ଏଇ ଭାରତରେ

ଗାଁ ସ୍କୁଲରେ ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅକ୍ଷୟ ମାଶେଲକରଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ଏକ ମାନବ ରୋବୋ ମାଧ୍ୟମରେ ଏହା କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ରୋବୋର ନାମ ଶିକ୍ଷା। ଏହା ୪ର୍ଥରୁ କମ୍‌ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ବେଶି ଉପଯୋଗୀ ହୋଇଛି। କର୍ନାଟକର ଉତ୍ତର କନ୍ନଡ ଜିଲା ଶୀର୍ସା ଗାଁରେ ଜନ୍ମିତ ଅକ୍ଷୟ ଉଚ୍ଚଶିକ୍ଷା ଶେଷ କରି ଏକ କଲେଜରେ ପଦାର୍ଥ ବିଜ୍ଞାନ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସେ ବିଭିନ୍ନ ଉପାୟ ସମ୍ପର୍କରେ ଚିନ୍ତା କରିବା ପରେ ଏହି ରୋବୋ ବିକାଶ କରିଛନ୍ତି। ଦେଢ଼ ବର୍ଷ ଗବେଷଣା କରି ସେ ୨୦୨୨ରେ ଏହାର ନିର୍ମାଣ ଶେଷ କରିଥିଲେ। ଉକ୍ତ ରୋବୋ ଆଞ୍ଚଳିକ ଭାଷାରେ ପଢ଼ାଇପାରୁଛି। ଇଂଲିଶ ଓ କନ୍ନଡ ଭାଷାରେ ରାଇମ୍‌ ଓ ଅନ୍ୟ ବିଷୟ ଉପରେ ଶିକ୍ଷା ଦେଇପାରୁଛି। ମିଶାଣ, ଫେଡ଼ାଣ ଓ ଗୁଣନ କରିପାରୁଛ। ଏହା ଉତ୍ତର କନ୍ନଡ ଜିଲାର ୨୫ଟିରୁ ଊର୍ଦ୍ଧ୍ୱ ସ୍କୁଲରେ ପଢାଇବା ଦକ୍ଷତା ପ୍ରଦର୍ଶନ କରିସାରିଲାଣି। ଏହାଦ୍ୱାରା ସ୍କୁଲରେ ଶିକ୍ଷକ ଅଭାବ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ ବୋଲି କହନ୍ତି ଅକ୍ଷୟ। ଅନେକ ବିଶେଷତ୍ୱ ଥିବା ରୋବୋ ‘ଶିକ୍ଷା’କୁ ନିର୍ମାଣ କରିବାରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri