Posted inଜାତୀୟ

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନରେ ତାତି ରେକର୍ଡ ଭାଙ୍ଗିଛି। ଏହାଯୋଗୁ ସମଗ୍ର ପ୍ରାଣୀ ଜଗତ ସହିତ ଫସଲ ମଧ୍ୟ ନଷ୍ଟ ହୋଇଛି। ବ୍ରିଟେନର ପାଣିପାଗ କାର୍ଯ୍ୟାଳୟ ଦ୍ୱାରା ହୋଇଥିବା ଏହି ଉତ୍ତାପ ବିଷୟରେ ଏକ ଅଧ୍ୟୟନରେ ଏସମ୍ପର୍କରେ ଉଳ୍ଲେଖ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ପାକିସ୍ତାନରେ ତାତି ସହିତ ଲୁ ସମ୍ଭାବନା ୧୦୦ ଗୁଣା ବୃଦ୍ଧି ପାଇଛି। ବ୍ରିଟେନର ପାଣିପାଗ ବିଭାଗ ୨୦୧୦ ରେ ଏପ୍ରିଲ ଏବଂ ମେ ମାସରେ ଦେଖାଯାଇଥିବା ରେକର୍ଡ ଭାଙ୍ଗିଥିବା ତାପମାତ୍ରା ସମ୍ଭାବନାକୁ ଆକଳନ କରିବା ପାଇଁ ଏକ ଅଧ୍ୟୟନ କରିଛି।

ପାଣିପାଗ ବିଭାଗ ଅନୁସାରେ ଏପ୍ରିଲ ଏବଂ ମେ ୨୦୧୦ରେ ୧୯୦୦ ପରଠାରୁ ଏହି ଅଞ୍ଚଳର ସର୍ବାଧିକ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି। ବ୍ରିଟେନର ମେଟ ଅଫିସ ନିଜ ୱେବସାଇଟରେ ଏକ ବିବୃତ୍ତିରେ କହିଛି ଯେ,ଅଧ୍ୟୟନରୁ ଜଣାପଡିଛି ଯେ ୨୦୧୦ ରେ ହାରାହାରି ତାପମାତ୍ରାର ବୃଦ୍ଧି ସେହି ବର୍ଷ ଅତ୍ୟଧିକ ଉତ୍ତାପର ପ୍ରାକୃତିକ ସମ୍ଭାବନା ଯୋଗୁ ହୋଇଥିଲା। ଏଭଳି ସ୍ଥିତି ପ୍ରତି ୩୧୨ ବର୍ଷରେ ଥରେ ଘଟିଥାଏ। ପ୍ରାକୃତିକ କାରଣ ଯୋଗୁ ୩୧୨ ବର୍ଷରେ ଥରେ ବଢୁଥିବା ଉତ୍ତାପ ବର୍ତ୍ତମାନ ପ୍ରତି ୩.୧ ବର୍ଷରେ ଘଟୁଛି ଏବଂ ଏହି ଶତାବ୍ଦୀର ଶେଷ ସୁଦ୍ଧା ଏହା ୧.୧୫ ବର୍ଷରେ ଘଟିବ। ମେଟ ଅଫିସ ଆଟ୍ରିବ୍ୟୁଶନ ଅଧ୍ୟୟନ କରିଥିବା ନିକୋସ ଖ୍ରୀଷ୍ଟିଡିସ କହିଛନ୍ତି, ଆମର ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନଯୋଗୁ ତାତି ସହିତ ଲୁ ପ୍ରବାହ ବୃଦ୍ଧି ପାଉଛି। ଜଳବାୟୁ ଆଟ୍ରିବ୍ୟୁଶନର ମେଟ ଅଫିସ ସାଇନ୍ସ ପ୍ରଫେସର ପିଟର ଷ୍ଟଟ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନର ଏହି ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିବାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବର୍ତ୍ତମାନର ତାତି ଏଠାରେ ବାସ କରୁଥିବା ଲୋକ ଏବଂ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ଏହା ନୂତନ ରେକର୍ଡ ସୃଷ୍ଟି କରିବାର ଆଶା ରହିଛ। ସେ କହିଛନ୍ତି ଯେ ଗତ ରବିବାର ପାକିସ୍ତାନର ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ପରେ ତାତି କିଛି ମାତ୍ରାରେ କମିଯାଇଛି। ତଥାପି ଚଳିତ ସପ୍ତାହ ମଧ୍ୟଭାଗରୁ ପୁନର୍ବାର ଉତ୍ତାପ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ଆଶା କରାଯାଉଥିବା ବେଳେ କେତେକ ସ୍ଥାନରେ ପୁନର୍ବାର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି। ଏହି ଅଞ୍ଚଳରେ ଅଗ୍ନିକାଣ୍ଡର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। କେରଳ ସରକାରଙ୍କ ଇନଷ୍ଟିଚ୍ୟୁଟ ଫର ଜଳବାୟୁ ପରିବର୍ତ୍ତନ ଅଧ୍ୟୟନର ନିର୍ଦ୍ଦେଶକ ତଥା ପୂର୍ବତନ ଆଇଏମଡି ବୈଜ୍ଞାନିକ ଡିଏସ ପାଏ କହିଛନ୍ତି, ୨୦୦୯ ଏକ ଏଲ ନିନୋ ବର୍ଷ ଥିଲା। ଏଲ ନିନୋର ପ୍ରଭାବ ୨୦୧୦ର ମୌସୁମୀ ପୂର୍ବରୁ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେଣୁ ୨୦୧୦ପାଇଁ ଏପ୍ରିଲ-ମେ ତାପମାତ୍ରା ସବୁଠୁ ଇତ୍ତପ୍ତ ବୋଲି କୁହାଯାଇପାରେ।

ଜଳବାୟୁ ପରିବର୍ତ୍ତନ ତାପମାତ୍ରାରେ ବର୍ଦ୍ଧିତ ପରିବର୍ତ୍ତନ ଆଣିଥାଏ ତେଣୁ ସର୍ବଦା ପ୍ରବଳ ଉତ୍ତାପ ହେବାର ସମ୍ଭାବନା ଥାଏ। କିନ୍ତୁ ବାୟୁମଣ୍ଡଳୀୟ ଅବସ୍ଥା ମଧ୍ୟ ଏଥିରେ ସହାୟକ ହୋଇଥାଏ। ଉଷ୍ମ ଉତ୍ତର-ପଶ୍ଚିମ ପବନ ଚଳିତ ବର୍ଷ ଅତ୍ୟଧିକ ଉତ୍ତାପ ପାଇଁ ଅବସ୍ଥା ସୃଷ୍ଟି କରିଛି। ତଥାପି, ୨୦୨୨ରେ ହାରାହାରି ତାପମାତ୍ରାରେ ତାହା ହୋଇନପାରେ। ସେହିଭଳି ସମସ୍ତ ଭବିଷ୍ୟତ ବର୍ଷ ମଧ୍ୟ ଏହି ସ୍ଥିତି ସମାନ ରହିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri