Posted inଖେଳ

ସକାଳୁ ଉଠି ଦେଖିବି.. କାହିଁକି ଏମିତି କହିଲେ ବିରାଟ କୋହଲି

ସିଡନୀ,୯।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୭ରୁ ୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆଉ ଗୋଟେିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେ କି ନାହିଁ ତାହା ସନ୍ଦେହ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ପରେ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଅଭ୍ୟାସ ମ୍ୟାଚ୍‌ ଖେଳିବା ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କୋହଲି କହିଥିଳେ, ମୁଁ କାଲି ସକାଳୁ ଉଠି ଦେଖିବି, ଅଭ୍ୟାସ ମ୍ୟାଚ୍‌ ଖେଳି ପାରିବି କି ନାହିଁ। ଅଭ୍ୟାସ ମ୍ୟାଚ୍‌ ଖେଳିବା ନ ଖେଳିବା ମୋ ହାତରେ ନାହିଁ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଚାହୁଁଛି ବୋଲି ବିରାଟ କହିଥିଲେ। ଏଥିରୁ ଜଣାପଡୁଛି ସେ ଅଭ୍ୟାସ ମ୍ୟାଚ୍‌ ଖେଳିବେ ନାହିଁ। ସୂଚନାଯୋଗ୍ୟ, କୋହଲି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କାରଣ ଆସନ୍ତା ଜାନୁୟାରୀରେ ସେ ପ୍ରଥମଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ସେ ସ୍ତ୍ରୀ ଅନୁଷ୍କାଙ୍କ ସହ ରହିବାକୁ ନିଷ୍ପତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ...

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଫ୍ରେଞ୍ଚ୍‌ ଓପନ୍‌

ଲସ୍‌ ଏଞ୍ଜେଲ୍ସ,୧୦।୫ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ରୋଲାଣ୍ଡ ଗ୍ୟାରସ୍‌ରେ ଖାଲି ଷ୍ଟାଡିୟମରେ ଆୟୋଜନ ହେବାର...

ଏମ୍‌ଆଇ ବନାମ ଆର୍‌ସିବି: ଆଇପିଏଲ୍‌ର ଏହି ରୋମାଞ୍ଚକର ପ୍ରଥମ ମୁକାବିଲାକୁ କେବେ, କେଉଁଠି ଦେଖିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୮।୪: ଆଉ ଗୋଟିଏ ଦିନର ଅପେକ୍ଷା। ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଶୁକ୍ରବାର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)...

ଭିନ୍ନ ରେକର୍ଡର ସମକକ୍ଷ କୋହଲି

ନୂଆଦିଲ୍ଲୀ,୭।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୯୦ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥି ପାଇଁ ତାଙ୍କୁ ମିଳିଥିଲା...

ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ

କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା...

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ...

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା...

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ...

Advertisement
Archives

Model This Week