Posted inଖେଳ

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ। ବୁଧବାର ଖେଳାଯାଇଥିବା ପ୍ଲେଅପ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୪-୩ ଗୋଲରେ ପାକିସ୍ତାନକୁ ହରାଇ ଦେଇଛି।

ପୂରା ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ ସିଂ। କିନ୍ତୁ ଆଫ୍ରାଜଙ୍କ ଗୋଲ ବଳରେ ସ୍କୋର ଲାଇନ୍‌କୁ ବରାବର ରଖିଥିଲା ପାକିସ୍ତାନ। ଏହି ସ୍କୋର ଲାଇନ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଜାରି ରହିଥିଲା। ତୃତୀୟ କ୍ୱାର୍ଟରରେ ଅବଦୁଲ ରାଣାଙ୍କ ଗୋଲ ପାକିସ୍ତାନକୁ ଆଣି ଦେଇଥିଲା ୨-୧ର ଅଗ୍ରଣୀ। ପରବର୍ତ୍ତୀ ମୁହୂର୍ତ୍ତରେ ବରୁନ କୁମାର ଏବଂ ଗୁରସାହିବଜିତ୍‌ ସିଂଙ୍କ ଗୋଲ ଯୋଗୁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌କୁ ଫେରିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ଅନ୍ତିମ ଗୋଲ ସ୍କୋର କରିଥିଲେ ଆକାଶଦୀପ ସିଂ। ଶେଷ ଆଡ଼କୁ ପାକିସ୍ତାନ ଖେଳାଳିମାନେ ତୃତୀୟ ଗୋଲ କରିଥିଲେ ମଧ୍ୟ ତାହା ଭାରତକୁ ମ୍ୟାଚ୍‌ ଜିତିବାରୁ ରୋକି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri