ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ

ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିିଛି। ହମାସକୁ ପ୍ରତିହତ କରିବା ପାଇଁ ଦେଶ ସମସ୍ତ ଉପାୟ ଅବଲମ୍ବନ କରିବ ବୋଲି ଇସ୍ରାଏଲ କହିଛି। ଅନ୍ୟପଟେ ହମାସ ଯୁଦ୍ଧ ବିରତିକୁ ସ୍ବାଗତ କରିଛି।

ଭାରତ ଏହି ପ୍ରସ୍ତାବରେ ମତଦାନ କରିବାକୁ ନିଜକୁ ଦୂରେଇ ରଖିବା ସହ ଜାତିସଂଘର ସ୍ବତନ୍ତ୍ର ଅଧିବେଶନରେ ଭାରତର ଉପ ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ୟୋଜନା ପଟେଲ କହିଛନ୍ତି, ଗାଜାରେ ଚାଲିଥିବା ସଂଘର୍ଷରେ ଆହତଙ୍କ ସଂଖ୍ୟା ଗୁରୁତର ଓ ନିରନ୍ତର ଚିନ୍ତାର ବିଷୟ ଅଟେ। ସାଧାରଣ ନାଗରିକ ବିଶେଷକରି ମହିଳା ଏବଂ ଶିଶୁଙ୍କୁ ଯୁଦ୍ଧ ପାଇଁ ବହୁମୂଲ୍ୟ ଦେବାକୁ ପଡୁଛି। ଏହି ମାନବିକ ସଙ୍କଟର ସମାଧାନ ହେବା ଆବଶ୍ୟକ। ଉତ୍ତେଜନାକୁ ଦୂର କରିବା ଏବଂ ଗାଜାବାସୀଙ୍କୁ ମାନବିକ ସହାୟତା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମକୁ ଆମେ ସ୍ବାଗତ କରୁଛୁ। ଏହି ପ୍ରୟାସରେ ଭାରତ ମଧ୍ୟ ସହଯୋଗ କରିଛି। ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟାର ସମାଧାନ ପାଇଁ ଭାରତ ସବୁବେଳେ ଚେଷ୍ଟା କରି ଆସୁଛିି। ଇସ୍ରାଏଲ ସୀମାରେ ବାସ କରୁଥିବା ପାଲେଷ୍ଟାନୀୟମାନେ ଯେପରି ଶାନ୍ତିରେ ସୁରକ୍ଷିତ ଏବଂ ସ୍ବାଧୀନ ଭାବେ ବସବାସ କରିପାରିବେ ସେନେଇ ଭାରତ ସବୁବେଳେ ସମର୍ଥନ କରି ଆସୁଛି ବୋଲି ପଟେଲ ଜାତିସଂଘରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?