ରୋଜଗାର ଗ୍ୟାରେଣ୍ଟି ଯୋଜନା ଆସିବ

ନୂଆଦିଲ୍ଲୀ,୧୯।୫: କୋଭିଡ୍‌ ମହାମାରୀ କାରଣରୁ ମାନ୍ଦା ଅର୍ଥ ବ୍ୟବସ୍ଥା ଏବଂ ବଢୁଥିବା ବେରୋଜଗାରୀ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ସରକାରଙ୍କୁ ସହରାଞ୍ଚଳ ବେରୋଜଗାରୀଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ପରିଷଦ ପକ୍ଷରୁ ଦେଶର ଆୟରେ ଅସମାନତାକୁ କମ୍‌ କରିବା ପାଇଁ ଏକ ସମାନ (ୟୁନିଭର୍ସାଲ) ଢାଞ୍ଚାରେ ଆୟ ଯୋଜନା ଆରମ୍ଭ କରିବା ସହିତ ସାମାଜିକ କ୍ଷେତ୍ରରେ ଅଧିକ ଅର୍ଥ ଆବଣ୍ଟନ କରିବାକୁ ସୁପାରିସ ହୋଇଛି। ଇଏସି-ପିଏମ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟ ‘ଭାରତରେ ଅସମାନତା ସ୍ଥିତି’କୁ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ପିଟେଟିଭ୍‌ନେସ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ପ୍ରକାଶିତ ରିପୋର୍ଟରେ ଇଏସି-ପିଏମ୍‌ର ଚେୟାରମ୍ୟାନ୍‌ ବିବେକ ଦେବରାୟ କହିଛନ୍ତି, ଗ୍ରାମୀଣ ଏବଂ ସହରାଞ୍ଚଳରେ ଶ୍ରମବଳର ଭାଗୀଦାରି ହାର ମଧ୍ୟରେ ଯେଉଁ ଅନ୍ତର ରହିଛି, ତାହାକୁ ନଜରରେ ରଖିଲେ ସହରାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଭଳି ଯୋଜନା ଆରମ୍ଭ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସହରାଞ୍ଚଳର ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇବାକୁ ସକ୍ଷମ ହେବେ ବୋଲି ଦେବରାୟ କହିଛନ୍ତି। ତଥ୍ୟ ଅନୁସାରେ, ସର୍ବନିମ୍ନ ଆୟ ବୃଦ୍ଧି କରିବା, ସମାନ ଢାଞ୍ଚାରେ ଆୟ କରିବା ଏହି ପ୍ରସ୍ତାବର ମୂଳ ଉଦ୍ଦେଶ୍ୟ। ଏହାଦ୍ୱାରା ଶ୍ରମ କ୍ଷେତ୍ରରେ ଆୟ ମଧ୍ୟରେ ରହିଥିବା ତଫାତ୍‌ କମ୍‌ ହେବା ସହିତ ଆୟର ସମାନ ବିତରଣ ହୋଇପାରିବ ବୋଲି ଆଶା ରଖାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି। ଆର୍ଥିକ ପରାମର୍ଶଦାତାମାନେ ସେମାନଙ୍କ ସୁପାରିସରେ କହିଛନ୍ତି, ସରକାରଙ୍କୁ ସାମାଜିକ ସେବା କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ କୌଣସି ଅଚାନକ ଏବଂ ସମ୍ଭାବ୍ୟ ଅସୁବିଧା ସହିତ ଲଢ଼ିବାରେ ସହଯୋଗ କରିବ ଓ ସେମାନଙ୍କୁ ଅଧିକରୁ ଅଧିକ ଆର୍ଥିକ ଅନଗ୍ରସରତା ଆଡ଼କୁ ଟାଣିନେବାରୁ ରକ୍ଷା କରିବ ବୋଲି ପରାମର୍ଶଦାତା ପରିଷଦ ପକ୍ଷରୁ କୁହାଯାଇଛି। ଇଏସି-ପିଏମ୍‌ର ସୂଚନା ଅନୁସାରେ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ବିଶେଷତା ଏବଂ ଶ୍ରମ ବଜାରରେ ଅସମାନତା ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri