Posted inଖେଳ

ରେକର୍ଡ ସୁଧାରିବା ଲକ୍ଷ୍ୟରେ ଭାରତ

ମୁମ୍ବାଇ,୬ା୧୨(ପି.ଟି.):ବୁଧବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡ ବିପକ୍ଷରେ ଖରାପ ରେକର୍ଡ ସୁଧାରିବାକୁ ପ୍ରୟାସ କରିବ ଭାରତ। ଚଳିତ ବର୍ଷ ଟି୨୦ ଭାରତ ପାଇଁ ବେଶ ସଫଳ ରହିଛି। ଭାରତ ବାଂଲାଦେଶ ବିପକ୍ଷ ସିରିଜକୁ ୨-୧ରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଇଂଲଣ୍ଡ ୧-୨ରେ ଶ୍ରୀଲଙ୍କା ବିପକ୍ଷରେ ପରାଜିତ ହୋଇଛି। ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଭାରତ ୯ଟି ଟି୨୦ ମ୍ୟାଚ୍‌ ଖେଳିଛି। ଏଥିରୁ ଦଳ ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ଏହି ରେକର୍ଡ ସୁଧାରିବାକୁ ପ୍ରୟାସ କରିବ। ଏପରିକି ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଟି୨୦ ମ୍ୟାଚ୍‌ରେ ଭାରତ ଶେଷ ଥର ପାଇଁ ମାର୍ଚ୍ଚ ୨୦୨୧ରେ ବିଜୟୀ ହୋଇଥିଲା। ଏହା ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ଏଥି ମଧ୍ୟରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ଉଭୟ ଦଳ ଶେଷ ଟି୨୦ ବିଶ୍ୱକପରେ ସେମି ଫାଇନାଲିଷ୍ଟ ରହିଥିଲେ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପୂର୍ବରୁ ଉଭୟ ଦଳ ପାଇଁ ଏହା ପ୍ରସ୍ତୁତିର ସୁଯୋଗ ମଧ୍ୟ ରହିବ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୧୬ ମ୍ୟାଚ୍‌ରୁ ୧୯ ଉଇକେଟ ନେଇଥିବା ବେଳେ ହରମନ୍‌ପ୍ରୀତ କୌର ୧୩ ମ୍ୟାଚ୍‌ରୁ ୩୨୩ ରନ୍‌ କରିଛନ୍ତି। ଉପ ଅଧିନାୟିକା ସ୍ମୃତି ମନ୍ଧାନା ସର୍ବାଧିକ ୩୬୯ ରନ୍‌ କରିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍‌ ସ୍କୋର କରିଛନ୍ତି ୩୪୨ ରନ୍‌। ଚଳିତ ସିରିଜ୍‌ ପାଇଁ ଭାରତ ୩ ଜଣ ନୂଆ ସ୍ପିନରଙ୍କୁ ଦଳରେ ସାମିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri