Posted inଖେଳ

ନେଗେଟିଭ୍‌ ପରେ ପାକିସ୍ତାନ ଦଳରେ କାଶିଫ୍‌

ଲଣ୍ଡନ,୧୬ା୭ (ଏ.ପି.)-ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପ୍ରୋଟୋକଲ୍‌ ଅନୁସାରେ ବାମହାତୀ ସ୍ପିନର କାଶିଫ ଭଟ୍ଟିଙ୍କର ଦୁଇଥର କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ଆସିବାପରେ ବର୍ତ୍ତମାନ ଓରସେଷ୍ଟରଠାରେ ଥିବା ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ଲାଗି ତାଙ୍କୁ ଅନୁମତି ମିଳିଛି। ଆସନ୍ତା ମାସରେ ଭ୍ରମଣକାରୀ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପାକିସ୍ତାନ କ୍ରିକେଟ ଦଳ ତିନୋଟି ପର୍ଯ୍ୟାୟରେ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରେ ପହଞ୍ଚତ୍ଛି। ୩୩ ବର୍ଷୀୟ କାଶିିଫ୍‌ଙ୍କର କରୋନା ଭାଇରସ୍‌ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିବାରୁ ସେ ପାକିସ୍ତାନ ଫେରିଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ପ୍ରୋଟୋକଲ୍‌ ଅନୁସାରେ ଦୁଇଥର ତାଙ୍କର କରୋନା ଟେଷ୍ଟ ହୋଇଥିଲା ଏବଂ ନେଗେଟିଭ୍‌ ଆସିଥିଲା। ସେ ୟୁକେ ପ୍ରତ୍ୟାବର୍ତ୍ତନ କରିବା ପରେ ଇସିବି ପ୍ରୋଟୋକଲ ଅନୁସାରେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ମାତ୍ର ପଜିଟିଭ୍‌ ଆସିବାରୁ ଓରସେଷ୍ଟରଠାରେ ଅବଶିଷ୍ଟ ପାକିସ୍ତାନ ଦଳଠାରୁ ତାଙ୍କୁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ପଡ଼ିଥିଲା। ମାଲିସ୍‌ବାଲା ମଲଙ୍ଗ ଅଲିଙ୍କ ବ୍ୟତୀତ ସାଥୀ କ୍ରିକେଟର ହାଇଦର ଅଲି ଓ ଇମ୍ରାନ ଖାଁଙ୍କ ସହ ମିଶିକରି ଭଟ୍ଟି ୟୁକେ ଆସିଥିଲେ। ପାକିସ୍ତାନରେ ପ୍ରଥମେ ଏହି ସମସ୍ତଙ୍କର ପଜିଟିଭ୍‌ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନୀ ଖେଳାଳିମାନେ ଜୁନ୍‌ ୨୯ରେ ପହଞ୍ଚତ୍ଥିଲେ। ଦ୍ୱିତୀୟ ପର୍ଯ୍ୟାରରେ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ଫଖର ଜମାନ, ମହମ୍ମଦ ହାସନେନ୍‌, ମହମ୍ମଦ ହାଫିଜ୍‌, ମହମ୍ମଦ ରିଜଓ୍ବାନ, ଶାଦାବ ଖାଁ ଓ ଓ୍ବାହାବ ରିଆଜ ପ୍ରମୁଖ ଏଠାରେ ପହଞ୍ଚତ୍ବାର କିଛିଦିନ ପରେ ସେମାନଙ୍କର ହୋଇଥିବା ଟେଷ୍ଟରେ ନେଗେଟିଭ୍‌ ଆସିଥିଲା। ତୃତୀୟ ପର୍ଯ୍ୟାୟରେ ସପୋର୍ଟ ଷ୍ଟାଫ ଏବଂ ଅନ୍ୟ କେତେଜଣ ଖେଳାଳି ଏଠାରେ ଜୁଲାଇ ୮ରେ ପହଞ୍ଚତ୍ଥିଲେ। ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଜୈବ ସୁରକ୍ଷିତ ପରିବେଶରେ ଏହି ସିରିଜ ମାଞ୍ଚେଷ୍ଟରରେ ଅଗଷ୍ଟ ୫ରୁ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଏହି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ନାନା ପାଟେକର; ପ୍ରଧାନମନ୍ତ୍ରୀ ପଦକୁ ନେଇ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା

ମୁମ୍ବାଇ,୮।୧୦: ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ନିଜର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ସେ କେବଳ ନିଜ ଚଳଚ୍ଚିତ୍ର ପାଇଁ…

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?