Advertisement
Posted inଜାତୀୟ

ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ, ୨ ନଭେମ୍ବରରେ ଦେଇଥିଲେ ଶେଷ ଭୋଟ

କିନ୍ନୋର,୫ ।୧୧: ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କର ଶନିବାର ସକାଳେ ପରଲୋକ ହୋଇଛି । ହିମାଚଳ ପ୍ରଦେଶର କିନ୍ନୋର ନିବାସୀ ନେଗି ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୨ ନଭେମ୍ବରରେ ତାଙ୍କର ପୋଷ୍ଟାଲ ବାଲାଟ ଭୋଟ ଦେଇଥିଲେ । କିନ୍ନୋରର ଡିସି ଆବିଦ ହୁସେନ କହିଛନ୍ତି ଜିଲା ପ୍ରଶାସନ ସବୁଠାରୁ ବରିଷ୍ଠ ମତଦାତାଙ୍କ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରିଛି । ତାଙ୍କୁ ସମ୍ମାନ ପୂର୍ବକ ବିଦାୟ ଦେବାକୁ ସବୁ ବ୍ୟବସ୍ଥା କରାଯାଉଛି ।

ସୂଚନାଯୋଗ୍ୟ, ଜୁଲାଇ ୧୯୧୭ରେ ଜନ୍ମ ନେଇଥିବା ନେଗି ୧୯୫୧ରୁ ଏବେ ପର୍ଯ୍ୟନ୍ତ ୧୬ ଥର ଲୋକ ସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲେ । ୨୦୧୪ରୁ ସେ ହିମାଚଳର ନିର୍ବାଚନ ଆଇକନ ବି ଥିଲେ । ନେଗି ୧୯୫୧ରୁ ସବୁ ନିର୍ବାଚନରେ ଭୋଟ ଦେଇଛନ୍ତି । ଶେଷ ଥର ଭୋଟ ଦେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନିଷ ଗର୍ଗ ବି ଶତାୟୁ ଭୋଟର ଶ୍ୟାମ ସରନ ନେଗିଙ୍କୁ ଶୁଭେଚ୍ଛା ଜଣାଥିଲେ । ବିଧାନସଭା ନିର୍ବାଚନ ପାଇଁ ୩୪ ଥର ଭୋଟ ଦେଇଥିବା ନେଗି ଏଥର ବି ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ କହିଥିଲେ ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବରୁ ଘରେ ସେ ପ୍ରଥମ ଥର ଲାଗି ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଦେବା ସହ ସେ ଯୁବବର୍ଗଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ଏହାଦ୍ୱାରା ଅନ୍ୟମାନେ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମୋଦି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ...

ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ହାଥରସ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୩ ।୧୦: ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କ ସହ ହୋଇଥିବା ଗଣବଳାତ୍କାର ମାମଲାକୁ ନେଇ ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ମାମଲାକୁ...

ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌..

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର...

ହକିକୁ ଜାତୀୟ ଖେଳ ଘୋଷଣା ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୭।୯: ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଶୁଣାଣି କରିବାକୁ ମନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହକିକୁ ଅଧିକାରିକ ଭାବେ ଜାତୀୟ ଖେଳର...

ମିନି ଲକ୍‌ଡାଉନ୍‌ ଜରୁରୀ: ଏମ୍ସ୍‌ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୁଣି ଲକ୍‌ଡାଉନ୍‌ ଘୋଷଣା...

ବାବା ରାମଦେବଙ୍କ କରୋନା ଔଷଧକୁ ନେଇ ବଢୁଛି ଅଡୁଆ

ଡେରାଡୁନ,୨୪।୬: ଯୋଗଗୁୁରୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି ମଙ୍ଗଳବାର କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ସ୍ପଷ୍ଟ କରିବା ସହ...

ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ...

Advertisement
Archives

Model This Week