ଏସ୍‌ଏଚ୍‌ଜି କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କଲେ ଇନଚାର୍ଜ, ତାତିଲେ ମହିଳା

ସିମୁଳିଆ, ୩।୭(ସନ୍ତୋଷ ନାୟକ): ସରକାର ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଶନଶକ୍ତି ମାଧ୍ୟମରେ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଗ୍ରୁପମାନଙ୍କ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଇନଚାର୍ଜ ବିପିଏମ୍‌(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) ବିଭିନ୍ନ ଏସ୍‌ଏଚ୍‌ଜି ଦାୟିତ୍ୱରେ ଥିବା ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ କୂଳଧରବିନ୍ଧା ଓ ସେରପୁର ଅଞ୍ଚଳର ୮ଟି ଏସ୍‌ଏଚ୍‌ଜିର ୨୫ଜଣ ମହିଳା ମଙ୍ଗଳବାର ବିଡିଓ ସମ୍ବିତ କୁମାର କରଙ୍କୁ ଭେଟିଥିଲେ। ଅଣ୍ଡରାଇ ପଞ୍ଚାୟତ ଅଧୀନ କୂଳଧରବିନ୍ଧା ଅଞ୍ଚଳର ସିଆରପି ମଞ୍ଜୁଲତା ମହାପାତ୍ରଙ୍କୁ ବିପିଏମ୍‌ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବିପିଏମ୍‌ ଅନୁରାଧା ରାୟ କହିଛନ୍ତି, ବ୍ଲକ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିବା ପରିବର୍ତ୍ତେ ଅଫିସରେ ବସି ରହୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ବିଡିଓ କର କହିଛନ୍ତି ଯେ, ବିପିଏମ୍‌ଙ୍କ ବିରୋଧରେ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ତାଙ୍କୁ ଗାଇଡଲାଇନ ମଗାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ଗୁରୁବାର ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ

ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ...

କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I...

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ...

ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା

ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ...

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ...

୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ପଞ୍ଚାୟତ ସମିତି ବୈଠକ ୨୩ ମାସ ପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦୀର୍ଘମାସ ପରେ ବୈଠକ ବସିବା ନେଇ ବିଧାୟକ ପ୍ରଦ୍ୟୁମ୍ନ...

ବ୍ରାହ୍ମଣୀଗାଁରେ ମା’ ଲୁର୍ଦ୍ଧୁମେରୀଙ୍କ ପର୍ବ: ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ

ବ୍ରାହ୍ମଣୀଗାଁ,୧୧ା୨(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁସ୍ଥିତ କ୍ୟାଥେଲିକ ମଣ୍ଡଳୀ ପକ୍ଷରୁ ମା ’ ଲୁର୍ଦ୍ଧୁମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri