Posted inଫୁରସତ

ଲେଜର ଚିହ୍ନିବ ଏଲିଅନ୍‌

ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍‌ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର ଲାଇଟ୍‌ ଉଦ୍ଭାବନ କରିଛି। ଏହି ଲେଜର ଏଲିଅନ୍‌ମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ସହଯୋଗ କରିବ। ମାରିଲାଣ୍ଡ ୟୁନିଭର୍ସିଟିରେ ନାସା ଏ ନେଇ ଗବେଷଣା କରିଛି। ଲେଜର ଟେକ୍‌ନିକ୍‌ ଦ୍ୱାରା ଅନ୍ୟ ଗ୍ରହରେ ଥିବା ଅଜଣା ବସ୍ତୁର ଆକାର, ପ୍ରକାର ବିଷୟରେ ଧାରଣା ମିଳିପାରୁଥିବାବେଳେ ଏହି କୌଶଳ ଦ୍ୱାରା ଏଲିଅନ୍‌ମାନଙ୍କ ବିଷୟରେ ମଧ୍ୟ ଆବଶ୍ୟକ ତଥ୍ୟ ହସ୍ତଗତ ହୋଇପାରିବ ବୋଲି ମାରିଲାଣ୍ଡ ୟୁନିଭର୍ସିଟିର ଅସିଷ୍ଟାଣ୍ଟ ପ୍ରଫେସର ରିକାର୍ଡୋ ଆରେଭାଲୋ କହିଛନ୍ତି। ଲେଜର ବିମ୍‌କୁ ବରଫରେ ପକାଇ ଏହାର ଗଠନ ସମ୍ପର୍କରେ ସମସ୍ତ ତଥ୍ୟ ମିଳୁପାରୁଛି। ସେହିପରି ଲେଜର ଦ୍ୱାରା ପୃଥିବୀର ନିକଟବର୍ତ୍ତୀ ଗ୍ରହଗୁଡ଼କରେ ଥିବା ଏଲିଅନ୍‌ଙ୍କ ବିଷୟରେ ଜାଣିହେବ।
ଡିସର୍ପଶନ୍‌ ମାସ୍‌ ସ୍ପେକ୍ଟ୍ରୋମିଟ୍ରି (ଏଲ୍‌ଡିଏମ୍‌ଏସ୍‌) ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇଥିବା ଲେଜର ‘ଅରବିଟ୍ରାପ୍‌’ ସାଧାରଣ ଲେଜର ବିମ୍‌ ଠାରୁ ଅଧିକ ପ୍ରଭାବୀ। ଜଟିଳ ବସ୍ତୁ ସମ୍ପର୍କରେ ଏହି ଲେଜର ଅତି ସହଜରେ ତଥ୍ୟ ଖୋଜି ବାହାର କରିବାର କ୍ଷମତା ରଖିଛି। ଏହାର ଓଜନ ୭.୭୧ କେଜି (୧୭ ପାଉଣ୍ଡ)। ଏଲିଅନ୍‌ଙ୍କ ଚିହ୍ନଟ ସକାଶେ ବ୍ୟବହାର ହେବାକୁ ଥିବା ଏହି ଲେଜର ଠିକ୍‌ ତଥ୍ୟ ଯୋଗାଇବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ତେବେ ଏହି ଲେଜର ଏଲିଅନ୍‌ମାନଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ଏଲିଅନ୍‌ ବୋଲି କୌଣସି ଜିନିଷର ସତ୍ତା ନ ଥିବା ଗତବର୍ଷ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଥିଲା। ଏହାସତ୍ତ୍ୱେ ବିଶେଷଜ୍ଞମାନେ ଏଲିଅନ୍‌ ସମ୍ପର୍କିତ ଗବେଷଣା ବନ୍ଦ କରିନାହାନ୍ତି। ଆମକୁ ଜଣା ନାହିଁ ଏହି ପଦ୍ଧତି ଗବେଷକଙ୍କୁ କେତେ ସଫଳତା ହେବ। କିନ୍ତୁ ସତ୍ୟର ସନ୍ଧାନରେ ବିଶେଷଜ୍ଞମାନଙ୍କ ତରଫରୁ ପ୍ରୟାସ ଜାରି ରହିବ ବୋଲି କମ୍ପ୍ୟୁଟନର ସାଇଣ୍ଟିଷ୍ଟ ଡା. ଜନ୍‌ ଏଲିଅଟ୍‌ ନିଜର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri