Posted inଜାତୀୟ

ଚାରଣ ଭୂମି ହରାଇଛି ଭାରତ

ନୂଆଦିଲ୍ଲୀ,୧୮।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପରେ ଭାରତ ପାଟ୍ରୋଲିଂ ପଏଣ୍ଟ ୧୬ (ପିପି-୧୬)ରୁ ହଟିବା ସହ କେତେକ ଚାରଣ ଭୂମି ହରାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ଅକ୍ତିଆର କରି ରଖିଥିବା ୩ କିଲୋମିଟର ଅଞ୍ଚଳରୁ ପଛକୁ ଫେରିଯାଇଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି।

୨୦୨୦ରେ ଭାରତୀୟ ସୈନ୍ୟ ପାଟ୍ରୋଲିଂ କରୁଥିବା ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା ସୈନ୍ୟ ବୃହତ୍‌ ଘାଟି ନିର୍ମାଣ କରିଥିଲେ। ଏହାକୁ ସେମାନେ ଭାଙ୍ଗିଦେଇଥିବା ଦେଖାଯାଇଛି। ସାଟେଲାଇଟ୍‌ ଚିତ୍ର ବିଶେଷଜ୍ଞ ମାକ୍ସାର କେବଳ ଚାଇନା ପୋଜିଶନଗୁଡ଼ିକୁ ଦେଖାଇଥିବାବେଳେ ବଫର ଜୋନ୍‌ ସମ୍ପର୍କିତ ଚିତ୍ର ଦର୍ଶାଇନାହିଁ। ଆତ୍ମବିଶ୍ୱାସ ବୃଦ୍ଧି ପଦକ୍ଷେପ ସ୍ବରୂପ ଉକ୍ତ ବଫର ଜୋନ୍‌ ବା ନୋ-ମ୍ୟାନ୍‌ ଲ୍ୟାଣ୍ଡକୁ ପାଟ୍ରୋଲିଂ ପାଇଁ ଅନୁମତି ଦିଆଯାଇ ନାହିଁ।

ସେନା ପ୍ରତ୍ୟାହାର ପୂର୍ବରୁ ଗତ ଅଗଷ୍ଟ ୧୨ରେ ମିଳିଥିବା ସାଟେଲାଇଟ୍‌ ଚିତ୍ରକୁ ଦେଖିଲେ ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠି ଭାରତୀୟ ସେନା ବିବାଦ ପୂର୍ବରୁ ପାଟ୍ରୋଲିଂ କରୁଥିଲା, ସେଠାରେ ଚାଇନା ସୈନ୍ୟ ବୃହତ୍‌ ବିଲ୍ଡିଂ ନିର୍ମାଣ କରିଥିବା ଦେଖାଯାଇଛି। ଉକ୍ତ ବିଲ୍ଡିଂ ଚାରିପଟେ ଖାଇ ନିର୍ମାଣ ହୋଇଥିଲା। ତେବେ ସେପ୍ଟେମ୍ବର ୧୫ ସାଟେଲାଇଟ୍‌ ଚିତ୍ରକୁ ଦେଖିଲେ, ଉକ୍ତ ବିଲ୍ଡିଂ ଓ ଖାଇ ଭାଙ୍ଗିଦିଆଯାଇଥିବା ଦେଖାଯାଇଛି।

ତେବେ ଚାଇନା ସୈନ୍ୟବାହିନୀ ସହ ହୋଇଥିବା ରାଜିନାମା ଅନୁଯାୟୀ ଭାରତୀୟ ସୈନ୍ୟ ନିଜ ଅଞ୍ଚଳରେ ଥିତ୍ବା କେତେକ ଘାଟି ହଟାଇଥିବା ଲଦାଖର ସ୍ଥାନୀୟ କାଉନସିଲର କହିଛନ୍ତି। ତେବେ ନୂଆଦିଲ୍ଲୀସ୍ଥିତ ସେନା ଅଧିକାରୀମାନେ ଏନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଲଦାଖର ଚୁଶୁଲ କାଉନସିଲର କୋନ୍‌ଚୋକ ଷ୍ଟାନ୍‌ଜିନଙ୍କ କହିବା ଅନୁଯାୟୀ ଆମ ସୈନ୍ୟ କେବଳ ପାଟ୍ରୋଲ ପଏଣ୍ଟ ୧୫ (ପିପି-୧୫)ରୁ ହଟିନାହାନ୍ତି, ପାଟ୍ରୋଲ ପଏଣ୍ଟ ୧୬(ପିପି-୧୬)ରୁ ମଧ୍ୟ ହଟିଯାଇଛନ୍ତି। ଉକ୍ତ ଅଞ୍ଚଳରେ ଭାରତ ୫୦ ବର୍ଷ ହେଲା ପାଟ୍ରୋଲିଂ କରୁଥିଲା। ଏଲ୍‌ଏସି ନିକଟବର୍ତ୍ତୀ ଚାରଣଭୂମିକୁ ଏବେ ବଫର ଜୋନ୍‌ କରାଯାଇଛି। ଶୀତଦିନେ ଏହାକୁ ଲଦାଖର ସ୍ଥାନୀୟ ଗୋପାଳକମାନେ ମୁଖ୍ୟ ଚାରଣଭୂମି ଭାବେ ବ୍ୟବହାର କରିଆସୁଥିଲେ। ତେଣୁ ସେନା ପ୍ରତ୍ୟାହାର ଭାରତ ପାଇଁ ଏକ ଧକ୍କା ବୋଲି ଷ୍ଟାନ୍‌ଜିନ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମେ’ରୁ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିବା ସହ ସେହି ବର୍ଷ ଜୁନ୍‌ରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହୋଇଥିଲେ। ଗତ ଜୁଲାଇ ୧୭ରେ ଉଭୟ ବାହିନୀର ୧୬ତମ କମାଣ୍ଡରସ୍ତରୀୟ ବୈଠକରେ ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ସେନା ପ୍ରତ୍ୟାହାର ଲାଗି ବୁଝାମଣା ହୋଇଥିଲା। ଚୁକ୍ତି ଅନୁଯାୟୀ ବିବାଦୀୟ ଅଞ୍ଚଳରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିକୁ ଉଭୟ ପକ୍ଷ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?