Posted inଖେଳ

ନେଗେଟିଭ୍‌ ପରେ ପାକିସ୍ତାନ ଦଳରେ କାଶିଫ୍‌

ଲଣ୍ଡନ,୧୬ା୭ (ଏ.ପି.)-ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପ୍ରୋଟୋକଲ୍‌ ଅନୁସାରେ ବାମହାତୀ ସ୍ପିନର କାଶିଫ ଭଟ୍ଟିଙ୍କର ଦୁଇଥର କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ଆସିବାପରେ ବର୍ତ୍ତମାନ ଓରସେଷ୍ଟରଠାରେ ଥିବା ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ଲାଗି ତାଙ୍କୁ ଅନୁମତି ମିଳିଛି। ଆସନ୍ତା ମାସରେ ଭ୍ରମଣକାରୀ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପାକିସ୍ତାନ କ୍ରିକେଟ ଦଳ ତିନୋଟି ପର୍ଯ୍ୟାୟରେ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରେ ପହଞ୍ଚତ୍ଛି। ୩୩ ବର୍ଷୀୟ କାଶିିଫ୍‌ଙ୍କର କରୋନା ଭାଇରସ୍‌ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିବାରୁ ସେ ପାକିସ୍ତାନ ଫେରିଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ପ୍ରୋଟୋକଲ୍‌ ଅନୁସାରେ ଦୁଇଥର ତାଙ୍କର କରୋନା ଟେଷ୍ଟ ହୋଇଥିଲା ଏବଂ ନେଗେଟିଭ୍‌ ଆସିଥିଲା। ସେ ୟୁକେ ପ୍ରତ୍ୟାବର୍ତ୍ତନ କରିବା ପରେ ଇସିବି ପ୍ରୋଟୋକଲ ଅନୁସାରେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ମାତ୍ର ପଜିଟିଭ୍‌ ଆସିବାରୁ ଓରସେଷ୍ଟରଠାରେ ଅବଶିଷ୍ଟ ପାକିସ୍ତାନ ଦଳଠାରୁ ତାଙ୍କୁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ପଡ଼ିଥିଲା। ମାଲିସ୍‌ବାଲା ମଲଙ୍ଗ ଅଲିଙ୍କ ବ୍ୟତୀତ ସାଥୀ କ୍ରିକେଟର ହାଇଦର ଅଲି ଓ ଇମ୍ରାନ ଖାଁଙ୍କ ସହ ମିଶିକରି ଭଟ୍ଟି ୟୁକେ ଆସିଥିଲେ। ପାକିସ୍ତାନରେ ପ୍ରଥମେ ଏହି ସମସ୍ତଙ୍କର ପଜିଟିଭ୍‌ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନୀ ଖେଳାଳିମାନେ ଜୁନ୍‌ ୨୯ରେ ପହଞ୍ଚତ୍ଥିଲେ। ଦ୍ୱିତୀୟ ପର୍ଯ୍ୟାରରେ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ଫଖର ଜମାନ, ମହମ୍ମଦ ହାସନେନ୍‌, ମହମ୍ମଦ ହାଫିଜ୍‌, ମହମ୍ମଦ ରିଜଓ୍ବାନ, ଶାଦାବ ଖାଁ ଓ ଓ୍ବାହାବ ରିଆଜ ପ୍ରମୁଖ ଏଠାରେ ପହଞ୍ଚତ୍ବାର କିଛିଦିନ ପରେ ସେମାନଙ୍କର ହୋଇଥିବା ଟେଷ୍ଟରେ ନେଗେଟିଭ୍‌ ଆସିଥିଲା। ତୃତୀୟ ପର୍ଯ୍ୟାୟରେ ସପୋର୍ଟ ଷ୍ଟାଫ ଏବଂ ଅନ୍ୟ କେତେଜଣ ଖେଳାଳି ଏଠାରେ ଜୁଲାଇ ୮ରେ ପହଞ୍ଚତ୍ଥିଲେ। ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଜୈବ ସୁରକ୍ଷିତ ପରିବେଶରେ ଏହି ସିରିଜ ମାଞ୍ଚେଷ୍ଟରରେ ଅଗଷ୍ଟ ୫ରୁ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଫେଲ୍‌ ମାରିଲେ ପୂଜାରା

ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ କେଏଲ ରାହୁଲ...

ଧାଓ୍ବନଙ୍କ ସହ କିଏ କରିବ ଓପନିଂ

କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ...

ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ...

ରେସ୍‌ଲର ଭିନେଶ ଫୋଗତ୍‌ଙ୍କୁ କରୋନା

ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍‌ ମହିଳା ରେସ୍‌ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ...

ପ୍ରୋ-କବାଡ଼ି ଲିଗ୍‌:ଓ୍ବାରିୟର୍ସ-ଟାଇଟାନ୍ସ ମ୍ୟାଚ ଡ୍ର, ଯୋଦ୍ଧା ବିଜୟୀ

ଅହମ୍ମଦାବାଦ, ୧୩।୮(ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ରେ ସୋମବାର ବେଙ୍ଗଲ ଓ୍ବାରିୟର୍ସ ଓ ତେଲ୍‌ଗୁ ଟାଇଟାନ୍ସ ମ୍ୟାଚ ୨୯-୨୯ ପଏଣ୍ଟରେ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ଏହା...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...

Advertisement
Archives

Model This Week