ଏଇ ଭାରତରେ

ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ କାର୍ଯ୍ୟରତ। ନିଜର ଦାୟିତ୍ୱ ପରେ ସେ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଉଛନ୍ତି। ସେ ନେଲୋର ଜିଲାର ଦୁର୍ଗମ ଗାଁଗୁଡ଼ିକୁ ଯାଇ ଅପସ୍ମାର, ଷ୍ଟ୍ରୋକ୍‌ ଓ ନ୍ୟୁରୋଲୋଜି ସମସ୍ୟାର ଚିକିତ୍ସା କରୁଛନ୍ତି। ଗାଡ଼ିରେ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ୨୦୧୫ରୁ ସେ ‘ନ୍ୟୁରୋ ଅନ୍‌ ହ୍ବିଲ୍ସ’ ନାମରେ ଏହି ଅଭିଯାନ ଚଳାଇଛନ୍ତି। ଏବେ ସୁଦ୍ଧା ସେ ୪୪ଟି ଗାଁରେ ୨୦୦ଟି ମେଡିକାଲ କ୍ୟାମ୍ପ୍‌ କରି ମାଗଣା ଚିକିତ୍ସା ଯୋଗାଇ ଦେଇସାରିଲେଣି। ସେ ପ୍ରାୟ ୧୨,୦୦୦ ଲୋକଙ୍କୁ ନ୍ୟୁରୋ ସମସ୍ୟା, ଷ୍ଟ୍ରୋକ୍‌ , ଅପସ୍ମାର ଏବଂ ଡାଇବେଟିସ ସମ୍ପର୍କରେ ସଚେତନ ମଧ୍ୟ କରିଛନ୍ତି। ଡା.ବିନ୍ଦୁ ପ୍ରତି ୩ ମାସରେ ଗାଁକୁ ଯାଉଛନ୍ତି ଓ ତାଙ୍କ ଚିକିତ୍ସା କାର୍ଯ୍ୟକ୍ରମ ଚଳାଉଛନ୍ତି। ଦୁର୍ଗମ ଅଞ୍ଚଳରେ ରୋଗୀମାନେ ଅଧିକ ଚିକିତ୍ସା ଚାହଁୁଥିଲେ ସେମାନଙ୍କୁ ବିନା ଖର୍ଚ୍ଚରେ ସହରର ହସ୍ପିଟାଲକୁ ଆଣୁଛନ୍ତି। ଏହାବ୍ୟତୀତ ଗାଁ ନିକଟସ୍ଥ ପିଏଚ୍‌ସିଗୁଡ଼ିକରେ ଥିବା ଡାକ୍ତରମାନଙ୍କୁ ଚିକିତ୍ସା ସମ୍ପର୍କରେ ଅବଗତ କରିବା ସହ ରୋଗୀମାନଙ୍କ ପାଇଁ ସେଠାରେ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?