Posted inଖେଳ

ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍‌

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍‌। ଯଦି ସିରିଜ୍‌ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ ସିରିଜ୍‌ ବାତିଲ ହେବ ନାହିଁ। ମିଳିତ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ)। କୌଣସି ଦଳର କ୍ୟାମ୍ପରେ କରୋନା ପ୍ରବେଶ କଲେ, କେବଳ ସଂକ୍ରମିତ ସଦସ୍ୟଙ୍କୁ ଆସୋସଲେଶନରେ ରଖାଯିବ। ଯାହା ଫଳରେ ସିରିଜ୍‌ ପ୍ରଭାବିତ ହେବ ନାହିଁ।

ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍‌ ଡିସେମ୍ବର ୨୬ରୁ ସେଞ୍ଜୁରିଅନରେ ଆରମ୍ଭ ହେବ। ସେହିପରି ଜୋହାନ୍ସବର୍ଗରେ ଜାନୁୟାରୀ ୩ରୁ ୭ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଓ ଜାନୁୟାରୀ ୧୧ରୁ ୧୫ ମଧ୍ୟରେ କେପ୍‌ଟାଉନ୍‌ରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ସିରିଜ ପରେ ଜାନୁୟାରୀ ୧୯, ୨୧ ଓ ୨୩ ତାରିଖରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚ ଆୟୋଜନ ହେବ। ମୋଡିକାଲ ପ୍ରୋଟୋକଲ ନେଇ ସିଏସ୍‌ଏ ଓ ବିସିସିଆଇ ମଧ୍ୟ ସହମତି ପ୍ରକାଶ ପାଇଛି। ଖେଳାଳି, ସପୋର୍ଟ ଷ୍ଟାଫ୍‌ଙ୍କ ସମେତ ବାୟୋ ବବଲର ଅଂଶବିଶେଷ ଥିବା ସବୁ ବ୍ୟକ୍ତିଙ୍କ ଟୀକାକରଣ ହେବ। ଯଦି କୌଣସି ଖେଳାଳି ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କ ଟମ୍‌ ଡାକ୍ତର ତାଙ୍କର ଚକିତ୍ସା କରିବେ। ପ୍ରତ୍ୟେକ ଖେଳାଳିଙ୍କ ପ୍ରତିଦିନ କୋଭିଡ ଟେଷ୍ଟ ହେବ ଓ ସିମ୍ପଟମ ସ୍କ୍ରିନିଂର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି। ପ୍ରତିଦିନ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରାଯିବ। ଏ ନେଇ ଉଭୟ ଦଳ ତରଫର ସମ୍ମତି ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri