Posted inଖେଳ

ଆଜିଠୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଚଟ୍ଟୋଗ୍ରାମ୍‌,୧୪।୧୨(ପି.ଟି.): ବୁଧବାର ବାଂଲାଦେଶ ବିପକ୍ଷରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଆଶା ଉଜ୍ଜୀବିତ ରଖିବା ନେଇ ଚିନ୍ତାରେ ରହିଥିବା ବେଳେ ଲୋକେଶ ରାହୁଲଙ୍କ ଅଧିନାୟକତ୍ୱ ଦକ୍ଷତା ପରଖିବ ଭାରତ। ଡବ୍ଲ୍ୟୁଟିସି ପଏଣ୍ଟ ଟେବଲରେ ଭାରତ ୪ର୍ଥ ସ୍ଥାନରେ ରହିଥିବା ବେଳେ ଫାଇନାଲ ଯୋଗ୍ୟତା ହାସଲ କରିବାକୁ ହେଲେ ଦଳକୁ ଅବଶିଷ୍ଟ ୬ ମ୍ୟାଚରେ ବିଜୟୀ ହେବାକୁ ପଡିବ। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୪ ମ୍ୟାଚ ବିଶିଷ୍ଟ ଘରୋଇ ସିରିଜ ଖେଳିବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ପଛକୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଅଲ ଜହୁର ଅହମଦ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ଗ୍ରାଉଣ୍ଡଟି ସାଧାରଣତଃ ବ୍ୟାଟରଙ୍କୁ ସହଯୋଗ କରିଥାଏ। ତେବେ ମ୍ୟାଚର ଅନ୍ତିମ ଦୁଇ ଦିନରେ ପିଚ୍‌ ସ୍ପିନରଙ୍କୁ ସହାୟତା ପ୍ରଦାନ କରିଥାଏ। ଭ୍ରମଣକାରୀ ଭାରତ ଏହି ମ୍ୟାଚରେ ଫେଭରିଟ୍‌ ରହିଥିଲେ ମଧ୍ୟ ଦଳ ଆହତ ସମସ୍ୟା ସହିତ ଜୁଝୁଛି। ଦଳର ପ୍ରମୁଖ ଖେଳାଳି ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜା ସିରିଜ୍‌ ପୂର୍ବରୁ ବାଦ୍‌ ପଡିଥିବା ବେଳେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ହାତରେ ଆଘାତ କାରଣରୁ ସେ ମଧ୍ୟ ବାଦ୍‌ ପଡିଛନ୍ତି। ଏହି ପିଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଭାରତକୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ଜାଡେଜା-ଅଶ୍ୱିନ ଦେଶର ଏକ ନମ୍ବର ସ୍ପିନର ହୋଇଥିବା ବେଳେ ଏଭଳି ଗ୍ରାଉଣ୍ଡ ପାଇଁ ଉଭୟଙ୍କୁ ପ୍ରାଥମିକତା ମିଳିଥାଏ। ତେବେ ଦ୍ୱିତୀୟ ପସନ୍ଦର ସ୍ପିନର ଭାବରେ ଅକ୍ଷର ପଟେଲ ମଧ୍ୟ ସମ ପରିମାଣରେ ଘାତକ। ଭାରତର ଚୂଡାନ୍ତ ଏକାଦଶ ଚୟନ ମୁଖ୍ୟତଃ ଅଧିନାୟକ ଲୋକେଶ ରାହୁଲ ଓ ରାହୁଲ ଡ୍ରାଭିଡଙ୍କ ଉପରେ ନିର୍ଭର କରିବ। ତୃତୀୟ ସ୍ପିନର ଭାବରେ ଦଳ କୁଲଦୀପ ଯାଦବଙ୍କୁ ଖେଳାଇପାରେ ଅଥବା ସୌରଭ କୁମାର ଭାରତୀୟ ଜର୍ସିରେ ପଦାର୍ପଣ କରିପାରନ୍ତି। ସୌରଭ ବାଂଲାଦେଶ ଏ’ ବିପକ୍ଷ ୨ ମ୍ୟାଚ ଟେଷ୍ଟ ସିରିଜରେ ୧୫ ଉଇକେଟ ନେଇଥିଲେ।
ପୂର୍ବରୁ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଭିନ୍ନ। ଭବିଷ୍ୟତରେ ରାହୁଲଙ୍କୁ ଅଧିନାୟକତ୍ୱ ମିଳିବ କି ନାହିଁ ତାହା ଏହି ସିରିଜ ଉପରେ ନିର୍ଭର କରିବ। ଶୁବମନ ଗିଲଙ୍କ ସହିତ ଚେତେଶ୍ୱର ପୂଜାରା କିମ୍ବା ନିଜେ ରାହୁଲ ଇନିଂସ ଓପନ କରିବେ। ବିରାଟ କୋହଲି, ଶ୍ରେୟାସ ଆୟର ଓ ରିଷଭ ପନ୍ତଙ୍କ ଉପରେ ଦଳର ମଧ୍ୟକ୍ରମ ବ୍ୟାଟିଂ ଭାର ରହିବ। ସେହିପରି ବୋଲିଂ ବିଭାଗରେ ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କ ଉପରେ ପେସ ବୋଲିଂର ଭାର ରହିବ। ଆର. ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଉପରେ ସ୍ପିନ ବୋଲିଂ ସହ ନିମ୍ନ ମଧ୍ୟକ୍ରମ ବ୍ୟାଟିଂ ନିର୍ଭରଶୀଳ ରହିବ। ୨୨ ବର୍ଷ ମଧ୍ୟରେ ବାଂଲାଦେଶ ଦଳ ଭାରତ ବିପକ୍ଷରେ ଥରେ ହେଲେ ମଧ୍ୟ ଜିତି ନାହିଁ। ଚଳିତ ବର୍ଷ ଟାସ୍କିନ ଅହମଦ, ଏବାଦତ ହୋସେନ୍‌, ଶୋରିଫୁଲ ଇସଲାମ ଓ ସ୍ପିନର ସାକିବ୍‌ ଅଲ ହସନଙ୍କ ଉପରେ ଦଳର ପ୍ରଦର୍ଶନ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?