Posted inଖେଳ

ଅନେକଗୁଡ଼ିଏ ଚିନ୍ତା ବିପଜ୍ଜନକ ହୋଇପାରେ: ରିଡ୍‌

ଚଳିତି ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିବା ଆବଶ୍ୟକ ହେଉଛି। ଦୁଇଟି ଦଳର ପଏଣ୍ଟ ସମାନ ହେଲେ ଗୋଲ ବ୍ୟବଧାନ ନିର୍ଣ୍ଣାୟକ ହେବାକୁ ଥିବାରୁ ଏପରି ପରିସ୍ଥିତି ଉପୁଜିଛି। ତେବେ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ଏହାକୁ ନେଇ ବିଶେଷ ଚିନ୍ତିତ ନାହାନ୍ତି। ଭାରତ ଆରମ୍ଭରୁ ଏହାର ସ୍ବାଭାବିକ ଗେମ୍‌ ଖେଳିବ ବୋଲି ସେ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ବୁଧବାର ପ୍ରକାଶ କରିଛନ୍ତି। ଆମେଯଦି ଆରମ୍ଭରୁ ଅନେକ ଗୁଡ଼ିଏ କଥା ଚିନ୍ତାକରି ଖେଳିବୁ ତାହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଆମେ ଧୈର୍ଯ୍ୟର ସହ ଖେଳ ଆରମ୍ଭ କରିବୁ ଏବଂ ମ୍ୟାଚ ଆଗେଇଲେ ପରବର୍ତ୍ତୀ କଥା ଚିନ୍ତା କରିବୁ ବୋଲି ସେ କହିଛନ୍ତି। ଭାରତ ଚଳିତ ଟୁର୍ନାମେଣ୍ଟରେ ଅଧିକ ଗୋଲ ସ୍କୋରିଂରେ ବିଫଳ ହୋଇଛି। ୨ଟି ମ୍ୟାଚରେ ମାତ୍ର ୨ଟି ଗୋଲ ଦେଇପାରିଛି।

ଏହାର ଉତ୍ତରରେ ରିଡ୍‌ କହିଲେ ଯେ, ଆମେ ଯଦି ସୁଯୋଗ ସୃଷ୍ଟି କରିପାରି ନ ଥାନ୍ତୁ ତେବେ ଚିନ୍ତିତ ହୋଇଥାନ୍ତୁ। ଆମେ ଅନେକ ସୁଯୋଗ ସୃଷ୍ଟି କରିଛୁ। ବାକି ରହିଲା ଫିନିଶିଂ କଥା। ତାହା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବାନେଇ ଆଶା ରହିଛି। ହାର୍ଦ୍ଦିକ ସିଂଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ଭଲ ଅଛି। ତେଣୁ ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରଖିଛୁ। ପେନାଲ୍ଟି କର୍ନର ନିୟମ ପରିବର୍ତ୍ତନ କରି ଡିଫେଣ୍ଡିଂ ଖେଳାଳିଙ୍କୁ ଅଧିକ ରିଆକ୍ସନ ଟାଇମ୍‌ ଦେବା ସପକ୍ଷରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଚିନ୍ତା କରୁଛି। ଏହାଦ୍ୱାରା ଡ୍ରାଗ୍‌-ଫ୍ଲିକରଙ୍କ ହାଇ ସ୍ପିଡ୍‌ ବଲ୍‌ର ସମ୍ମୁଖୀନ ହେଉଥିବା ଡିଫେଣ୍ଡରମାନେ ସୁରକ୍ଷିତ ରହିପାରିବେ। ଏ ସମ୍ପର୍କରେ ମତ ଦେବାକୁ ଯାଇ ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି ଯେ, ଏହା ପେନାଲ୍ଟି କର୍ନର ଡିଫେଣ୍ଡରଙ୍କ ପାଇଁ ଭଲ। ମାତ୍ର ଏହା କନଭର୍ସନ ହାରକୁ ପ୍ରଭାବିତ କରିପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?