ଏଇ ଭାରତରେ

ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ କାର୍ଯ୍ୟରତ। ନିଜର ଦାୟିତ୍ୱ ପରେ ସେ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଉଛନ୍ତି। ସେ ନେଲୋର ଜିଲାର ଦୁର୍ଗମ ଗାଁଗୁଡ଼ିକୁ ଯାଇ ଅପସ୍ମାର, ଷ୍ଟ୍ରୋକ୍‌ ଓ ନ୍ୟୁରୋଲୋଜି ସମସ୍ୟାର ଚିକିତ୍ସା କରୁଛନ୍ତି। ଗାଡ଼ିରେ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ୨୦୧୫ରୁ ସେ ‘ନ୍ୟୁରୋ ଅନ୍‌ ହ୍ବିଲ୍ସ’ ନାମରେ ଏହି ଅଭିଯାନ ଚଳାଇଛନ୍ତି। ଏବେ ସୁଦ୍ଧା ସେ ୪୪ଟି ଗାଁରେ ୨୦୦ଟି ମେଡିକାଲ କ୍ୟାମ୍ପ୍‌ କରି ମାଗଣା ଚିକିତ୍ସା ଯୋଗାଇ ଦେଇସାରିଲେଣି। ସେ ପ୍ରାୟ ୧୨,୦୦୦ ଲୋକଙ୍କୁ ନ୍ୟୁରୋ ସମସ୍ୟା, ଷ୍ଟ୍ରୋକ୍‌ , ଅପସ୍ମାର ଏବଂ ଡାଇବେଟିସ ସମ୍ପର୍କରେ ସଚେତନ ମଧ୍ୟ କରିଛନ୍ତି। ଡା.ବିନ୍ଦୁ ପ୍ରତି ୩ ମାସରେ ଗାଁକୁ ଯାଉଛନ୍ତି ଓ ତାଙ୍କ ଚିକିତ୍ସା କାର୍ଯ୍ୟକ୍ରମ ଚଳାଉଛନ୍ତି। ଦୁର୍ଗମ ଅଞ୍ଚଳରେ ରୋଗୀମାନେ ଅଧିକ ଚିକିତ୍ସା ଚାହଁୁଥିଲେ ସେମାନଙ୍କୁ ବିନା ଖର୍ଚ୍ଚରେ ସହରର ହସ୍ପିଟାଲକୁ ଆଣୁଛନ୍ତି। ଏହାବ୍ୟତୀତ ଗାଁ ନିକଟସ୍ଥ ପିଏଚ୍‌ସିଗୁଡ଼ିକରେ ଥିବା ଡାକ୍ତରମାନଙ୍କୁ ଚିକିତ୍ସା ସମ୍ପର୍କରେ ଅବଗତ କରିବା ସହ ରୋଗୀମାନଙ୍କ ପାଇଁ ସେଠାରେ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରିଶ୍ରମର ଫଳ ମହୁ ଭଳି ମିଠା, ଯାହା ଚାଖିପାରିଛନ୍ତି ପଞ୍ଜାବର ଚାଷୀ ଗୋବିନ୍ଦର ସିଂ ରାନ୍ଦଓ୍ବା। ନିଜର ସୁନା ଅଳଙ୍କାର ବିକ୍ରି କରି ମହୁ ଚାଷ...

ଚୋରଟିଏ ପ୍ରତି ବିଭାଗରେ

କଖାରୁ ଚୋର, କାକୁଡ଼ି ଚୋର, ଖଣି ଚୋର, ପାଣି ଚୋର, ସ୍ବାସ୍ଥ୍ୟକେନ୍ଦ୍ରର ପଥ୍ୟ ଚୋର, ସଚିବାଳୟରୁ ତଥ୍ୟ ଚୋର, ଗୋରୁ ଚୋର, ପିଲାଚୋର, ଦିଲ୍‌ ଚୋର...

ସତ୍ୟାନାଶ ଶିଶୁ ଓ ଶିକ୍ଷା ବ୍ୟବସ୍ଥା

ଡ. ପବିତ୍ର ସୁବୁଦ୍ଧି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଏ ଘଟଣା। ଗୋଟିଏ ବେସରକାରୀ ବିଦ୍ୟାଳୟର ଶିକ୍ଷକମାନେ ନୂତନ ଶିକ୍ଷାବର୍ଷ ଆରମ୍ଭର ପ୍ରଥମଦିନ ତାଙ୍କର ପ୍ରଧାନଶିକ୍ଷକଙ୍କଠାରୁ ଚିଠିଟିଏ...

ଆମ ତଥ୍ୟ ଆମ ସମ୍ପତ୍ତି

ଡ. ନରେନ୍ଦ୍ର ସେଠୀ   ନିକଟରେ ତଥ୍ୟ ଚୋରି ଅଭିଯୋଗରେ ପିଲାମାନଙ୍କ ଦ୍ୱାରା ଅତି ଲୋକପ୍ରିୟ ତିନୋଟି ଗେମିଙ୍ଗ ଆପକୁ ଗୁଗଲ ପ୍ଲେଷ୍ଟୋରରୁ ବାହାର କରି...

Dillip Cherian

ମୁଣ୍ଡ ନୁଆଁଇଲେ

ନ୍ୟାଶ୍‌ନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ନ୍ୟାଶ୍‌ନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ର ସଦସ୍ୟ ପଦ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବିତ କାର୍ଯ୍ୟଧାରାକୁ...

ପାଇପ୍‌ ପାଣିର ସ୍ବପ୍ନ ଓ ବଜେଟ ବ୍ୟବସ୍ଥା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ସରକାରଙ୍କ ବଜେଟ କେବଳ ଆୟବ୍ୟୟର ଚିଠା ମାତ୍ର ହୋଇଥିଲେ ଅର୍ଥମନ୍ତ୍ରୀମାନେ ଥକିପଡୁଥିଲେ ମଧ୍ୟ ଘଣ୍ଟାଘଣ୍ଟା ଧରି ବଜେଟ ଅଭିଭାଷଣ...

ଘାଜିଆବାଦରୁ ବାଣୀ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍‌ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍‌...

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ...

Advertisement
Archives

Model This Week