ରୋଜଗାର ଗ୍ୟାରେଣ୍ଟି ଯୋଜନା ଆସିବ

ନୂଆଦିଲ୍ଲୀ,୧୯।୫: କୋଭିଡ୍‌ ମହାମାରୀ କାରଣରୁ ମାନ୍ଦା ଅର୍ଥ ବ୍ୟବସ୍ଥା ଏବଂ ବଢୁଥିବା ବେରୋଜଗାରୀ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ସରକାରଙ୍କୁ ସହରାଞ୍ଚଳ ବେରୋଜଗାରୀଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ପରିଷଦ ପକ୍ଷରୁ ଦେଶର ଆୟରେ ଅସମାନତାକୁ କମ୍‌ କରିବା ପାଇଁ ଏକ ସମାନ (ୟୁନିଭର୍ସାଲ) ଢାଞ୍ଚାରେ ଆୟ ଯୋଜନା ଆରମ୍ଭ କରିବା ସହିତ ସାମାଜିକ କ୍ଷେତ୍ରରେ ଅଧିକ ଅର୍ଥ ଆବଣ୍ଟନ କରିବାକୁ ସୁପାରିସ ହୋଇଛି। ଇଏସି-ପିଏମ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟ ‘ଭାରତରେ ଅସମାନତା ସ୍ଥିତି’କୁ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ପିଟେଟିଭ୍‌ନେସ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ପ୍ରକାଶିତ ରିପୋର୍ଟରେ ଇଏସି-ପିଏମ୍‌ର ଚେୟାରମ୍ୟାନ୍‌ ବିବେକ ଦେବରାୟ କହିଛନ୍ତି, ଗ୍ରାମୀଣ ଏବଂ ସହରାଞ୍ଚଳରେ ଶ୍ରମବଳର ଭାଗୀଦାରି ହାର ମଧ୍ୟରେ ଯେଉଁ ଅନ୍ତର ରହିଛି, ତାହାକୁ ନଜରରେ ରଖିଲେ ସହରାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଭଳି ଯୋଜନା ଆରମ୍ଭ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସହରାଞ୍ଚଳର ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇବାକୁ ସକ୍ଷମ ହେବେ ବୋଲି ଦେବରାୟ କହିଛନ୍ତି। ତଥ୍ୟ ଅନୁସାରେ, ସର୍ବନିମ୍ନ ଆୟ ବୃଦ୍ଧି କରିବା, ସମାନ ଢାଞ୍ଚାରେ ଆୟ କରିବା ଏହି ପ୍ରସ୍ତାବର ମୂଳ ଉଦ୍ଦେଶ୍ୟ। ଏହାଦ୍ୱାରା ଶ୍ରମ କ୍ଷେତ୍ରରେ ଆୟ ମଧ୍ୟରେ ରହିଥିବା ତଫାତ୍‌ କମ୍‌ ହେବା ସହିତ ଆୟର ସମାନ ବିତରଣ ହୋଇପାରିବ ବୋଲି ଆଶା ରଖାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି। ଆର୍ଥିକ ପରାମର୍ଶଦାତାମାନେ ସେମାନଙ୍କ ସୁପାରିସରେ କହିଛନ୍ତି, ସରକାରଙ୍କୁ ସାମାଜିକ ସେବା କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ କୌଣସି ଅଚାନକ ଏବଂ ସମ୍ଭାବ୍ୟ ଅସୁବିଧା ସହିତ ଲଢ଼ିବାରେ ସହଯୋଗ କରିବ ଓ ସେମାନଙ୍କୁ ଅଧିକରୁ ଅଧିକ ଆର୍ଥିକ ଅନଗ୍ରସରତା ଆଡ଼କୁ ଟାଣିନେବାରୁ ରକ୍ଷା କରିବ ବୋଲି ପରାମର୍ଶଦାତା ପରିଷଦ ପକ୍ଷରୁ କୁହାଯାଇଛି। ଇଏସି-ପିଏମ୍‌ର ସୂଚନା ଅନୁସାରେ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ବିଶେଷତା ଏବଂ ଶ୍ରମ ବଜାରରେ ଅସମାନତା ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri