ବ୍ୟର୍ଥ ପ୍ରୟାସ

ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି ଏବଂ ଆରମ୍ଭ କରାଯାଇଥିବା ଆଣ୍ଟି-କୋଭିଡ୍‌-୧୯ କାର୍ଯ୍ୟକ୍ରମଗୁଡ଼ିକ ଲାଗି ଆବଶ୍ୟକ ବ୍ୟୟଭାର ବହନ କରିବା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ ଅନେକ ଆର୍ଥିକ ସଂଯମମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଛଡ଼ା ପ୍ରତ୍ୟେକ ବିଭାଗର ଖର୍ଚ୍ଚକୁ ବନ୍ଦ କରିଦିଆଯାଇଛି। ଅଧିକାରୀଙ୍କ ଦ୍ୱାରା ସମସ୍ତ ବିମାନ ଯାତ୍ରା ଏବଂ ପ୍ରଥମ ଶ୍ରେଣୀ ଟ୍ରେନ୍‌ ଯାତ୍ରାକୁ ଅନୁମତି ଦିଆଯାଇ ନାହିଁ। ନୂତନ ଯାନ କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅଧିକାରୀମାନଙ୍କୁ କୁହାଯାଇଛି ଭ୍ରମଣ ହ୍ରାସ କରିବା ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ କିପରି ଚାଲିଛି ଦେଖିବା ପାଇଁ। ସରକାରୀ କୋଠା ଓ ଗେଷ୍ଟ ହାଉସ୍‌ର ନବୀକରଣ ଏବଂ କାର୍ଯ୍ୟାଳୟଗୁଡ଼ିକର ଗୃହସଜ୍ଜା ପାଇଁ ସମସ୍ତ ଖର୍ଚ୍ଚକୁ ବନ୍ଦ କରାଯାଇଛି। ସରକାରୀ କାର୍ଯ୍ୟାଳୟର ମରାମତି ଓ ନବୀକରଣ ପାଇଁ ୫ ଲକ୍ଷରୁ ଅଧିକ ଏବଂ ସରକାରୀ କ୍ୱାର୍ଟରଗୁଡ଼ିକର ମରାମତି ଓ ନବୀକରଣ ପାଇଁ ୨ ଲକ୍ଷରୁ ଅଧିକ ବ୍ୟୟ ସ୍ବତନ୍ତ୍ର ଅନୁମୋଦନ ବିନା କରାଯିବ ନାହିଁ। ସରକାରୀ ପାଣ୍ଠିରେ ହୋଟେଲରେ ବୈଠକ, ସେମିନାର, କର୍ମଶାଳା ଏବଂ ସରକାରୀ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଭୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହା ବଦଳରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏସବୁ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟିକାଳୀନ ଯାତ୍ରା ଭତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ ପ୍ରଶାସନିକ ବିଭାଗ ଦ୍ୱାରା କୌଣସି ନୂତନ ରାଜ୍ୟ ଯୋଜନା କିମ୍ବା ପ୍ରକଳ୍ପ କରାଯିବ ନାହିଁ। ରହିଥିବା ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଥିବାବେଳେ ନୂତନ ପଦରେ ନିଯୁକ୍ତିକୁ ବନ୍ଦ କରିଦିଆଯାଇଛି।
ମହାମାରୀ ପରେ ଯେଉଁ ଖର୍ଚ୍ଚକାଟ ପଦକ୍ଷେପ ନିଆଯାଇଛି, ତାହା ହେଉଛି ଏକ ପୁରୁଣା ନୀତିର ପୁନରାବୃତ୍ତି, ଯାହା ବିଜୁ ଜନତା ଦଳ କ୍ଷମତାକୁ ଆସିବାର ଏକ ବର୍ଷ ପରେ ୨୦୦୧ ମସିହାରେ ରାଜ୍ୟ ସରକାର ଆପଣାଇଥିଲେ। ବାସ୍ତବରେ ଋଣ ବୋଝ ବୃଦ୍ଧି କରିବା ଭଳି ଖର୍ଚ୍ଚ କାଟ କରିବା ନୂତନ ସରକାର ପାଇଁ ସେତେବେଳେ ପ୍ରାଥମିକତା ଥିଲା। ଏହି ନୀତି ବଳବତ୍ତର ରହିଥିଲେ ମଧ୍ୟ ସରକାର ପ୍ରତ୍ୟେକ ବିଭାଗକୁ ବିଳାସପୂର୍ଣ୍ଣ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ। ରାଜନୈତିକ କାରଣ ପାଇଁ ଆଇନଗତ ମନିଟରିଂ ବିନା ବହୁ ସଂଖ୍ୟାରେ ପପୁଲିଷ୍ଟ ସ୍କିମ୍‌ ପ୍ରଚଳନ କରାଯାଇଥିଲା। ଅଣଯୋଜନା କାର୍ଯ୍ୟକ୍ରମରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସରକାର ନିଜର ସର୍କୁଲାର ନ ମାନିବାକୁ ଅନୁମତି ଦେଇଥିଲେ। ଏହି ସମୁଦାୟ ଆର୍ଥିକ ବିଶୃଙ୍ଖଳା ପାଇଁ ଅର୍ଥ ବିଭାଗ ଦାୟୀ। ବରିଷ୍ଠ ଅମଲାତନ୍ତ୍ରୀଙ୍କ ଦ୍ୱାରା ଅପବ୍ୟୟ ପାଇଁ ବିଭାଗ ଅନୁମତି ଦେଇଥିଲା, ଯେଉଁମାନେ ଭ୍ରମଣ, ବିଦେଶ ଯାତ୍ରା ଏବଂ ଅଫିସ୍‌ ଚାମ୍ବରଗୁଡ଼ିକର ନବୀକରଣରେ ଅଧିକ ଖର୍ଚ୍ଚ କରିଥିଲେ। ବିଳାସପୂର୍ଣ୍ଣ କାର କ୍ରୟ ଉପରେ ପ୍ରତିବନ୍ଧକ ଥିବାବେଳେ ଦାମୀ କାର୍‌ କିଣିବା ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ ଦେଇଥିଲା। ଅମଲାତନ୍ତ୍ରୀମାନଙ୍କୁ ଅଫିସ୍‌ ସାଜସଜ୍ଜା ଏବଂ ସୌଖୀନ ଆସବାବପତ୍ର ଉପରେ ଟଙ୍କା ଉଡ଼ାଇବାକୁ ଅନୁମତି ଦିଆଯାଇଥିଲା, ଯେପରି କି ଏସବୁ ଉପରେ ସେମାନଙ୍କର ପୂର୍ଣ୍ଣ ଅଧିକାର ଥିଲା! ଏସବୁ ଅପବ୍ୟୟ ଅର୍ଥ ବିଭାଗର ଅନୁମୋଦନ ବିନା ହୋଇ ନ ଥାନ୍ତା। ଏହାର ଫଳାଫଳ ହେଲା ଋଣବୋଝ ୨୦୦୧ରେ ୨୦,୦୦୦ କୋଟିରୁ କମ୍‌ ଥିବାବେଳେ ତାହା ବର୍ତ୍ତମାନ ୧ ଲକ୍ଷ କୋଟିରୁ ଅଧିକ ହୋଇଛି। ମୁଣ୍ଡପିଛା ଋଣଭାର ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଭାରତ ଏକ ଅଭାବିତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ସୁଯୋଗ ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ସାଧାରଣ ଖର୍ଚ୍ଚ ବୃଦ୍ଧି କରାଯାଉଛି। ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଅଧୀନରେ ୨୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ଧାର୍ଯ୍ୟ କରିଛନ୍ତି। କରୋନା ଭୂତାଣୁ ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ଆହୁରି ବଢ଼ାଇ ଦେଇଛି। ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ବେକାରି ହାର ରେକର୍ଡ ସର୍ବାଧିକ ସ୍ତରରେ ପହଞ୍ଚିଛି। ଅନ୍ତତଃପକ୍ଷେ ପ୍ରତିଷେଧକ ଟିକା ଆବିଷ୍କାର ନ ହେବା ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟ ନିରାଶା ଭାବ ନିକଟ ଭବିଷ୍ୟତରେ ଯିବ ନାହିଁ। ଏପରି ସମୟରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ବନ୍ଦ କରି ରାଜ୍ୟ ସରକାର ଖର୍ଚ୍ଚ କାଟ କରିବା କିଛି ଅର୍ଥନୈତିକ ମାନେ ରଖେ ନାହିଁ। ସରକାରୀ ଅପବ୍ୟୟ ଉପରେ ନିଷେଧାଦେଶ ସ୍ବାଗତଯୋଗ୍ୟ। କିନ୍ତୁ ଗରିବଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ବିଚାର ନ କରି ସମସ୍ତ ଖର୍ଚ୍ଚ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ନୁହେଁ। ସମସ୍ତ ସରକାରୀ ଖର୍ଚ୍ଚକୁ ନିଷିଦ୍ଧ କରୁଥିବା ଘୋଷଣାନାମା ଜନସାଧାରଙ୍କ ମଧ୍ୟରେ ନୈରାଶ୍ୟ ଓ ହତାଶା ବୃଦ୍ଧି କରିବ। ଅଦରକାରୀ ଖର୍ଚ୍ଚ କାଟିବା ସ୍ବାଗତଯୋଗ୍ୟ, କିନ୍ତୁ ଜନକଲ୍ୟାଣ ଓ ବିକାଶ ସମେତ ସମସ୍ତ ଖର୍ଚ୍ଚ ଉପରେ କଟକଣା ଜାରି କରିବା ମଗ୍‌ ଖେଳ ପରି ଏକ ବ୍ୟର୍ଥ ପ୍ରୟାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?