାଖର ସ୍ଥାନୀୟ କାଉନସିଲର କହିଛନ୍ତି। ତେବେ ନୂଆଦିଲ୍ଲୀସ୍ଥିତ ସେନା ଅଧିକାରୀମାନେ ଏନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଲଦାଖର ଚୁଶୁଲ କାଉନସିଲର କୋନ୍‌ଚୋକ ଷ୍ଟାନ୍‌ଜିନଙ୍କ କହିବା ଅନୁଯାୟୀ ଆମ ସୈନ୍ୟ କେବଳ ପାଟ୍ରୋଲ ପଏଣ୍ଟ ୧୫ (ପିପି-୧୫)ରୁ ହଟିନାହାନ୍ତି, ପାଟ୍ରୋଲ ପଏଣ୍ଟ ୧୬(ପିପି-୧୬)ରୁ ମଧ୍ୟ ହଟିଯାଇଛନ୍ତି। ଉକ୍ତ ଅଞ୍ଚଳରେ ଭାରତ ୫୦ ବର୍ଷ ହେଲା ପାଟ୍ରୋଲିଂ କରୁଥିଲା। ଏଲ୍‌ଏସି ନିକଟବର୍ତ୍ତୀ ଚାରଣଭୂମିକୁ ଏବେ ବଫର ଜୋନ୍‌ କରାଯାଇଛି। ଶୀତଦିନେ ଏହାକୁ ଲଦାଖର ସ୍ଥାନୀୟ ଗୋପାଳକମାନେ ମୁଖ୍ୟ ଚାରଣଭୂମି ଭାବେ ବ୍ୟବହାର କରିଆସୁଥିଲେ। ତେଣୁ ସେନା ପ୍ରତ୍ୟାହାର ଭାରତ ପାଇଁ ଏକ ଧକ୍କା ବୋଲି ଷ୍ଟାନ୍‌ଜିନ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମେ’ରୁ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିବା ସହ ସେହି ବର୍ଷ ଜୁନ୍‌ରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହୋଇଥିଲେ। ଗତ ଜୁଲାଇ ୧୭ରେ ଉଭୟ ବାହିନୀର ୧୬ତମ କମାଣ୍ଡରସ୍ତରୀୟ ବୈଠକରେ ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ସେନା ପ୍ରତ୍ୟାହାର ଲାଗି ବୁଝାମଣା ହୋଇଥିଲା। ଚୁକ୍ତି ଅନୁଯାୟୀ ବିବାଦୀୟ ଅଞ୍ଚଳରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିକୁ ଉଭୟ ପକ୍ଷ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri