Posted inଜାତୀୟ

ପର୍ଯ୍ୟଟନ ସ୍ଥଳୀରେ ଗହଳି ଭୂତାଣୁକୁ ଆମନ୍ତ୍ରଣ: କେନ୍ଦ୍ର

ନୂଆଦିଲ୍ଲୀ, ୧୦।୭: ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେବାରୁ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ନୈନିତାଲ, ମସୁରୀ, ମନାଲି ଆଦି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳକୁ ଲକ୍ଷାଧିକ ଲୋକ ଆସୁଥିବାବେଳେ କୋଭିଡ୍‌ କଟକଣାକୁ ସମସ୍ତେ ଭୁଲିଯାଇଥିବା ଦେଖାଯାଇଛି। ଭୂତାଣୁ ପୁଣି ଥରେ ଆସି ସଂକ୍ରମଣ କରୁ ଏଥିପାଇଁ ଆମେ ଖୋଲା ଆମନ୍ତ୍ରଣ କରୁଛେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ୍‌ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଭଳି ଗହଳି ତୃତୀୟ ଲହର ଆଣିବାରେ ସହାୟକ ହେବ ବୋଲି କୁହାଯାଉଛି।
ଦେଶର ଅର୍ଦ୍ଧାଧିକ କରୋନା ସଂକ୍ରମିତ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ରହିିଛି। ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବାରୁ କୋଭିଡ୍‌ ନିୟମ ଉଲ୍ଲଂଘନ ନ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ମହାରାଷ୍ଟ୍ରର ୧୫ ଏବଂ କେରଳର ୧୪ ଜିଲା ଚିନ୍ତାର କାରଣ ପାଲଟିଛି।
ଅଗ୍ରଓ୍ବାଲ କହିଥିଲେ, ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ତେବେ ନୂଆ ମାମଲାର ୮୦ ପ୍ରତିଶତ ଦେଶର ୯୦ଟି ଜିଲାରୁ ଆସୁଛି। ବ୍ରିଟେନରେ ୟୁରୋ କପ ୨୦୨୧ ସେମିଫାଇନାଲ ଆୟୋଜନ କାରଣରୁ ସେଠାରେ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି। ସେହିପରି ରୁଷିଆ ଏବଂ ବାଂଲାଦେଶରେ ମଧ୍ୟ ସଂକ୍ରମଣ ବଢ଼ୁଛି। ତେଣୁ କୋଭିଡ୍‌ ସତର୍କତା ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ଶୁକ୍ରବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ମାମଲା ସଂଖ୍ୟା ୪,୫୮,୭୨୭କୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?