ବଢୁଛି ଦାଦାବଟି ଆଦାୟ ଘଟଣା

ପୁରୀ ଅଫିସ, ୨୧।୧୦: ପୁରୀ ସହରରେ ଦାଦାବଟି ଆଦାୟ ଘଟଣା ବଢ଼ିବାରେ ଲାଗିଛି। ଦାଦାବଟି ପାଇଁ ବ୍ୟବସାୟୀ, ହୋଟେଲ ମାଲିକ, ନୂଆ ଘର ମାଲିକଙ୍କୁ ଟାର୍ଗେଟ କରାଯାଉଛି। ନୂଆଘର ବାବଦକୁ ଏକକାଳୀନ କିଛି ଟଙ୍କା ମଗାଯାଉଥିବା ବେଳେ ସମୁଦ୍ରକୂଳ ଅଞ୍ଚଳରେ ଥିବା ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ନିର୍ଦ୍ଦିଷ୍ଟ ଅନ୍ତରାଳରେ ବଟି ଆଦାୟ ହେଉଛି। ଜୀବନ ଭୟରେ ଲୋକେ ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। କେତେକ କ୍ଷେତ୍ରରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦାଦାବଟି ଆଦାୟକୁ ରୋକିପାରୁନାହିଁ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ଅର୍ବାନ ହାଟରେ ପିସ୍ତଲ ଦେଖାଇ ଦୁଇଜଣ ଯୁବକ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେହିଭଳି ଗତ ୮ତାରିଖରେ ବସଷ୍ଟାଣ୍ଡ ଓ ୪ତାରିଖରେ କୁମ୍ଭାରପଡ଼ା ଅଞ୍ଚଳରେ ଦାଦାବଟି ମାଗି ୨ଜଣ ଗିରଫ ହୋଇଥିଲେ। ସେହିଭଳି ଗତ ମାସ ୩୦ ତାରିଖରେ ଜଣେ ଯୁବକ ଭୁଜାଲି ଦେଖାଇ ଦାଦାବଟି ମାଗୁଥିବା ବେଳେ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ଗତ ମାସ ୨୭ରେ ୪ ଜଣ, ୨୦ ଓ ୧୯ ତାରିଖରେ ୨ଜଣ ଲେଖାଏ, ୧୪ ତାରିଖରେ ପେଣ୍ଠକଟାରୁ ୫ ଓ ସେପ୍ଟେମ୍ବର ୨ରେ ୨ଜଣ ଗିରଫ ହୋଇଥିଲେ। ଅଗଷ୍ଟ ୧୪ରେ ୫, ୧୫ରେ ୨ ଓ ୧୩ ତାରିଖରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଭଳି ଭାବେ ଗତ ୩ମାସରେ ପୁରୀ ସହରେ ୫୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ପୋଲିସ କେବଳ ଦାଦାବଟି ମାମଲାରେ ଗିରଫ କରିଛି। ୨୦୧୯ରେ ପୋଲିସ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିଲା। ସ୍ଥାନୀୟ ଲୋକେ ଦାଦାବଟି ନ ଦେବାରୁ ଏମାନେ ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟାଇଥିଲେ। ଦୁର୍ଦ୍ଦାନ୍ତ ପପୁ ବରାଳ ଚଳିତ ବର୍ଷ ବଟି ମାଗି ଗିରଫ ହୋଇଥିବା ବେଳେ ୨୦୧୯ରେ ବସ୍‌ଷ୍ଟାଣ୍ଡର ବାହନ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଦଶ ଅବତାର ମଠ ନିକଟ ଗ୍ରୋସେରି ଦୋକାନୀ ବଟି ନ ଦେବାରୁ ସେ ବିସ୍ଫୋରଣ ଘଟାଇଥିଲେ। ନୀଳଚକ୍ର ନଗରର ଟିକି ସାଁ ଓ କୁମ୍ଭାରପଡ଼ାର ଚିଣ୍ଟୁ ସାମନ୍ତରାୟ ମଧ୍ୟ ଦାଦାବଟି ପାଇଁ ବିସ୍ଫୋରଣ ଘଟାଇଥିଲେ। ତେବେ ଗତ କିଛିମାସ ଧରି ବିସ୍ଫୋରଣ ଓ ଗୁଳିକାଣ୍ଡ ଭଳି ଘଟଣା ଘଟି ନ ଥିଲା। ଏବେ ପୁଣି ଦାଦାବଟି ମାଗୁଥିବା ବ୍ୟକ୍ତି ସକ୍ରିୟ ହୋଇଉଠିଲେଣି। ନରେନ୍ଦ୍ରକୋଣର ଜଣେ ବାସିନ୍ଦା ନାମ ଗୋପନ ରଖି କହିଛନ୍ତି, ଦାଦାବଟି ମାଗୁଥିବା ଲୋକଙ୍କ ପାଖରେ ମାରଣାସ୍ତ୍ର ରହୁଥିବାରୁ ସେମାନଙ୍କ ବିରୋଧରେ ଯିବାର ସାହସ ଯୋଗାଡ଼ କରିପାରୁନାହୁଁ। ଏ ନେଇ ସାମାଜିକ କର୍ମୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଲକଡାଉନ୍‌ ସମୟରେ ପୁରୀ ସହରରେ ଦାଦାବଟି ଆଦାୟ ଅଭିଯୋଗ କମିଥିବା ଭଳି ମନେ ହେଉଥିଲା। ମାତ୍ର ଏବେ ପୁଣି ବଢ଼ିଛି। ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମୂଳୋତ୍ପାଟନ କରିବାକୁ ଚାହୁଁଥିଲେ, ପ୍ରଥମେ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଆବଶ୍ୟକ। ଲୋକେ ନିର୍ଭୟର ସହ ପୋଲିସକୁ ଖବର ଦେଇଲେ ଦାଦାବଟି ରୋକାଯାଇପାରିବ। ଲୋକେ ଦାଦାବଟି ଦେଉଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ସମ୍ମୁଖକୁ ଆସି ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଅନ୍ୟପକ୍ଷରେ ପୁରୀ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ଦାଦାବଟି ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ସାହି କମିଟିଗୁଡ଼ିକୁ ମଧ୍ୟ ଏସମ୍ପର୍କିତ ସୂଚନା ଦେବା ପାଇଁ ଅପିଲ କରାଯାଇଛି। ଦାଦାବଟି ଅପରାଧ ବିରୋଧରେ ପୁରୀ ପୋଲିସ ଶୂନ୍ୟସହନଶୀଳତା ନୀତି ଆପଣାଉଛି। ତେଣୁ ଲୋକେ ଦାଦାବଟି ନ ଦେଇ ପୋଲିସ ଉପରେ ଭରସା ରଖି ସୂଚନା ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri