Posted inଖେଳ

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ ଚମତ୍କାର ବିଜୟ ହାସଲ କରିଛି। ଆଉ ଗୋଟିଏ ରାଉଣ୍ଡର ମୁକାବିଲା ବାକି ରହିଥିବା ବେଳେ ଟପ୍‌ ସିଡେଡ୍‌ ଭାରତ ଏ କାଜାଖସ୍ତାନକୁ ୩.୫-୦.୫ ପଏଣ୍ଟରେ ପରାସ୍ତ କରିଛି। କୋନେରୁ ହମ୍ପି ଟପ ବୋର୍ଡରେ ଝାନସାୟା ଅବଦୁମଲିକଙ୍କୁ ପରାସ୍ତ କରିଥିବା ବେଳେ ଭକ୍ତି କୁଲକର୍ଣ୍ଣୀ ଓ ତାନିଆ ସଚଦେବ ଯଥାକ୍ରମେ ଗୁଲିକ୍ଷାନ ନଖବାୟେଭା ଓ ଜେନିୟା ବାଲାବାୟେଭାଙ୍କୁ ହରାଇଥିଲେ। ଆର. ବୈଶାଳୀଙ୍କ ମୁକାବିଲାଟି ଡ୍ରରେ ଶେଷ ହୋଇଥିଲା। ଓପନ ବର୍ଗରେ ରେଡ୍‌ ହଟ୍‌ ଫର୍ମରେ ରହିଥିବା ଇଣ୍ଡିଆ ବି ଉଜବେକିସ୍ତାନ ସହିତ ପଏଣ୍ଟ ବାଣ୍ଟିଛି। କ୍ରମାଗତ ୯ଟି ମ୍ୟାଚ ଧରି ଅପରାଜେୟ ରହିଥିବା ଡି . ଗୁକେଶ ନିଜର ପ୍ରଥମ ପରାଜୟ ହାସଲ କରିଥିଲେ। ଟିନ ଏଜର ଗ୍ରାଣ୍ଡମାଷ୍ଟର ଅଦବୁସାଟୋରଭ୍‌ଙ୍କ ନିକଟରୁ ୭୨ ଚାଲ ବିଶିଷ୍ଟ ଗେମରେ ସେ ପରାଜିତ ହୋଇଥିଲେ। ନିହାଲ ସରିନ୍‌ ଓ ବି ଅଧିବନ୍‌ ଯଥାକ୍ରମେ ନୋଡିର୍ବେକ୍‌ ୟାକୁବୋଏଭ୍‌ ଓ ଜାଖୋଙ୍ଗିର ଭାଖିଦୋଭଙ୍କ ସହିତ ପଏଣ୍ଟ ବାଣ୍ଟିଥିଲେ। ତେବେ ଆର. ପ୍ରଜ୍ଞାନନ୍ଦ ବିଜୟୀ ହେବାରୁ ଭାରତ ୨-୨ରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା।
ଇଣ୍ଡିଆ ସି ଟିମ୍‌ ସ୍ଲୋଭାକିଆ ସହିତ ୨-୨ରେ ମ୍ୟାଚ୍‌ ଡ୍ର ରଖିଥିଲା। ସୂର୍ଯ୍ୟ ଶେଖର ଗାଙ୍ଗୁଲି ଓ କାର୍ତ୍ତିକେୟନ ମୁରଲୀ ଡ୍ର ରଖିଥିବା ବେଳେ ଅଭିମନ୍ୟୁ ପୁରାଣିକ ବିଜୟୀ ହୋଇଥିଲେ। ଓପନ ବର୍ଗରେ ଦ୍ୱିତୀୟ ସିଡର ମାନ୍ୟତା ପାଇଥିବା ଭାରତ ଏ ଆଉ ଏକ ବିଜୟ ସହିତ ପୋଡିୟମ ଫିନିଶର ନିକଟତର ହୋଇଛି। ଇରାନକୁ ୨.୫-୧.୫ରେ ହରାଇଥିବା ଏହି ମୁକାବିଲାରେ ଭିଦିତ ସନ୍ତୋଷ ଗୁଜରାଠୀ ଓ ଏସ ଏଲ୍‌ ନାରାୟଣନ ବିଜୟୀ ହୋଇଥିଲେ। ପି ହରିକ୍ରିଷ୍ଣା ହାରିଥିବା ବେଳେ ଅର୍ଜୁନ ଇରିଗେସୀ ଡ୍ର ରଖିଥିଲେ। ଭାରତ ଏ ୧୬ ପଏଣ୍ଟ ସହିତ ଟେବଲ୍‌ ଟପରେ ରହିଥିବା ବେଳେ ଆମେରିକା ମଧ୍ୟ ସମାନ ୧୬ ପଏଣ୍ଟ ହାସଲ କରିଛି।
ମହିଳା ବର୍ଗରେ ଉଭୟ ଭାରତ ବି ଓ ସି ବିଜୟ ହାସଲ କରିଛନ୍ତି। ପଦ୍ମିନୀ ରାଉତ, ମେରୀ ଆନ୍‌ ଗୋମ୍‌ସ ଓ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିବା ବେଳେ ନେଦରଲାଣ୍ଡସକୁ ୩-୧ରେ ପରାସ୍ତ କରିଥିଲା ଭାରତ ବି। ସେହିପରି ପି ଭି ନନ୍ଦିଥା ଓ ପ୍ରତ୍ୟୁଷା ବୋଡାଙ୍କ ବିଜୟ ସହିତ ଭାରତ ସି ସମାନ ୩-୧ ବ୍ୟବଧାନରେ ଉଚ୍ଚ ମାନ୍ୟତାପ୍ରାପ୍ତ ସ୍ବିଡେନକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର୍‌ ଫ୍ରାଇଡେକୁ ଅପେକ୍ଷା: ଗୋଟିଏ ଦିନରେ ଖେଳାଯିବ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌

ସିଡନୀ,୨୬।୧୧: ମହାମାରୀ କରୋନା ଯୋଗୁ କ୍ରିକେଟ ଆୟୋଜନ ଦୀର୍ଘ ସମୟ ଧରି ବ୍ରେକ ଲଗାଯାଇଥିଲା। ଏହା ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ...

ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ

ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ...

ଦୀର୍ଘ ଦିନର ପ୍ରେମିକାଙ୍କ ହାତ ଧରିଲେ ଅଲରାଉଣ୍ଡର

ଭାରତୀୟ ଅଲରାଉଣ୍ଡର ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଶ୍ରେୟାସ ଗୋପାଳ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିଛନ୍ତି। ଶ୍ରେୟାସ...

‘ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ’

ନୂଆଦିଲ୍ଲୀ, ୯ା୭(ପି.ଟି.)- ଭାରତର ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଉକ୍ତ କ୍ରୀଡ଼ାର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟ ଫୋକସ କରିବେ। କେନ୍ଦ୍ର...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ...

ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ...

ଷ୍ଟୋକ୍ସ ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର

ଲଣ୍ଡନ,୧୬।୧୨- ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର ପୁରସ୍କାରରେ ଇଂଲଣ୍ଡ କ୍ରିକେଟ ହ୍ୟାଟ୍ରିକ କରିଛି। ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡକୁ ବର୍ଷର ଶ୍ରେଷ୍ଠ ଦଳ ଓ...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ : ଶୀର୍ଷକୁ ଉଠିଲା ଏଟିକେ

କୋଲକାତା, ୧୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏଟିକେ ୨-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ...

Advertisement
Archives

Model This Week