Posted inଖେଳ

ବାତିଲ୍‌ ହୋଇପାରେ ଭାରତ-ଇଂଲଣ୍ଡ ସିରିଜ

ନୂଆଦିଲ୍ଲୀ, ୧୫।୭- ମହାମାରୀ କରୋନା ଭାଇରସ୍‌ ଲାଗି ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜ ବାତିଲ ହୋଇପାରେ। ସେହିଭଳି ଆସନ୍ତା ମାସରେ ନ୍ୟୁଜିଲାଣ୍ଡ-ଏ ଦଳ ମଧ୍ୟ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। ଏହାକୁ ମଧ୍ୟ ବାତିଲ କରାଯିବା ନିଶ୍ଚିତ ହୋଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେବଳ ଏହି ଦୁଇ ସିରିଜ ବାତିଲ ନେଇ ଔପଚାରିକ ଘୋଷଣା କରିବା ବାକି ରହିଛି। ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ‘ସେପ୍ଟେମ୍ବରରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୬ ମ୍ୟାଚ୍‌ (୩ ଦିନିକିଆ ଓ ୩ ଟି୨୦) ଖେଳିବାର କାର୍ଯ୍ୟସୂଚୀ ଥିଲା। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ଏହି ଗସ୍ତରେ ଆସିପାରିବ ନାହିଁ। ସେହିଭଳି ନ୍ୟୁଜିଲାଣ୍ଡ-ଏ ଦଳ ଅଗଷ୍ଟରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ସିରିଜ ମଧ୍ୟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳର ଆଗାମୀ କାର୍ଯ୍ୟସୂଚୀକୁ ନେଇ ଶୁକ୍ରବାର ବୈଠକ ବସିବାର ରହିଛି। ଏଥିରେ ଏହା ସ୍ପଷ୍ଟ ହୋଇଯିବ।’ କେତେକ ବ୍ରିଟିଶ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ଯେ ଏହି ସିରିଜ ଖେଳିବା ଲାଗି ଇଂଲଣ୍ଡ ଦଳ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋଟେଶନରେ ଖେଳିପାରନ୍ତି ବୁମ୍‌ରା, ସାମି

ନୂଆଦିଲ୍ଲୀ, ୧୯।୧୧(ପି.ଟି.)- ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ୬ଟିଯାକ ସୀମିତ ଓଭର କ୍ରିକେଟ ମ୍ୟାଚ...

ଜାଭେଲିନ୍‌ ଥ୍ରୋୟର ଅମିତ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍‌ ଥ୍ରୋୟର ଅମିତ୍‌ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪...

କୋହଲିଙ୍କ ବିପକ୍ଷରେ ସୌଦି ସବୁଠୁ ସଫଳତମ ବୋଲର

ଅକ୍‌ଲାଣ୍ଡ,୮।୨- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ। ତାଙ୍କ ବିପକ୍ଷରେ ନ୍ୟୁଜିଲାଣ୍ଡ ପେସର ଟିମ ସୌଦି ସବୁଠୁ ସଫଳତମ ବୋଲର ହୋଇପାରିଛନ୍ତି।...

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦେହାନ୍ତ ହୋଇଛି। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ...

ବିରାଟଙ୍କ ଏହି ନିଷ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର

ଆଇପିଏଲ ୨୦୨୦ର ଦ୍ୱିତୀୟ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଏହାଦେଖି ଅନେକ...

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ...

ଭାରତ- ବାଂଲାଦେଶ ସିରିଜ: ଭାରତୀୟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୩୦।୧୦- ଆଗାମୀ ଭାରତ- ବାଂଲାଦେଶ ସିରିଜ ଅବସରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା...

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି।...

Advertisement

BGU

Archives

Model This Week

Why Dharitri