Posted inଜାତୀୟ

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ସେନା କମାଣ୍ଡର ଏପର୍ଯ୍ୟନ୍ତ ୯ଥର କଥାବାର୍ତ୍ତା ହୋଇ ସାରିଲେଣି । ଯଦିଓ ଲାଗୁଛି ଏଥିରେ କିଛି ପ୍ରଗତି ହୋଇଛି କିନ୍ତୁ ଏହାକୁ ସମାଧାନ ଭାବେ ଗ୍ରହଣ କରାଯାଇ ନ ପାରେ । ସୀମାରେ ଏହାର କୌଣସି ପ୍ରଭାବ ଦେଖାଯାଉ ନାହିଁ । ଭାରତ ଓ ଚାଇନା ମଧ୍ୟରେ ଗତବର୍ଷ ମେ’ ମାସରୁ ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସେନା ଓ ରାଜନୈତିକ ସ୍ତରରେ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସମାଧାନ ବାହାରିପାରୁ ନାହିଁ । ଆଗକୁ ମଧ୍ୟ ଏପରି ଆଲୋଚନା ହୋଇପାରେ ହେଲେ ଏହାର ସମାଧାନ କାହିଁ ପରିଲକ୍ଷିତ ହେଉ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବ ଲଦ୍ଦାଖରେ ଏବେବି ସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବା ବେଳେ ଦୁଇ ଦେଶର ସେନା ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା...

ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି

ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର...

ପାଠ ନ ପଢିବାରୁ ଝିଅକୁ ଏଭଳି ଦଣ୍ଡ ଦେଲେ ପିତା, ଜାଣିଲେ ଥରିବ ହୃଦୟ

କୋଲକତା,୧୭।୧: ସାଧାରଣତଃ ମାତାପିତାମାନେ ନିଜ ପିଲାମାନଙ୍କର ସୁରକ୍ଷାକାରୀ ଏବଂ ଶୁଭଚିନ୍ତକ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ପିତା ନିଜ ପିଲାମାନଙ୍କ ପ୍ରତି ନିଷ୍ଠୁର ତେବେ କ’ଣ...

ଡିଏସ୍‌ପିଙ୍କ ସମେତ ୧୧ ପୋଲିସ ଦୋଷୀ

ଭରତପୁର(ରାଜସ୍ଥାନ),୨୨।୭: ଦୀର୍ଘ ୩୫ ବର୍ଷ ତଳର ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ଡିଏସ୍‌ପି କରନ୍‌ ସିଂ ଭାଟିଙ୍କ ସମେତ ୧୧ଜଣ ପୋଲିସଙ୍କୁ ମଥୁରାର ସ୍ବତନ୍ତ୍ର ସିବିଆଇ...

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍...

‘ତେଜସ ବିମାନ କିଣିବା ଦ୍ବାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’

ନୂଆଦିଲ୍ଲୀ,୧୪।୧: ସେନାର ଭେଟେରାନ୍ସ ଡେ’ ପାଳନ ଅବସରରେ ଅନୁଷ୍ଠିତ ସମାରୋହରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ...

ମହାରାଷ୍ଟ୍ରରେ ଡଙ୍ଗାବୁଡ଼ି ୯ ମୃତ,୧୬ ଉଦ୍ଧାର

ମୁମ୍ବାଇ,୮।୮: ମହାରାଷ୍ଟ୍ରର ପୁଣେରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ସାଙ୍ଗଲୀ ଜିଲା ପାଲୁସ ବ୍ଲକର ଭାମନାଲ ନିକଟରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଉଦ୍ଧାର...

Advertisement

BGU

Archives

Model This Week

Why Dharitri