Posted inଖେଳ

ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ରେ ଗୁରୁବାର ୪ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟରୁ ପୁଲ୍‌ ‘ଡି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଓ୍ବେଲ୍ସକୁ ଭେଟିବ ଭାରତ। ରାତି ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ଗ୍ରୁପ୍‌ରେ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଅନ୍ୟ ଏକ ମ୍ୟାଚ ଅପରାହ୍ନ ୫ଟାରେ ଖେଳାଯିବ। କ୍ରସ୍‌ ଓଭରର ଜଟିଳତା ମଧ୍ୟରେ ନ ପଶି ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବାକୁ ହେଲେ ଭାରତକୁ ବୃହତ୍‌ ବ୍ୟବଧାନରେ ଓ୍ବେଲ୍ସକୁ ହରାଇବାକୁ ପଡ଼ିବ। ଭାରତ ଏହାର ପ୍ରଥମ ୨ଟି ପୁଲ୍‌ ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିଥିଲା। ତେଣୁ ଚଳିତ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ପୁଲ୍‌ ‘ଡି’ର ସ୍ଥିତି
ପୁଲ୍‌ ପର୍ଯ୍ୟାୟରେ ୨ଟି ଲେଖାଏ ମ୍ୟାଚ ଶେଷ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟ ବିଭିନ୍ନ ଦଳର ଭାଗ୍ୟ ନିର୍ଣ୍ଣୟ କରିବ। ଭାରତ ସ୍ଥାନ ପାଇଥିବା ପୁଲ୍‌ ‘ଡି’ର ସ୍ଥିତି ଏପରି ରହିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୨-୦ ଗୋଲରେ ହରାଇଥିବାବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଏହାର ପ୍ରଥମ ମ୍ୟାଚକୁ ଓ୍ବେଲ୍ସ ବିପକ୍ଷରେ ୫-୦ ଗୋଲରେ ଜିତିଥିଲା। ତେଣୁ ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗରେ ରହି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଇଂଲଣ୍ଡର ଗୋଲ ବ୍ୟବଧାନ +୫ ଥିବାବେଳେ ଭାରତର +୨ ରହିଛି। ତେଣୁ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ହିଁ କେବଳ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲକୁ ନେଇଯାଇ ପାରିବ। ଅନ୍ୟପକ୍ଷରେ ସ୍ପେନ୍‌ ୨ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଓ୍ବେଲ୍ସ ୨ଟି ଯାକ ମ୍ୟାଚ ହାରିଯାଇଥିବାରୁ ଏକପ୍ରକାର ବିଦାୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ନିୟମ ଅନୁସାରେ ପ୍ରତି ପୁଲ୍‌ରୁ କେବଳ ଶୀର୍ଷସ୍ଥାନୀୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ୨ୟ ଓ ୩ୟ ସ୍ଥାନରେ ରହିବା ଦଳ କ୍ରସ୍‌ ଓଭର ଖେଳିବେ। ପୁଲ୍‌୍‌ ‘ଡି’ର ୨ୟ ଦଳ ପୁଲ୍‌ ‘ସି’ର ୩ୟ ଏବଂ ପୁଲ୍‌ ‘ଡି’ର ୩ୟ ଦଳ ପୁଲ୍‌ ‘ସି’ର ଦ୍ୱିତୀୟ ଦଳକୁ କ୍ରସ୍‌ ଓଭରରେ ଭେଟିବେ। ପୁଲ୍‌ ‘ଏ’ ଓ ‘ବି’ କ୍ଷେତ୍ରରେ ମଧ୍ୟ ତାହା ହେବ। କ୍ରସ୍‌ ଓଭରରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳକୁ ଭେଟିବା ସମ୍ଭାବନା ଥିବାରୁ ଭାରତ ଆଗାମୀ ମ୍ୟାଚରେ ଓ୍ବେଲ୍ସକୁ ବଡ଼ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ଯିବାକୁ ଚାହିଁବ ନିଶ୍ଚିତ। ଘରୋଇ ପିଚ୍‌ ଓ ଦର୍ଶକ ସମର୍ଥନ ମଧ୍ୟ ଭାରତ ସପକ୍ଷରେ ରହିବ।
ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳତା ଏବଂ ଫିଲ୍ଡ ଗୋଲ ସ୍କୋର କ୍ଷେତ୍ରରେ ସୁଯୋଗର ସଦ୍‌ବ୍ୟବହାର କରି ନ ପାରିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ୨ଟି ମ୍ୟାଚ ଖେଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେନାଲ୍ଟି କର୍ନରରୁ ଗୋଟିଏ ହେଲେ ଗୋଲ ସିଧାସଳଖ କରି ପାରିନାହିଁ। ଇଂଲଣ୍ଡ ବିପକ୍ଷରେ ୪ଟିକୁ ମିଶାଇ ପ୍ରଥମ ୨ଟି ମ୍ୟାଚରେ ଭାରତ ମୋଟ ୯ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଏହା ମଧ୍ୟରୁ ସ୍ପେନ୍‌ ବିପକ୍ଷ ମ୍ୟାଚରେ କେବଳ ଗୋଟିଏ ଗୋଲ ପେନାଲ୍ଟି କର୍ନରରୁ ସ୍କୋର କରିଥିଲା। ମାତ୍ର ତାହା ସିଧାସଳଖ ହୋଇ ନ ଥିଲା। ଅଧିନାୟକ ହରମନପ୍ରୀତ ସିଂ ମାରିଥିବା ଶଟ୍‌କୁ ସ୍ପେନ୍‌ ଦଳର ଜଣେ ଡିଫେଣ୍ଡର ରୋକିଥିଲେ। ତାଙ୍କ ଷ୍ଟିକ୍‌ରୁ ବଲ୍‌ ରିବାଉଣ୍ଡ ହୋଇ ଫେରି ଆସୁଥିବାବେଳେ ଅମିତ ରୋହିଦାସ ଗୋଲ କରିବାରେ ସକ୍ଷମ ହୋଇଥିଲେ। ଅମିତଙ୍କୁ ଛାଡ଼ିଦେଲେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କେବଳ ହାର୍ଦ୍ଦିକ ସିଂ ଗୋଲ ଦେଇଛନ୍ତି। ସେ ପୁଣି ଆହତ ସମସ୍ୟାରେ ଥିବାରୁ ଆଗାମୀ ମ୍ୟାଚ ଖେଳିବେ ନାହିଁ। ଅନ୍ୟ କୌଣସି ଖେଳାଳି ଏପର୍ଯ୍ୟନ୍ତ ପ୍ରତିପକ୍ଷ ଦଳର ରକ୍ଷଣଭାଗକୁ ଅତିକ୍ରମ କରି ଗୋଲ ଦେଇପାରି ନାହାନ୍ତି।
ଇଂଲଣ୍ଡ-ସ୍ପେନ୍‌ କଡ଼ା ଟକ୍କର
ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଏହି ପୁଲ୍‌ର ଅନ୍ୟ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଓ୍ବେଲ୍ସ ବିପକ୍ଷରେ ବଡ଼ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ଭାରତଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ଏକାଧିକ ସୁଯୋଗ ପାଇଥିଲେ ହେଁ ଭାରତୀୟ ରକ୍ଷଣଭାଗ ଏବଂ ଗୋଲକିପରଙ୍କୁ ଚକ୍‌ମା ଦେଇ ଗୋଲ ଦେଇପାରି ନ ଥିଲା। ତେଣୁ ସ୍ପେନ୍‌ ବିପକ୍ଷ ମ୍ୟାଚ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଅନ୍ୟ ପକ୍ଷରେ ଭାରତଠାରୁ ପ୍ରଥମ ମ୍ୟାଚରେ ହାରିବା ପରେ ସ୍ପେନ୍‌ ଦ୍ୱିତୀୟ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ୩ ପଏଣ୍ଟ ପାଇଥିବା ସ୍ପେନ୍‌ ଦଳର ଗୋଲ ବ୍ୟବଧାନ ମଧ୍ୟ +୨ ରହିଛି। ଭାରତ ବିପକ୍ଷରେ ଦଳ ଗୋଟିଏ ହେଲେ ଗୋଲ ଦେଇପାରି ନ ଥିଲା, ମାତ୍ର ଓ୍ବେଲ୍ସ ବିପକ୍ଷରେ ୫ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମାକ୍ର ରେନେ ୧୭ ଓ ୩୯ତମ ମିନିଟରେ ଏବଂ ମାର୍କ ମିରାଲେସ ପୋର୍ଟିଲୋ ୨ଟି ଲେଖାଏ ଗୋଲ ଦେଇ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଲଭାରୋ ଇଗ୍‌ଲେସିଆସ ମାର୍କୋସ ମଧ୍ୟ ଗୋଟିଏ ଗୋଲ ଦେଇଥିଲେ। ଅନ୍ତର୍ଜାତୀୟ ହକିରେ ସ୍ପେନ୍‌ ଏକ ଲଢ଼ୁଆ ଦଳଭାବେ ମଧ୍ୟ ବେଶ୍‌ ପରିଚିତ। ତେଣୁ ମନୋବଳ ବୃଦ୍ଧି କରିଥିବା ଏହି ଦଳ ଆଗାମୀ ମ୍ୟାଚରେ ଇଂଲଣ୍ଡକୁ ଯେ କଡ଼ା ଚ୍ୟାଲେଞ୍ଜ ଦେବ ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?