Posted inଖେଳ

୨୩ ନଭେମ୍ବରରୁ ଅଷ୍ଟ୍ରେଲିଆ ସହିତ ଟି-୨୦ ସିରିଜ ଖେଳିବ ଭାରତ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ୍ ୨୦୨୩ ଶେଷ ହେବା ପରେ କ୍ରିକେଟ୍ କ୍ରେଜ୍ ଶେଷ ହୋଇନାହିଁ। ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ଭାରତର ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ସିରିଜରେ ମାଥ୍ୟୁ ୱେଡ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ।

ବିସିସିଆଇ ଖୁବ୍ ଶୀଘ୍ର ଦଳ ଘୋଷଣା କରିବ। ଖବର ଅନୁଯାୟୀ, ରୁତୁରାଜ ଗାଏକ୍ଵାଡ କିମ୍ବା ସୂର୍ଯ୍ୟକୁମାର ଯାଦବ ଭାରତର ଦାୟିତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଦଳର ଅନେକ ବରିଷ୍ଠ ଖେଳାଳି ବିଶ୍ରାମ ନେଇପାରନ୍ତି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବ ଖେଳାଳିଙ୍କ ଦଳ ଘୋଷଣା କରାଯାଇପାରେ।

ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା ଏବଂ ରିଆନ ପାରାଗଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳରେ ସୁଯୋଗ ପାଇପାରନ୍ତି। ସଞ୍ଜୁ ସାମସନ ୱିକେଟ୍ କିପର ଭାବରେ ଫେରିପାରନ୍ତି ଏବଂ ଜିତେଶ ଶର୍ମା ବ୍ୟାକଅପ୍ ୱିକେଟ୍ କିପର ଦଳରେ ସ୍ଥାନ ପାଇଁ ପାରନ୍ତି। ବୋଲିଂରେ ମୁକେଶ କୁମାର, ଅର୍ଶଦୀପ ସିଂ ଏବଂ ରବି ବିଷ୍ଣୋଇଙ୍କ ଭଳି ବୋଲରମାନେ ସାମିଲ ହୋଇପାରନ୍ତି।

କେମିତି ଦେଖିବେ ମ୍ୟାଚ୍ ?

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ସ୍ପୋର୍ଟସ୍ ୧୮ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ ,ଆଧ୍ୟ୍ୟ ପ୍ରସାରଣ କରାଯିବ।

ପ୍ରଥମ ମ୍ୟାଚ୍- ୨୩ ନଭେମ୍ବର ବିଶାଖାପାଟନମରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍- ୨୬ ନଭେମ୍ବରରେ ଥିରୁବନନ୍ତପୁରମ୍। ତୃତୀୟ ମ୍ୟାଚ୍- ୨୮ ନଭେମ୍ବର ଗୁଆହାଟି। ଚତୁର୍ଥ ମ୍ୟାଚ୍- ୧ ଡିସେମ୍ବର ନାଗପୁର। ପଞ୍ଚମ ମ୍ୟାଚ୍- ୩ ଡିସେମ୍ବର ହାଇଦ୍ରାବାଦ।

ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ: ମାଥ୍ୟୁ ୱେଡ (ଅଧିନାୟକ), ମାଥ୍ୟୁ ସର୍ଟ, ଟିମ ଡେଭିଡ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ, ଜଶ ଇଂଲିସ, ତାନଭୀର ସାଙ୍ଗା, ନାଥନ ଏଲିସ, ଜେସନ ବେହେରେଣ୍ଡର୍ଫ, ସ୍ପେନ୍ସର ଜନସନ, ଆଡାମ ଜାମ୍ପା।

ଭାରତର ସମ୍ଭାବ୍ୟ ଦଳ: ସୂର୍ଯ୍ୟକୁମାର ଯାଦବ, ରୁତୁରାଜ ଗାଏକ୍ଵାଡ, ସଞ୍ଜୁ ସାମସନ (ୱିକେଟ୍ କିପର), ରବି ବିଷ୍ଣୋଇ, ଯଶସ୍ୱୀ ଜୈସ୍ବାଲ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ପ୍ରସାଦ କୃଷ୍ଣ, ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ଅର୍ଶଦୀପ ସିଂ, ରିଙ୍କୁ ସିଂ, ରିୟାନ୍ ପାରାଗ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri