Posted inଖେଳ

ପାକିସ୍ତାନକୁ ପଛରେ ପକାଇ ବିଶ୍ୱରେକର୍ଡ ହାସଲ କଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜ୍‌ ବିଜୟୀ ହୋଇଛି। ଅକ୍ଷର ପଟେଲ ଭାରତ ପାଇଁ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ୱିଣ୍ଡିସ ଦଳକୁ ୨ ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।
୨୦୦୬ରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ମାଟିରେ ଏକ ଦିନିକିଆ ସିରିଜ ହାରି ନାହିଁ। ଶିଖର ଧାୱନଙ୍କ ଅଧିନାୟକତ୍ୱରେ ସିରିଜ ଜିତି ଭାରତ ଇତିହାସ ସୃଷ୍ଟି କରଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ୱାଦଶ ଦିନିକିଆ ସିରିଜ ଜିତିଛି ଭାରତ, ଯାହାକି ବିଶ୍ୱ ରେକର୍ଡ ଅଟେ। ବିଶ୍ୱର କୌଣସି ଦଳ ଏହା ପୂର୍ବରୁ କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ ପାକିସ୍ତାନକୁ ପଛରେ ପକାଇ ଦେଇଛି। ପୂର୍ବରୁ ପାକିସ୍ତାନ ନାଁରେ ୧୧ଟି ଦିନିକିଆ ସିରିଜ ଜିତିବାର ରେକର୍ଡ ରହିଥିଲା।
କ୍ରମାଗତ ସିରିଜ ଜିତିବାରେ ଭାରତୀୟ ପାକିସ୍ତାନ ଦଳକୁ ପଛରେ ପକାଇ ଦେଇଛନ୍ତି। ୧୯୯୬ରୁ ୨୦୨୧ ପର୍ଯ୍ୟନ୍ତ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ମୋଟ ୧୧ଟି ଦିନିକିଆ ସିରିଜ ଜିତିଥିଲା। ତୃତୀୟ ନମ୍ବରରେ ମଧ୍ୟ ପାକିସ୍ତାନର ଦଳ ଅଛି। ୧୯୯୯ ରୁ ୨୦୨୨ ପର୍ଯ୍ୟନ୍ତ କ୍ରମାଗତ ୧୦ଟି ଦିନିକିଆ ସିରିଜରେ କାରିବିଆନ ଦଳକୁ ପରାସ୍ତ କରିଥିଲା ପାକିସ୍ତାନ।
ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ ୨୦୦୬ରେ ଭାରତକୁ ପରାସ୍ତ କରିଥିଲା। ବ୍ରାଏନ ଲାରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୪-୧ରେ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହୋଇଥିଲା। ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ। ସେବେଠାରୁ ଭାରତୀୟ ଦଳ ୱିଣ୍ଡିଜ ବିପକ୍ଷ ଦିନିକିଆ ସିରିଜ କେବେ ହାରିନାହିଁ।
ଦିନିକିଆ ସିରିଜ୍‌ ଜିତିବାର ରେକର୍ଡ
୧୨ ସିରିଜ ବିଜୟ- ଭାରତ ବନାମ ୱେଷ୍ଟଇଣ୍ଡିଜ (୨୦୦୭-୨୦୨୨)
୧୧ ସିରିଜ ବିଜୟ-ପାକିସ୍ତାନ ବନାମ ଜିମ୍ବାୱେ (୧୯୯୬-୨୦୨୧)
୧୦ ସିରିଜ ବିଜୟ- ପାକିସ୍ତାନ ବନାମ ୱେଷ୍ଟଇଣ୍ଡିଜ (୧୯୯୯-୨୦୨୨)
୯ ସିରିଜ ବିଜୟ- ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ (୧୯୯୫-୨୦୧୮)
୯ ସିରିଜ ବିଜୟ-ଭାରତ ବନାମ ଶ୍ରୀଲଙ୍କା (୨୦୦୭-୨୦୨୧)


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?