ସବୁଜ ମିଶନରେ କେନ୍ଦ୍ର ବାଧକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ତାପମାତ୍ରା ବୃଦ୍ଧି ସାଙ୍ଗକୁ ସ୍ବଳ୍ପ ବୃଷ୍ଟିପାତ ଶସ୍ୟ ଉତ୍ପାଦନ ପାଇଁ ମହାବିପତ୍ତି ହୋଇ ଉଭାହେଲାଣି। ପରିବେଶ ପ୍ରଦୂଷଣ ରୋକିବା ଏବଂ ବନ୍ୟଜନ୍ତୁଙ୍କୁ ବଞ୍ଚାଇ ରଖିବା ପାଇଁ ସବୁଜ ବଳୟ ସୃଷ୍ଟି ଅପରିହାର୍ଯ୍ୟ ହୋଇପଡ଼ିଛି। ବର୍ଦ୍ଧିତ ଜନସଂଖ୍ୟା ଯୋଗୁ ବେଳକୁ ବେଳ ଜଙ୍ଗଲ କ୍ଷୟ ହୋଇ ଚାଲିଛି। ଶିଳ୍ପାୟନ ଓ ଭିତ୍ତିଭୂମି ପାଇଁ ବହୁ ହଜାର ହେକ୍ଟର ସବୁଜ ବଳୟ ନଷ୍ଟ ହେଉଛି। ଏହାକୁ ଭରଣା କରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ କିଛି ବର୍ଷ ହେବ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ ରାଜ୍ୟର ସବୁଜ ମିଶନକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦେଇଥିବା ବେଳେ ୨୯ଟି କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଦେଉଥିବା ଅନୁଦାନକୁ ପ୍ରାୟ ଅଧା କମାଇ ଦେଇଛନ୍ତି। ଏଥିଯୋଗୁ ରାଜ୍ୟ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଛି। ଏଥିରୁ କେନ୍ଦ୍ର ସରକାରଙ୍କ ଜାତୀୟ ବନୀକରଣ ଯୋଜନା ଓ ଗ୍ରୀନ୍‌ ଇଣ୍ଡିଆ ମିଶନ ବାଦ୍‌ ପଡ଼ିନାହିଁ। ଏହି ଯୋଜନାରେ କେନ୍ଦ୍ର ସରକାର ୨୦୧୪ ପୂର୍ବରୁ ରାଜ୍ୟ ସରକାରଙ୍କୁ ଶତପ୍ରତିଶତ ଅର୍ଥ ଯୋଗାଇ ଦେଉଥିଲେ। କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ସବୁଜ ମିଶନ ଆଶା ମଉଳିବାରେ ଲାଗିଛି। ଅନୁଦାନକୁ ୧୦୦ରୁ ୬୦ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ରାଜ୍ୟ ସରକାର ୪୦ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ବହନ କରୁଛନ୍ତି। ଅନୁଦାନ ହ୍ରାସ ଯୋଗୁ ଏହି ଯୋଜନା ଏବେ ବାଟବଣା ହୋଇଛି। ତେବେ ଯେତିକି ଅର୍ଥ ଏହି ଯୋଜନାରେ ଯୋଗାଇ ଦେବାକୁ ଅନୁମୋଦନ କରାଯାଉଛି ତାହା ମଧ୍ୟ ମିଳୁ ନାହିଁ। ଗ୍ରୀନ୍‌ ଇଣ୍ଡିଆ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରୀନ୍‌ ଇଣ୍ଡିଆ ମିଶନ ଯୋଜନାରେ କେନ୍ଦ୍ର ସରକାର ୨୦୧୫-୧୬ ଆର୍ଥିକବର୍ଷରେ ୬୦ ପ୍ରତିଶତ ଅଂଶ ହିସାବରେ ୩୦୩.୩୭ କୋଟି ଟଙ୍କା ଦେବାକୁ ମଞ୍ଜୁର କରିଥିବା ବେଳେ ସେଥିରୁ ମିଳିଛି ମାତ୍ର ୧୮୨.୦୨ କୋଟି। ସେହିପରି ୨୦୧୬-୧୭ରେ ୨୪୩.୭୯ କୋଟି ଟଙ୍କାରୁ ୧୪୬.୨୭ କୋଟି, ୨୦୧୭-୧୮ରେ ୨୩୪.୨୬ କୋଟିରୁ ୧୪୦.୫୬ କୋଟି ଏବଂ ୨୦୧୮-୧୯ରେ ଅନୁମୋଦନ କରାଯାଇଥିବା ୧୫୫୨.୧୮ କୋଟିିରୁ ରାଜ୍ୟକୁ ମିଳିଛି ମାତ୍ର ୩୩୫ କୋଟି ଟଙ୍କା। ଧୀରେ ଧୀରେ ଏହି ଅନୁଦାନ ବନ୍ଦ ହେବାକୁ ବସିଲାଣି। ୨୦୧୯-୨୦ରେ ମାତ୍ର ୪୯.୫୭ କୋଟି ମିଳିଥିବା ସୂଚନା ମିଳିଛି। ଏହା ପରଠାରୁ ଆଉ କୌଣସି ଅନୁଦାନ ମିଳି ନ ଥିବା ଜଣାପଡ଼ିଛି।
ସେହିପରି ଜାତୀୟ ବନୀକରଣ ଯୋଜନାରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ହ୍ରାସପାଇ ଚାଲିଛି। ୨୦୧୫-୧୬ରେ ରାଜ୍ୟକୁ ଟଙ୍କା ମଞ୍ଜୁର କରାଯାଇଥିବା ୧୭୯୨.୧୬ କୋଟି ଟଙ୍କାରୁ ୯୫୩.୭୪୨ କୋଟି ମିଳିଥିବା ବେଳେ ୨୦୧୮-୧୯ରେ ୧୬୫୮.୮୩ କୋଟି ଟଙ୍କାରୁ ୮୧୪.୯୪ କୋଟି ଟଙ୍କା ମଳିଛି। ଅର୍ଥାତ କେନ୍ଦ୍ର ସରକାର ମଞ୍ଜୁର କରୁଥିବା ଅନୁଦାନ ରାଶିରୁ ୫୦ ପ୍ରତିଶତରୁ କମ୍‌ ଅର୍ଥ ମିଳୁଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ ସରକାର କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରିବା ସର୍ତ୍ତାବଳୀ ଜଟିଳ କରିଛନ୍ତିି। ସମସ୍ତ କାଗଜପତ୍ର ଦାଖଲ କରିବା ପରେ ମଧ୍ୟ ଅର୍ଥ ମିଳିବାରେ ବିଳମ୍ବ ହେଉଛି। ଗ୍ରୀନ୍‌ ଇଣ୍ଡିଆ ମିଶନ ବାବଦରେ ଏବେ ଆଉ କିଛି ଅର୍ଥ ମିଳୁନାହିଁ। ଏଥିଯୋଗୁ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ରାଜ୍ୟରେ ସବୁଜ ଅଞ୍ଚଳ ମଧ୍ୟ ବୃଦ୍ଧି ପାଇପାରୁ ନାହିଁ। ତେବେ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ବନୀକରଣ କାର୍ଯ୍ୟ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ବନୀକରଣ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?