ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ଏହି ଭୂମିକମ୍ପର ପ୍ରଭାବ ପଡୋଶୀ ରାଷ୍ଟ୍ର ଲେବାନନ୍‌ ଓ ଇସ୍ରାଏଲ ଯାଏ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ତୁର୍କୀରେ ବିଗତ ଶହେ ବର୍ଷ ମଧ୍ୟରେ ଅନୁଭୂତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା। ପୃଥିବୀରେ ଏଭଳି ଉଚ୍ଚ ତୀବ୍ରତର ଭୂମିକମ୍ପ ଅତି ବିରଳ, ଯାହା ବର୍ଷକୁ ସାଧାରଣତଃ ପାଞ୍ଚରୁ କମ୍‌ ଥର ସଂଘଟିତ ହୋଇଥାଏ। ତୁର୍କୀରେ ବିଗତ ୨୫ ବର୍ଷ ମଧ୍ୟରେ ୭ କିମ୍ବା ଅଧିକ ତୀବ୍ରତାର ସମୁଦାୟ ସାତୋଟି ଭୂମିକମ୍ପ ଅନୁଭୂତ ହୋଇ ସାରିଛି।
ରିକ୍ଟର ସ୍କେଲ୍‌ କ’ଣ : ଭୂମିକମ୍ପର ତୀବ୍ରତାକୁ ସାଧାରଣତଃ ରିକ୍ଟର୍‌ ସ୍କେଲ୍‌ ଏକକରେ ମପାଯାଏ। ଏହି ସ୍କେଲରେ ୪ ଅଙ୍କରୁ ଊର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ଅଙ୍କ ମଧ୍ୟରେ ରହିଲେ ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍‌ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ଭିତ୍ତି ହଲି ଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭଶୁଡି ପଡିପାରେ ଏବଂ ଭୂତଳ ପାଣି ପାଇପ୍‌ ଫାଟି ଯାଇପାରେ। ଭୂମିକମ୍ପର ତୀବ୍ରତା ୮ ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ। ଭୂମିକମ୍ପର ତୀବ୍ରତା ୯.୦ ଅଙ୍କରୁ ଅଧିକ ହେଲେ ସମସ୍ତ ନର୍ମାଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ ତରଙ୍ଗାୟିତ ହେଉ ଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ।
ବିଶ୍ୱର ପ୍ରଳୟଙ୍କରୀ ଭୂମିକମ୍ପ : ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଥିମଧ୍ୟରୁ ଆମେ କେବଳ ୧ ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ। ପ୍ରାୟ ୧୦୦ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୬୦ ମସିହାରେ ଚିଲିରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୯.୫। ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ ୧୯୩୪ ମସିହାରେ ବିହାରରେ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦, ୦୦୦ ଲୋକ ମତ୍ୟୁମୁଖରେ ପଡ଼ିଥିଲେ। ରିକ୍ଟର ସ୍କେଲ୍‌ରେ ଏହର ତୀବ୍ରତା ଥିଲ ୮.୧। ଗତ ୧୮୧୧ ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ ୧୯୭୦ ମସିହାରେ ପେରୁରେ ଦେଖା ଯାଇଥିଲା, ଯାହା ଘଣ୍ଟା ପ୍ରତି ୪୦୦ କି.ମି. ଭଳି ଦୂରନ୍ତ ବେଗରେ ଗତି କରିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ ୧୯୨୦ ମସିହାରେ ଚାଇନାର କାଂସୁ ପ୍ରଦେଶରେ ଘଟିଥିଲା, ଯେଉଁଥିରେ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।
କାରଣ : ଆମର ପୃଥିବୀପୃଷ୍ଠ ଅନେକ ସୁଦୃଢ଼ ପ୍ଲେଟ୍‌ ଉପରେ ପର୍ଯ୍ୟବସିତ, ଯାହାକୁ ଟେକ୍‌ଟୋନିକ ପ୍ଲେଟ୍‌ କୁହଯାଏ। ଏହି ପ୍ଲେଟ୍‌ଗୁଡ଼ିକ ସଦାସର୍ବଦା ଗତିଶୀଳ। ଅବଶ୍ୟ ଏହି ପ୍ଲେଟ୍‌ଗୁଡିକର ଗତି ଅତି ସ୍ବଳ୍ପ ଏବଂ ବର୍ଷକୁ ମାତ୍ର ୪ ସେ.ମି.। ଏହି ଚଳନ ଯୋଗୁ ବେଳେବେଳେ ପ୍ଲେଟ୍‌ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ ପ୍ରୟୋଗ କରେ। ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ଚଢ଼ିଯାଏ। ଏହି ଅଞ୍ଚଳରେ ହିଁ ପୃଥିବୀପୃଷ୍ଠ ଦୋହଲି ଉଠି ଭୂମିକମ୍ପ ସୃଷ୍ଟି ହୁଏ। ସୁତରାଂ ପ୍ଲେଟ୍‌ଗୁଡ଼ିକର ଦୁର୍ବଳ ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପପ୍ରବଣ ହୋଇଥାଏ।
ବନ୍ୟା ବାତ୍ୟା ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ଠିକ୍‌ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri