Posted inଜାତୀୟ

ୟୁଏନଏସସିରେ ରୁଷିଆ ବିରୋଧରେ ଆମେରିକା ଆଣିଲା ପ୍ରସ୍ତାବ, ଦୂରେଇ ରହିଲେ ଭାରତ-ଚାଇନା ସମେତ ୪ ଦେଶ

ନୂଆଦିଲ୍ଲୀ,୧ ।୧୦: ବିଶ୍ୱକୁ ପଛରେ ପକାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମ ପୁଟିନ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ଘୋଷଣା କରଛନ୍ତି । ପୁଟିନଙ୍କର ଏହି ପଦକ୍ଷେପ ପରେ ସମସ୍ତ ଅନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରାଯାଇଥିବା କୁହାଯାଉଛି । ରୁଷିଆର ଏହି ନିଷ୍ପତ୍ତିକୁ ଆମେରିକା, ବ୍ରିଟେନ ସମେତ କିଛି ପଶ୍ଚିମ ଦେଶ ବିରୋଧ କରିଛନ୍ତି ।
ପୁଟିନଙ୍କ ନିଷ୍ପତ୍ତିକୁ ବିରୋଧ କରି ଆମେରିକା ଓ ଅଲବାନିୟା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରୁଷିଆ ବିରୋଧରେ ଏକ ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସ୍ତାବକୁ ୧୦ଟି ଦେଶ ସମର୍ଥନ ଜଣାଇଛନ୍ତି । ହେଲେ ଭାରତ, ଚାଇନା, ବ୍ରାଜିଲ ଓ ଗୌବାନ ଏହି ପ୍ରସ୍ତାବଠାରୁ ଦୂରେଇ ରହିଛନ୍ତି । ଶେଷରେ ରୁଷିଆ ତା’ର ଭିଟୋ ପାୱାର ଜରିଆରେ ପ୍ରସ୍ତାବକୁ ଖାରଜ କରିଦେଇଛି ।
ରୁଷିଆ-ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧ ଶେଷ ହୋଇନାହିଁ । ଏହାରି ଭିତରେ ରୁଷିଆ ଏମିତି ପଦକ୍ଷେପ ନେଇଛି । ଯାହାକୁ ନେଇ ଆମେରିକା ସମେତ କିଛି ପଶ୍ଚିମ ଦେଶ ଆପତ୍ତି ଉଠାଇଛନ୍ତି । ତେବେ ମାସ ମାସ ଧରି ଚାଲିଥିବା ଏହି ଯୁଦ୍ଧ ପରେ ରୁଷିଆ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଜାପୋରିଜିୟା ଓ ଖେରସନ ଉପରେ କବଜା କରି ନେଇଛି । ଏହାପରେ ନିକଟରେ ଏହି ଅଞ୍ଚଳକୁ ରୁଷିଆ ନିଜ ଦେଶ ସହ ମିଶାଇ ଦେଇଛି । ଏହାପରେ ରୁଷିଆ ଧମକ ଦେଇଛି ଯେ ପଶ୍ଚିମ ଦେଶ ଯଦି ଏହି ଅଞ୍ଚଳରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ତେବେ ରୁଷିଆ ତା’ର ଶକ୍ତି ବଳରେ ଏହାର ଜବାବ ଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri